Odisha news

‘ଜି-୨୦’ ଯୁବ ସମ୍ବାଦ କାର୍ଯ୍ୟକ୍ରମ

0

ନୂଆପଡ଼ା, ୨୦/୦୪, ସକାଳ ଖବର (ସୁରେନ୍ଦ୍ର ତିୱାରୀ) // ଜନ ଶିକ୍ଷଣ ସଂସ୍ଥାନ (ଜେ.ଏସ୍.ଏସ୍.), ନୂଆପଡ଼ା ଦ୍ୱାରା ଆଜି କୋମନା ବ୍ଲକ୍ର କୁରୁମପୁରୀ ପଂଚାୟତର ସିନାପାଲି ସ୍ଥିତ ଅଟଳ ଟିଙ୍କରିଙ୍ଗ୍ ଲ୍ୟାବ୍ ଠାରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବେ ଏକ ‘ଯୁବ ସମ୍ବାଦ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମଂଚାସୀନ ଅତିଥି ଭାବେ ଡଃ ଜୟାନନ୍ଦ ଯୋଷୀ ଯୋଗ ଦେଇଥିବା ବେଳେ ସ୍ଥାନୀୟ ଯୁବକ- ଯୁବତୀ, ସ୍ୱେଚ୍ଛାସେବୀ ଓ ସଂସ୍ଥାନର ହିତାଧିକାରୀଙ୍କ ସମେତ ମୋଟ ୪୬ ଜଣ ଅଂଶଗ୍ରହଣ କରିଥିଲେ । ଡଃ ଯୋଷୀ ନିଜ ଅଭିଭାଷଣରେ କହିଥିଲେ ଯେ, ସଂସ୍ଥାନର ଉକ୍ତ ମାସ ବ୍ୟାପୀ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ୧ ଅପ୍ରେଲ ଉକ୍ରଳ ଦିବସ ଠାରୁ ଆରମ୍ଭ ହୋଇ ଚାଲିଆସୁଅଛି । ଜି-୨୦ ଶିକ୍ଷା କାର୍ଯ୍ୟକାରିଣୀ ଗୋଷ୍ଠୀର ତୃତୀୟ ବୈଠକ ଆଗାମୀ ଅପ୍ରେଲ ୨୭-୨୮ରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ, ଯୋଉଥିରେ ଜି-୨୦ ରାଷ୍ଟ୍ର ସମୂହ ଭାଗନେବେ । ସେ ସମ୍ବନ୍ଧରେ ଯୁବ ଗୋଷ୍ଠୀଙ୍କୁ ସଚେତନତା କରିବା ସହିତ ଯୁବ ବନ୍ଧୁଙ୍କ ମଧ୍ୟରେ ଥିବା କୌଶଳ, ଦୃଢତା ଓ ଚଂଚଳତାକୁ କିପରି ‘ବସୁଧୈବ କୁଟୁମ୍ବକମ୍’ ରେ ପ୍ରବର୍ତିତ କରି ସାରା ବିଶ୍ୱକୁ ବିକାଶମୁଖୀ କରିହେବ ସେ ସମ୍ବନ୍ଧରେ ଡ଼. ଯୋଷୀ ଆଲୋଚନା କରିଥିଲେ । ଯୁବ ସମ୍ବାଦର ଉକ୍ତ କାର୍ଯ୍ୟକ୍ରମକୁ ସଂସ୍ଥାନର କାର୍ଯ୍ୟକ୍ରମ ଅଧିକାରିଣୀ ଶ୍ରୀମତୀ ନମିତା ସାହୁ ସଂଯୋଜନା କରିଥିବା ବେଳେ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

IEC 2 years
Leave A Reply