ନୂଆଦିଲ୍ଲୀ : ଜୁଳୁଜୁଳିଆ ପୋକଙ୍କୁ ଯେତେ ଦୂରରେ ଦେଖିଲେ ମଧ୍ୟ ଆମେ ଜାଣିପାରୁ l ଏହି ପୋକଟି ଦିନରେ ଆଲୋକ ଦେଇଥିଲେ ମଧ୍ୟ ତାକୁ କେହି ଦେଖି ପାରନ୍ତି ନାହିଁ ,କିନ୍ତୁ ରାତିର ଅନ୍ଧାର ଭିତରେ ଯେଉଁଠିବି ଥାଏ ଝକମକ କରିଥାଏ l ଇଣ୍ଟରନେଟରେ ଆଜିକଲି ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଦେଖା ଯାଉଛି ଯେ ଗୋଟିଏ ବେଙ୍ଗର ପେଟ ଭିତରେ ଲାଇଟ ଜଳୁଛି l

ସମସ୍ତେ ପ୍ରଥମେ ଭାବୁଛନ୍ତି ଯେ ବେଙ୍ଗ ପେଟରେ ଲାଇଟଟି ଜଳୁଛି ,କିନ୍ତୁ ପ୍ରକୃତ ଘଟଣାଟି ହେଲା ବେଙ୍ଗଟି ଗୋଟିଏ ଜୁଳୁଜୁଳୁଆ ପୋକଙ୍କୁ ଖାଇ ଦେଇଛି ଯାହା ଦ୍ୱାରା ବେଙ୍ଗଟିର ରୂପ ଏପରି ଦେଖା ଯାଉଛି l ଟ୍ୱିଟରରେ ଏହି ଭିଡିଓକୁ ୮୪ ହଜାରରୁ ଅଧିକା ଲୋକା ଦେଖି ସାରିଛନ୍ତି l

୧୪ ସେକେଣ୍ଡର ଏହି ଭିଡିଓରେ ବେଙ୍ଗଟି ପ୍ରଥମେ କାନ୍ଥ ଉପରେ ଲାଗି ରହିଥିବାର ଦେଖିବାକୁ ମିଳୁଛି l କିଛି ସେକେଣ୍ଡ ପରେ ଅଚାନକ ତା ପେଟ ଭିତରୁ ଆଲୋକ ବାହାରୁ ଥିବାର ଦେଖିବାକୁ ମିଳିଛି l ଏହି ଆଲୋକଟି ଏକ ନିୟମିତ ଅନ୍ତରାଳରେ ଚମକୁ ଥିବାର ଦେଖିବାକୁ ମିଳୁଥିଲା କାରଣ ବେଙ୍ଗଟି ଅନ୍ଧାରରେ ଚମକୁଥିବା ପୋକଟିକୁ ଖାଇ ଦେଇଥିଲା l

ରାତିରେ ବେଙ୍ଗଟିର ପେଟ ଭିତରେ ଏହି ପୋକର ଆଲୋକ ବାରମ୍ବାର ଦେଖା ଯାଇଥିଲା l ସେପ୍ଟେମ୍ବର ୧୧ ତାରିଖରେ ଏହି ଭିଡିଓଟି ଟ୍ୱିଟରରେ ଅପଲୋଡ଼ କରାଯାଇଥିଲା l ଏହି ଭିଡ଼ିଓଟିକୁ ଦେଖି ପ୍ରାୟ ସମସ୍ତେ ରୋଚକ କମେଣ୍ଟମାନ ଦେଇଛନ୍ତି l କେହିଜଣେ ଲେଖିଛନ୍ତି ଏହା ଏକ ଚାଇନିଜ ବେଙ୍ଗ ଓ ଅନ୍ୟଜଣେ ଲେଖିଛନ୍ତି ବେଙ୍ଗଟିର ବ୍ୟାଟେରୀ ଲୋ ହୋଇଯାଉଛି l

LEAVE A REPLY

Please enter your comment!
Please enter your name here