Odisha news

ଗବେଷଣା ରୁ ଖୁଲାସା : ଗ୍ରୀଷ୍ମ ଋତୁରେ ଫ୍ରିଜରେ ପ୍ଲାଷ୍ଟିକ ବୋତଲରେ ପାଣି ରଖି ସେବନ କରିବା ଦ୍ୱାରା ହୋଇପାରେ ଗୁରୁତ୍ୱର ସ୍ୱାସ୍ଥ୍ୟ ସମସ୍ୟାର କାରଣ

0
ଗରମ ଦିନ ଆସିବା ମାତ୍ରକେ ଆମ ମାନଙ୍କୁ କିଛି କିଛି ଥଣ୍ଡା ପାନୀୟ ସେବନ କରିବା ପାଇଁ ଇଛା ହୋଇଥାଏ l ତେଣୁ ଆମେ ସାଧାରଣ ଭାବରେ ନିଜର ତୃଷା ମେଣ୍ଟାଇବା ପାଇଁ ଫ୍ରିଜ ରେ ପାଣି ବୋତଲ ରଖିଥାଉ, ଯାହାକି ଗୋଟିଏ ସାଧାରଣ କଥା ଅଟେ l ତେଣୁ ଆମେ ଫ୍ରିଜ ରେ ପ୍ଲାଷ୍ଟିକ ବୋତଲ ରେ ପାଣି ରଖି ଥାଉ ଓ ସେବନ କରିଥାଉ l ଆମେରିକାରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଏହି ତଥ୍ୟ ସାମ୍ନାକୁ ଆସିଛି ଯେ ପାଣି ବୋତଲ ବିଶେଷ ଭାବରେ ୨ପ୍ରକାର ର ରହିଥାଏ l ଏହାଛଡା ଏହି ଗବେଷଣାରେ ଏହା ମଧ୍ୟ ଜଣା ପଡିଛି ଯେ ପାଣି ବୋତଲ ରେ ୨ପ୍ରକାର ବ୍ୟାକ୍ଟେରିଆ ମଧ୍ୟ ରହି ଥାଆନ୍ତି, ଗୋଟିଏ ନେଗେଟିଭ ବ୍ୟାକ୍ଟେରିଆ ଓ ଅନ୍ୟଟି ହେଲା ବେଶିଲାସ ବ୍ୟାକ୍ଟେରିଆ ସାମିଲ ରହିଛି l  ନେଗେଟିଭ ବ୍ୟାକ୍ଟେରିଆ ଅନେକ ପ୍ରକାରର ଇନଫେକ୍ସନ କରାଇଥାଏ ଓ ବେସିଲସ ବ୍ୟାକ୍ଟେରିଆ ଗ୍ୟାଷ୍ଟ୍ର ଇଣ୍ଟେଷ୍ଟlଇନ ରେ ଅସୁବିଧା କରାଇଥାଏ l ଯାହାକି ବିଶେଷ ଭାବରେ ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ l

– ଫ୍ରିଜ ରେ ରଖୁଥିବା ବୋତଲ ରେ ଅନେକ ମାତ୍ରାରେ ବ୍ୟାକ୍ଟେରିଆ ରହିଥାଏ l ଯାହାକି ଆପଣଙ୍କ କଳ୍ପନା ର ବାହାରେ l  ଯାହାକି ଆପଣଙ୍କୁ ରୋଗରେ ପକାଇ ଥାଏ l  ତେଣୁ ଯେବେବି ଫ୍ରିଜ ରେ ପାଣି ରଖୁଛନ୍ତି କଦାପି ଶସ୍ତା ପ୍ଲାଷ୍ଟିକ ବୋତଲ ରେ ପାଣି ରଖନ୍ତୁ ନାହିଁ l  କାହିଁକି ନା ଏଭଳି ବୋତଲ ରେ ଖୁବ ଶୀଘ୍ର ବ୍ୟାକ୍ଟେରିଆ ପ୍ରସ୍ତୁତ ହୋଇଥାଏ l

– ଆମେ ବଜାରରୁ କିଣୁଥିବା ବିଭିନ୍ନ ଥଣ୍ଡା ପାନୀୟ ବୋତଲ କୁ ନଫୋପାଡ଼ି ଫ୍ରିଜ ରେ ପାଣି ରଖିଥାଉ l କିନ୍ତୁ ଏହା ଠିକ ନୁହେଁ, ଏହିସବୁ ବୋତଲ ରେ ପାଣି ରଖି ପିଇବା ଦ୍ୱାରା ଶରୀର ମଧ୍ୟକୁ ବ୍ୟାକ୍ଟେରିଆ ଯାଇଥାଏ l  ଯାହାକି ପେଟ ରୋଗର ମୁଖ୍ୟ କାରଣ ଅଟେ l

– ଏହାଛଡା ଫ୍ରିଜ ରେ ଯେଉଁ ବୋତଲରେ ପାଣି ରଖୁଛନ୍ତି, ସେହି ବୋତଲ ଉଚ୍ଚ ମାନର ହୋଇଥିବା ଆବଶ୍ୟକ, ଏହାଛଡା ପ୍ରତି ୨ରୁ ୪ ଦିନ ମଧ୍ୟରେ ବୋତଲ ମଧ୍ୟ ସଫା କରିବା ଆବଶ୍ୟକ l  ନଚେତ ବୋତଲ ରେ ଶିଉଳୀ ବସି ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ ହୋଇଥାଏ l

– ଫ୍ରିଜ ର ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରେ ସେଟ ହୋଇଥିବା ଆବଶ୍ୟକ l  କାହିଁକି ନ ଗବେଷକ ଙ୍କ ମତରେ ଏହି ତାପମାତ୍ରାରେ ସୁକ୍ଷ୍ମ ଯିବ ଜନ୍ମ ନିଅନ୍ତି ନାହିଁ l  ଏହାଛଡା ବ୍ୟାକ୍ଟେରିଆ ଇନଫେକ୍ସନ ମଧ୍ୟ ହୋଇ ନଥାଏ

– ଫ୍ରିଜ ରେ ଆପଣ ଅନେକ ସମୟ ପର୍ଯ୍ୟନ୍ତ ପ୍ଲାଷ୍ଟିକ ବୋତଲ ରେ ପାଣି ରଖୁଛନ୍ତି ଯଦି ଏହାକୁ ସେବନ କରିବା ଦ୍ୱାରା ଆପଣ ପେଟ ସଂବନ୍ଧୟା ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ପାରନ୍ତି l  କାହିଁକି ନା ଅନେକ ସମୟରେ ଆମେ ଥଣ୍ଡା ଯୋଗୁଁ ଅନେକ ପ୍ରକାରର ପେଟ ସମ୍ବନ୍ଧିତ ରୋଗରେ ମଧ୍ୟ ପୀଡିତ ହୋଇଥାଉ l

Leave A Reply