Odisha news

ଶତାୟୁ ସ୍ୱାଧିନତା ସଂଗ୍ରାମୀଙ୍କ ପରଲୋକ

0

କଣ୍ଟାପଡ଼ା : କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣସାଇଲୋ ଅଞ୍ଚଳର ସ୍ୱାଧିନତା ସଂଗ୍ରାମୀ ବ୍ରହ୍ମାନନ୍ଦ ପଟ୍ଟନାୟକଙ୍କ ଶନିବାର ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା । ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କ ପୁଅ, ବୋହୂ, ଝିଅ, ଜ୍ୱାଇଁ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ସେ ଇଂରେଜ ବିରୋଧି ସ୍ୱାଧିନତା ସଂଗ୍ରାମରେ ନିଜକୁ ସାମିଲ କରିଥିଲାବେଳେ ଅନେକ ଘାତ ପ୍ରତିଘାତ ମଧ୍ୟ ଦେଇ ଗତି କରିଛନ୍ତି ।

ଜୀବନର ପରିଣତ ବୟସରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଥିଲେ । ପାର୍ଥିବ ଶରୀରକୁ ନାମ ସଂକୀର୍ତ୍ତନ ସହକାରେ ଗ୍ରାମ ପରିକ୍ରମା କରାଇ ନିକଟସ୍ଥ ଶ୍ମଶାନରେ ଦାହ କରାଯାଇଥିଲା ।

ଜ୍ୟେଷ୍ଠ ପୁତ୍ର ବୈଦ୍ୟନାଥ  ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକରେ ବ୍ରାହ୍ମଣସାଇଲୋ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି ।

IEC 2 years
Leave A Reply