Odisha news

ଋଷ – ୟୁକ୍ରେନ ଯୁଦ୍ଧ : ଫ୍ରାନ୍ସ ରାଷ୍ଟ୍ରପତି ଅପ୍ରେଲ ଆରମ୍ଭ ରେ କରିବେ ଚୀନ ଯାତ୍ରା ଓ ଯୁଦ୍ଧ ବନ୍ଦ୍ ପାଇଁ ପଳାଇବେ ଚାପ

0
ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ୧ବର୍ଷ ହେବ ଯୁଦ୍ଧ ଚାଲିଛି , ଯାହାକି ଥମିବାର ନାଁ ଧରୁ ନାହିଁ । ଏହି ଯୁଦ୍ଧ ଉପରେ ସାରା ବିଶ୍ଵ ର ନଜର ରହିଛି । ଏପରି ସ୍ଥିତି ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋ ଚିନ୍ତା ପ୍ରକଟ କରିଛନ୍ତି । ସେ ଶନିବାର ଦିନ କହିଛନ୍ତି ଯେ ସେ ଅପ୍ରେଲ ମାସ ଆରମ୍ଭ ରେ ଚୀନ ଗସ୍ତରେ ଯିବେ । ଯେଉଁଠି ସେ ଚୀନ ସହିତ ସାକ୍ଷାତ କରିବେ ଓ ଋଷ ଉପରେ ଚାପ ପକାଇବା ବିଷୟରେ କହିବେ । ମାକ୍ର କହିଛନ୍ତି ଯେ ଚୀନ ଉପରେ ଚାପ ପକାଇ ଯୁଦ୍ଧ ବିରାମ କରାଯାଇ ପାରିବ ।
ମକ୍ରୋ ଆହୁରି ମଧ୍ୟ କହିଛନ୍ତି ଯେ ଶାନ୍ତି ସେତେବେଳେ ସମ୍ଭବ ଯେତେବେଳେ ଋଷ ଆକ୍ରମଣ ବନ୍ଦ୍ କରିବ , ସୈନ୍ୟ ଫେରାଇ ନେବ, ୟୁକ୍ରେନ ଓ ତାର ଅଧିବାସୀ ମାନଙ୍କର ସଂପ୍ରଭୂତା ର ସମ୍ମାନ କରିବ । ସୂଚନା ଯୋଗ୍ୟ ଯେ ଚୀନ ଯୁଦ୍ଧ ସମାପ୍ତି କରିବା ପାଇଁ ଗୋଟିଏ ୧୨ ସୁତ୍ରିୟ ପ୍ରସ୍ତାବ ଉପସ୍ଥାପନ କରିଛି ।
ଶୁକ୍ରବାର ଦିନ ଚୀନ ୟୁକ୍ରେନ ରେ ବ୍ୟାପକ ଯୁଦ୍ଧ ବିରାମ ର ଆହ୍ବାନ କରିଥିଲା । ଏହାକୁ ୟୁକ୍ରେନ ମଧ୍ୟ ସ୍ବାଗତ କରିଥିଲା । ଚୀନ ଯୁଦ୍ଧ ସମାପ୍ତ କରିବାର ଆହ୍ବାନ ର ଗୋଟିଏ ଦିନ ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ଙ୍କ ବୟାନ ଖୁବ୍ ଗୁରୁତ୍ଵ ପୂର୍ଣ୍ଣ ହୋଇ ଯାଇଥିଲା ।
ଗୋଟିଏ ପକ୍ଷରେ ପଶ୍ଚିମ ଦେଶ ଗୁଡ଼ିକ ର ସଂପୂର୍ଣ୍ଣ ସହଯୋଗ ୟୁକ୍ରେନ ସହିତ ରହିଛି । ଅନ୍ୟ ପକ୍ଷରେ ଋଷ ଅଲଗା ଅଲଗା ରହିଛି । ଚୀନ ପକ୍ଷରୁ କୁହାଯାଇଛି ଯେ ପରମାଣୁ ଅସ୍ତ୍ର ର ପ୍ରୟୋଗ କଦାପି ଆଦୌ ହେବା ଉଚିତ୍ ନୁହେଁ । କାହିଁକି ନା ସାରା ବିଶ୍ଵ ଜୈବିକ ଓ ରାସାୟନିକ ହତିଆର ର ବିରୋଧ କରୁଛି ।
Nalco
Leave A Reply