Odisha news

ଜଙ୍ଗଲକୁ ବୃଦ୍ଧି କରିବାକୁ ହେଲେ ସବସିଡ଼ି ମୂଲ୍ୟରେ ଗ୍ୟାସ୍ ଯୋଗାଇ ଦିଆଯାଉ

0

ତାଳଚେର ତା୦୫/୦୩ କେଉଁ ଆବାହମାନ କାଳରୁ ଲୋକମାନେ କି ଧନୀ କି ଗରୀବ ଜଙ୍ଗଲ ଉପରେ ନିର୍ଭର କରି ଚଳି ଆସୁଥିଲେ । ଜଙ୍ଗଲରୁ କାଠ ଆଣି ଆସବାବ ପତ୍ର ସହିତ ଜାଳେଣି ପାଇଁ ବ୍ୟବହାର କରୁଥିଲେ । ପର୍ଯ୍ୟାୟକ୍ରମେ ଜଙ୍ଗଲ ହ୍ରାସ ପାଇବାରେ ଲାଗିଲା । କାଠକୁ ଜାଳେଣି ରୂପେ ବ୍ୟବହାର କରିବା ଫଳରେ ମହିଳା ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ୁଥିଲା ଓ ଅଧିକ ସମୟ ସାପେକ୍ଷ ହେଉଥିଲା । ଏହାକୁ ବିଚାରକୁ ନେଇ ସରକାର ଗୃହିଣୀଙ୍କ ନିମନ୍ତେ ସହଜ ଓ ସୁବିଧାରେ ଇନ୍ଧନଗ୍ୟାସ୍‌ର ବ୍ୟବହାର କରିବାକୁ ନେଇ ସଚେତନତା ସୃଷ୍ଟି କରିବା ସହ ଘରେଘରେ ଏଲପିଜି ଗ୍ୟାସ୍ ଯୋଗାଇ ଦିଆଯାଉଛି । ଏହା ନିଶ୍ଚିତ ଜଙ୍ଗଲ ଅବକ୍ଷୟରୁ ରୋକା ଯାଇପାରିଛି । ଏଥିନେଇ ଗ୍ୟାସର ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଲା ଓ ସରକାର ସେହି ସମୟରେ ଏଲପିଜି ଗ୍ୟାସ୍ ବ୍ୟବହାର ପାଇଁ ଲୋକଙ୍କୁ ପ୍ରଚାର ପ୍ରସାର ମାଧ୍ୟମରେ ପ୍ରଭାବିତ କରିବା ସହିତ ମା’ଙ୍କ ଆଖିରୁ ରୋଷେଇଶାଳାରେ କୁହୁଳା ଜନିତ ଲୁହ  ଦୂର ହେବ ବୋଲି କୁହାଯାଇଥିଲା । ଏହାକୁ ନଜରରେ ରଖି କି ଗରୀବ କି ଧନୀ ବର୍ତମାନ ଗ୍ୟାସ୍ ଉପରେ ନିର୍ଭରଶୀଳ ହେଉଛନ୍ତି । ଏତିକି ନୁହେଁ କେନ୍ଦ୍ର ସରକାର ଗରୀବ ମାନଙ୍କୁ ଉଜ୍ଜଳା ଯୋଜନାରେ ସାମିଲ କରାଇ ମାଗଣାରେ ଗ୍ୟାସ୍ ସଂଯୋଗ କରାଇଦେଲେ । ଫଳରେ ଘରେ ଘରେ ଗ୍ୟାସ୍‌ର ଚାହିଦା ବଢ଼ିବା ସହିତ ମହିଳାମାନେ ଅଳ୍ପ ସମୟ ଓ ଅଳ୍ପ ପରିଶ୍ରମରେ ଖାଦ୍ୟପଦାର୍ଥ ପ୍ରସ୍ତୁତ କରିପାରିଲେ ଓ କାଠ ଜାଳେଣିରେ ଯେଉଁ କଷ୍ଟ ଲାଗି ରହିଥିଲା ତାହା ଦୂର ହେଲା । ମାତ୍ର ଏବେ ଏହି ଇନ୍ଧନ ଗ୍ୟାସର ମୂଲ୍ୟ ଅହେତୁକ ବୃଦ୍ଧି ଯୋଗୁଁ ହାଣ୍ଡିଶାଳରେ ପଡ଼ିଛି ମାଡ଼ । ୨୦୧୪ ମସିହାରେ ଏଲପିଜି ଗ୍ୟାସ୍‌ର ମୂଲ୍ୟ ୪୧୦ଟଙ୍କା ରହିଥିବା ବେଳେ ୧୦ବର୍ଷ ଭିତରେ ଏହା ବୃଦ୍ଧିପାଇ ୧୧୦୩ଟଙ୍କାରେ ପଂହଚିଛି । ଫଳରେ ସରକାର ଯେଉଁ ଉଦ୍ଦେଶ୍ୟରେ ଗରୀବଙ୍କୁ ଉଜ୍ଜଳା ଯୋଜନାରେ ସାମିଲ କରିଥିଲେ ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଏହା ଆଜି ବିଫଳ ହୋଇଛି ବୋଲି ଚର୍ଚ୍ଚା ଯୋର ଧରିଛି । ତତ୍ ସହିତ ଲୋକମାନେ ପୂର୍ବ ଅବସ୍ଥାକୁ ଫେରିଯିବା ସହ ଜଙ୍ଗଲ ମୁହାଁ ହେବାକୁ ପରିସ୍ଥିତି ବାଧ୍ୟ କରିବା ପାଇଁ ଯାଉଛି । ଏହି ଏଲପିଜି ଗ୍ୟାସରୁ କେନ୍ଦ୍ର ସରକାର ୩୨୬ଟଙ୍କା ୪୯ ପଇସା ଓ ରାଜ୍ୟ ସରକାର ୩୬୮.୪୦ ଟଙ୍କା ଗ୍ୟାସ୍ ଉପରୁ ଟିକସ ନେଉଛନ୍ତି । ଏପରିସ୍ଥଳେ ଉଭୟ ସରକାର ଗ୍ୟାସ ଉପରେ ନେଉଥିବା ଟିକସ କୋହଳ କରି ଅଳ୍ପମୂଲ୍ୟରେ ଖାଉଟିଙ୍କୁ ଯୋଗାଇ ଦେଲେ ଜଙ୍ଗଲ ସୁରକ୍ଷା ଜୀବନରକ୍ଷା ହେବା ସହିତ ପ୍ରଦ୍ୟୁଷଣ ନିୟନ୍ତ୍ରଣ ହୋଇ ପାରନ୍ତାବୋଲି ପରିବେଶବିତ୍ ମାନେ ମତ ପ୍ରକାଶ କରିଛନ୍ତି । ତେବେ ଏହି ଦର ବୃଦ୍ଧିରେ ଧନୀଶ୍ରେଣୀ ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର ପ୍ରଭାବ ପଡ଼ୁନଥିବା ବେଳେ ମଧ୍ୟବିତ୍ ଓ ଗରୀବ ଶ୍ରେଣୀଙ୍କ ପାଇଁ ଗ୍ୟାସର ମହଙ୍ଗାମାଡରେ଼ ବର୍ତମାନ ଅତିଷ୍ଠ ହୋଇପଡ଼ିଛନ୍ତି ଖାଉଟି ।

Nalco
Leave A Reply