Odisha news

ବନ ବିଭାଗ ହାତରେ କଇଁଛ ମାଫିଆ : ୮୭ କଇଁଛ ସହିତ ୧ ଅଟକ

0

ଜଳେଶ୍ୱର-୦୭/୦୯ :  ୬୦ନଂ ଜାତୀୟ ରାଜପଥରେ ବିଭିନ୍ନ ଜିନିଷର ଚୋରା ଚାଲାଣ ହେଉଥିବା ବେଳେ କଇଁଛ ମାଫିଆମାନେ କୋଲକତାକୁ କଇଁଛ ଚୋରା ଚାଲାଣ କରୁଥିବା ଜଣା ପଡିଛି । ଗତ ବିଳମ୍ବିତ ରାତିରେ ବନ ବିଭାଗ ସୁବର୍ଣର୍ରେଖା ପୋଲ ନିକଟରୁ ଜଣେ ବ୍ୟକ୍ତିକୁ ବାଇକ୍ ସହ ଅଟକ ରଖିବା ସହିତ ୮୭ଟି କଇଁଛ ଉଦ୍ଧାର କରିଛି । ୬୦ନଂ ଜାତୀୟ ରାଜପଥରେ ପ୍ରତିଦିନ ଗୋରୁ, ଘୁଷୁରୀ, ଛେଳି, ବେଙ୍ଗ, କାଠ, ବାଉଁଶ ଇତ୍ୟାଦି ସହିତ ବିଭିନ୍ନ ମାଦକ ଦ୍ରବ୍ୟ, ବନଜାତ ଦ୍ରବ୍ୟ ଚୋରାରେ ଚାଲାଣ ହେଉଥିବା ବେଳେ ମାଫିଆମାନେ ସେମାନଙ୍କ ଚୋରା ଚାଲାଣର ତରିକା ବଦଳାଇଛନ୍ତି । ପଶୁ ଗୁଡିକୁ ଚଲାଇ ଚଲାଇ ନେଇଥିବା ବେଳେ କଇଁଛ, ବେଙ୍ଗ ଇତ୍ୟାଦି ଜଳ ଚରଙ୍କୁ ବାଇକ୍ ସାହାର୍ଯ୍ୟରେ ନେଇ ସୀମା ପାର କରୁଥିବା ଦେଖିବାକୁ ମିଳୁଛି ।

ଏ ସମ୍ପର୍କରେ ବନ ବିଭାଗ ପକ୍ଷରୁ ଗତ କିଛିଦିନ ଧରି ଜଲା ବିଛାଯାଇଥିଲା । ଗତ ରାତିରେ ଜଳେଶ୍ୱର ବନ ବିଭାଗର ରେଞ୍ଜ ଅଫିସର ଜୟଶ୍ରୀ ମୁର୍ମୁ, ଫରେଷ୍ଟର ଭକ୍ତିଲତା ଦାସ, ଫରେଷ୍ଟ ଗାର୍ଡ ରଣଜିତ୍ ବିଶ୍ୱାଳ ଓ ଏକ ୬ଜଣିଆ ସ୍କ୍ୱାର୍ଡ ସୁବର୍ଣ୍ଣରେଖା ପୋଲ ନିକଟରେ ଜଗି ରହିଥିଲେ । ରାତି ପ୍ରାୟ ଗୋଟାଏ ବେଳେ ଡବ୍ଲୁବି-୩୪-ବିଏକ୍ସ-୦୪୩୯ ବାଇକ୍ରେ ଜଣେ ଯୁବକ ଦ୍ରୁତ ଗତିରେ ବାଲେଶ୍ୱରରୁ କୋଲକତା ଅଭିମୁଖେ ଯାଉଥିବାରୁ ବନବିଭାଗ ପିଛା କରିଥିଲା । ଶେଷରେ ସେହି ଯୁବକକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ବାଇକ୍ ପଛରେ ଥିବା ୩ଟି ବ୍ୟାଗ୍ରୁ ୮୭ଟି କଇଁଛ ବନବିଭାଗ ଉଦ୍ଧାର କରିଛି । ଅଟକ ଯୁବକ ଦାନ୍ତୁନ ଥାନା ଅନ୍ତର୍ଗତ କୋରିଆ ଗାଁର ଦେବବ୍ରତ ଦେ (୩୨)କୁ ଅଟକ ରଖି ପଚରା ଉଚରା କରୁଛି । ଏକ ବଡ ରାକେଟ କଇଁଛ କାରବାର କରୁଥିବାର ସୂଚନା ମିଳୁଛି । ଅପରାଧିମାନେ କଇଁଛର ମାଂସ ବିକ୍ରି କରିବା ସହିତ ତାର ଦେହାବଶେଷକୁ ମୋଟା ଅଂକରେ ବିକ୍ରି କରାଯାଉଥିବା ଜଣାଯାଇଛି ।

ଉପାନ୍ତ ଅଂଚଳର କେତେକ ଦଲାଲ ଏପରି ମାଫିଆମାନଙ୍କୁ ପ୍ରୋସôାହନ ଦେଇ ଆସୁଛନ୍ତି । କେତେକ ସମୟରେ ପିକ୍ଅପ୍ ଓ ବସ୍ ରେ ବହୁ ପରିମାଣର କଇଁଛ ୬୦ନଂ ଜାତୀୟ ରାଜପଥରେ ପଂଚିମବଂଗକୁ ଯାଇଥାଏ । ଶ୍ୱାଶରୋଗୀମାନେ କଇଁଛ ମାଂସକୁ ଔଷଧଭାବେ ବ୍ୟବହାର କରୁଥିବାରୁ ପଶ୍ଚିମବଂଗରେ ଏହାର ଚାହିଦା ଅଧିକ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ବାଲେଶ୍ୱର ଜିଲ୍ଲା ବନବିଭାଗର ଏସିଏଫ ଦିଶାନ୍ତ ଶୋଭନ ଚାନ୍ଦ ଏଠାରେ ପହଞ୍ଚି ଘଟଣାର ଛାନ୍ଭିନ ଆରମ୍ଭ କରିଛନ୍ତି । ଏପରି ଏକ ଘଟଣା ଜଣାଯିବା ପରେ ମାଫିଆଙ୍କ ମଧ୍ୟରେ ଛାନିଆ ପଶିଛି ।

Nalco
Leave A Reply