କୃଷ୍ଣ ପ୍ରେମରେ ଅନ୍ଧ ହୋଇ ପାସ୍ପୋର୍ଟ ଓ ଭିସା ଚିରି ଫୋପାଡିଲେ ବିଦେଶୀ : ବିଦେଶୀ ଅଧି ନିୟମ ଧାରାକୁ ଉଲଂଘନ କରି ଗଲେ ଜେଲ
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ମଥୁରାରେ ଜଣେ ବ୍ୟକ୍ତି କ୍ରୋଏସିଆର ଜେଲରୁ ମୁକୁଳିଲା ପରେ ମଧ୍ୟ ନିଜ ଦେଶକୁ ଫେରି ପାରିବେ ନାହିଁ l ଟଂକ ନାମ ହେଉଛି ଜୋରନ ଜୋଲିକ ,ବିଦେଶୀ ଅଧିନିୟମ ଧାରା-୧୪ ଅନୁସାରେ ବିନା ଭିସାରେ ଭାରତରେ ରହୁଥିବାକୁ ନେଇ ଆରୋପ ଲଗାଯାଇ ଜେଲକୁ ପଠାଇ ଦିଆଯାଇଥିଲା l ଗତ ଜାନୁଆରୀ ୨୧ ତାରିଖରେ ତାଙ୍କର ସଜା ପୁରା ହୋଇଯାଇଥିଲେ ମଧ୍ୟ ସେ ଘରକୁ ଯାଇ ପାରୁ ନାହାନ୍ତି l ବାଧ୍ୟ ହୋଇ ସେ ଜେଲର ନିରୁଧ କେନ୍ଦ୍ରରେ ରହୁଛନ୍ତି l ତାଙ୍କର ଘରକୁ ଫେରିବା ପାଇଁ ଗୋଟିଏ ଏପରି ସାହାଯ୍ୟ କାରି ବ୍ୟକ୍ତି ଆବଶ୍ୟକ ଯିଏ ତାଙ୍କର ବିମାନ ଟିକେଟର ବ୍ୟବସ୍ଥା କରି ପରିବା l
ସେ ୨୦୧୮ ରେ ଭାରତକୁ ବୁଲିବାକୁ ଆସିଥିଲେ ମିଳିଥିବା ସୂଚନା ଅନୁସାରେ ଜୁଲାଇ ୨୬ ତାରିଖ ୨୦୧୯ ରେ ବୃନ୍ଦାବନର ଗୋଟିଏ ଆଶ୍ରମରେ ରହୁଥିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା l ତାଙ୍କର ଭିସାର ତାରିଖ ସରି ଯାଇଥିଲା ଓ ତାଙ୍କ ପାଖରେ ମଧ୍ୟ ପାସ୍ପୋର୍ଟ ନଥିଲା l ମିଳିଥିବା ଖବର ଅନୁସାରେ ପଚରା ଉଚରା ପରେ ଜଣା ପଡିଲା ଯେ ତାଙ୍କୁ ବୃନ୍ଦାବନ ଓ ଏଠାକାର ସଂକୃତି ଅଟେ ଭଲ ଲାଗିଲା ଯେ ସେ ସବୁକିଛି ଛାଡି ସେଠାରେ ରହିବାର ନିର୍ଣ୍ଣୟ କରି ନେଲେ l ଏହାପରେ ଆଶ୍ରମରେ କୃଷ୍ଣ ଭକ୍ତ ହୋଇ ଭାରତୀୟ ବେଦକୁ ଅଧୟନ କରିବାରେ ଲାଗିଗଲେ l କିଛି ଦିନ ପରେ ନିଜର ଭିସା ଓ ପାସ୍ପୋର୍ଟକୁ ଫାଡ଼ି ଅଳିଆ ଗଦାରେ ଫୋପାଡ଼ି ଦେଲେ l
ପୋଲିସକୁ ସୂଚନା ମିଳିବା ପରେ ବିଦେଶୀ ଅଧି ନିୟମ ଧାରାକୁ ଉଲଂଘନ କରିବା ମାମଲାରେ ଜେଲକୁ ପଠାଇ ଦେଲେ l ତାଙ୍କର କିନ୍ତୁ ଜେଲରୁ ଫେରିଲା ପରେ ନିଜ ଦେଶକୁ ଯିବା ପାଇଁ ଇଛା ନାହିଁ l ସେ ଚାହୁଁଛନ୍ତି ଭାରତରେ ରହିବ ପାଇଁ l ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କର ପିତାମାତା ଏବଂ ସମ୍ପର୍କୀୟଙ୍କ ବିଷୟରେ ତାଙ୍କୁ କିଛି ଜଣା ନାହିଁ l ଜେଲ କତୃପକ୍ଷ କହିଛନ୍ତି ଯେ ଏପରି ସ୍ଥିତିରେ ତାଙ୍କୁ ଜେଲର ନିରୁଧ କେନ୍ଦ୍ରରେ ମୁକୁଳିବା ପରେ ରଖା ଯାଇଛି l ଵର୍ତମାନ ତାଙ୍କୁ ଯଦି କେହି ସାହାଯ୍ୟର ହାତ ବାଢ଼ନ୍ତି ତେବେ ସେ ନିଜ ଦେଶକୁ ଫେରି ପାରନ୍ତେ l

Comments are closed.