Odisha news

ଜାତୀୟସ୍ତରୀୟ ମୟୂରଭଞ୍ଜ ଫୁଟବଲ୍ କପ୍ – ୨୦୨୨ ଉଦ୍ଘାଟିତ, ଫାଇନାଲରେ କଲକତା

0

ବାରିପଦା : ବାରିପଦା ଷ୍ଟାଡିୟମ ପଡିଆରେ ମୟରଭଞ୍ଜ ଏଥଲେଟିକ୍ ଆସୋସିଏସନ ଓ ମୟୂରଭଞ୍ଜ ଫୁଟବଲ ପ୍ଲେୟାର୍ସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଭରପୁର ଦର୍ଶକଙ୍କ ଉପସ୍ଥିତିରେ ଜାତୀୟସ୍ତରୀୟ ମୟୂରଭଞ୍ଜ ଫୁଟବଲ କପ୍-୨୦୨୨ ଉଦ୍ଘାଟିତ ହୋଇଯାଇଛି । ମୟୂରଭଞ୍ଜ ଏସପି ଋଷିକେଶ ଦ୍ୟାନଦେଓ ଖିଲାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜିର ଖେଲକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ମୟୂରଭଞ୍ଜ ଏଥଲେଟିକ୍ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କୋଷାଧ୍ୟକ୍ଷ ଅମିତାଭ ଦାସ, ଫୁଟବଲ ସହସମ୍ପାଦକ ଅମର ସେଠୀ, ସହସମ୍ପାଦକ ବୈଦ୍ୟନାଥ ରଥ, ପ୍ରସନ୍ନଜିତ ମହାନ୍ତି, ଅମ୍ବିକା ରାଉତ, ହରପ୍ରସାଦ ପାତ୍ର, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ଉମେଶ ସାହୁ ତଥା ପୂର୍ବତନ କ୍ରୀଡାବିତ୍ ଅମୂଲ୍ୟ କୁମାର ମିଶ୍ର ଓ ମୟୂରଭଞ୍ଜ ଫୁଟବଲ ପ୍ଲେୟାର୍ସ ଆସୋସିଏସନର ସଭାପତି ଧର୍ମରାଜ ହାଁସଦାଃ ଓ ସମ୍ପାଦକ ମୋହନ ମୁର୍ମୁ ଉପସ୍ଥିତ ଥିଲେ । ପ୍ରଥମ ରାଉଣ୍ଡ ଖେଳର ଭୋଳାଗଡିଆ ଦଳ ଏସଏସ ସ୍ପୋର୍ଟିଂକୁ ୩-୦ରେ, ନନ୍ଦ ଦାଦା କଲକାତା ଶଙ୍ଖାଭଙ୍ଗା ଦଳକୁ ୨-୦ରେ, ଟାଉନ ଟିମ୍, ଖୁଣ୍ଟା ଟାଇଗର ଫୁଟବଲ କ୍ଲବକୁ ୧-୦ ରେ, ଭୁବନେଶ୍ୱର ଦଳ ଭଞ୍ଜ ବାଗାନ୍ ମୟୂରଭଞ୍ଜକୁ ୧-୦ ରେ ଓ ଦ୍ୱିତୀୟ ରାଉଣ୍ଡ ଖେଲରେ କଲକାତା ଭୋଳାଗଡିଆ ୧-୦ରେ ଏବଂ ଟାଉନ୍ ଟିମ୍ ଖୁଣ୍ଟା ଭୁବନେଶ୍ୱରକୁ ୧-୦ ରେ ପରାସ୍ତ କରିଛି । ସେମିଫାଇନାଲ ଖେଳରେ କଲକାତା ଟାଉନ ଟିମ୍ ଖୁଣ୍ଟାକୁ ଟାଇ ବ୍ରେକର ଜରିଆରେ ୬-୫ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଆଜିର ଖେଳକୁ ଚକ୍ରଧର ଚାତାର, ସୀତାରାମ ସୁଲତାନ ହାଁସଦାଃ, ବାପୁନ କୁମାର ମହାନ୍ତ ଓ କେଦାର କାଲୁଣ୍ଡିଆ ପ୍ରମୁଖ ପରିଚାଳନା କରିଥିବାବେଳେ ମନୋଜ କୁମାର ପାତ୍ର ଧାରାବିବରଣୀ ପ୍ରଦାନ କରିଥିଲେ

Leave A Reply