Odisha news

ଡଙ୍ଗରମାଲରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ନର୍ଲା :ସକାଳ ଖବର(ଦୀପକ କୁମାର ଠାକୁର) ନର୍ଲା ବ୍ଳକ ଅନ୍ତର୍ଗତ ଡଙ୍ଗରମାଲ ମାଁ ମାଉଲୀ କ୍ଲବ ପକ୍ଷରୁ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଠ ଗୋଟି ଦଳ ଯୋଗଦେଇ ଥିଲେ। ଡଙ୍ଗରତଳପଡା ( କ), ଡଙ୍ଗରତଳପଡା (ଖ), ନର୍ଲା ଇଲେଭେନ ଷ୍ଟାର, ବୁଦେଲପଦର, ଭଟାଙ୍ଗ, ଦହଲ, ଯୋଡାବନ୍ଧ, ଗାଢେବନ୍ଧ ଆଦି ଗ୍ରାମର ଫୁଟବଲ ଦଳ ଅଂଶଗ୍ରହଣ କରିଥିଲେ। ଖେଳ ପ୍ରାରମ୍ଭିକ ପର୍ଯ୍ୟାୟରେ ଡଙ୍ଗରତଳପଡା (ଖ) ଦଳ ଭଟାଙ୍ଗକୁ ଟାଇବ୍ରେକରରେ ୫/୪ ଗୋଲରେ ପରାସ୍ତ କରି ଫାଇନାଲରେ ପହଞ୍ଚି ଥିଲେ। ଅନ୍ୟପକ୍ଷରେ ନର୍ଲା ଇଲେଭେନ ଷ୍ଟାର ଡଙ୍ଗରତଳପଡା (କ) ଦଳକୁ ୨/୧ ଗୋଲରେ ହରାଇ ଫାଇନାଲକୁ ପ୍ରବେଶ କରିଥିଲେ। ଶେଷରେ ଡଙ୍ଗରତଳପଡା (ଖ) ଓ ନର୍ଲା ଇଲେଭେନ ଷ୍ଟାର ମଧ୍ୟରେ ଫାଇନାଲ ଖେଳ ହୋଇଥିଲା। ଏଥିରେ ଦୁଇ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ହୋଇଥିଲା। ତେବେ ଦୁଇ ଗୋଟି ଦଳ ୧ ଗୋଲ୍ ଲେଖାଏଁ ଦେଇ ଡ଼୍ର ହୋଇଥିଲେ। ସମୟର ସ୍ୱଳ୍ପତା ଦୃଷ୍ଟିରୁ ଟାଇବ୍ରେକର ଜରିଆରେ ଖେଳ ହୋଇଥିଲା। ଏଥିରେ ପୁଣି ଦୁଇ ଦଳ ସମାନ ସଂଖ୍ୟକ ଅଙ୍କ ପାଇଥିବାରୁ ଶେଷ ପର୍ଯ୍ୟାୟରେ ଟସ ଜରିଆରେ ଭାଗ୍ୟ ନିର୍ଣ୍ଣୟ କରାଯାଇଥିଲା। ଯାହା ଫଳରେ ନର୍ଲା ଦଳ ଟସ ବିଜୟୀ ହୋଇ ବିଜେତା ଦଳ ଭାବରେ ଘୋଷିତ ହୋଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ନର୍ଲା ସରପଂଚ ଚିରଞ୍ଜିବୀ ଗୈାଡିଆ ଯୋଗଦେଇ ବିଜୟୀ ନର୍ଲା ଓ ଡଙ୍ଗରତଳପଡା ( ଖ) ଦଳକୁ ଟ୍ରଫି ସହ ୩୦୦୦ ଓ ୨୦୦୦ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ପୂର୍ବତନ ଫୁଟବଲ ଖେଳାଳୀ ତଥା ସାମ୍ବାଦିକ ତ୍ରିଲୋଚନ ଗଉଡ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ସହଯୋଗ କରିଥିଲେ ପ୍ରିୟବ୍ରତ ଚାନ୍ଦ ଓ ଅରୁଣ କୁମାର ମାଝୀ। ମାଁ ମାଉଲୀ କ୍ଲବ ସଭାପତି କିଶୋର ଚନ୍ଦ୍ର ମାଝୀ, ଚକ୍ରଧର ଗଉଡ, ସୁରେଶ ମାଝୀ, ଉଗ୍ରେସନ ସାହୁ, ଲକ୍ଷ୍ମଣ ମାଝୀ ପ୍ରମୁଖ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ସହଯୋଗ କରିଥିଲେ।

Shares