Odisha news

ଫୁଟବଲ ଖେଳକୁ ନେଇ ତାଲିମ ପ୍ରଦାନ କାର୍ଯ୍ୟକ୍ରମ

0

ଛତ୍ରପୁର ୩୦/୪ : ଭୁବନେଶ୍ୱର ସ୍ପୋର୍ଟସ୍ ସାଇନ୍ସ ଇଣ୍ଡିଆ ର ନିର୍ଦ୍ଦେଶ କ୍ରମେ ସ୍ପୋର୍ଟସ୍ ସାଇନ୍ସ ଇଣ୍ଡିଆ ଛତ୍ରପୁର ଶାଖା ଓ ଭୁବନେଶ୍ୱରର ଡିକେଥେଲନର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଫୁଟବଲ ଖେଳକୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ କୋଚ୍ ହକିମ ଖାନ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ଭୁବନେଶ୍ୱର ସ୍ଥିତ ସ୍ପୋର୍ଟସ ସାଇନ୍ସ ଇଣ୍ଡିଆର କ୍ରୀଡା ଭୌତିକ ଚିକିତ୍ସକ ଡାକ୍ତର ଦିବ୍ୟ ପ୍ରକାଶ କର ଓ ଡାକ୍ତର ନୟନ ବେହେରା ତାଲିମ ଦାତା ଭାବେ ଯୋଗ ଦେଇ ଫୁଟବଲ ଖେଳିବା ପୂର୍ବରୁ କଣ ସବୁ ସତର୍କତା ଅବଲମ୍ବନ କରିବା ଉଚିତ୍ ଏବଂ ଖେଳିବା ବେଳେ କିପରି ସତର୍କତା ଅବଲମ୍ବନ କରିବା ଆବଶ୍ୟକ ସେନେଇ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ ପ୍ରଦାନ କାର୍ଯ୍ୟକ୍ରମରେ ଛତ୍ରପୁର ସହରର ପ୍ରାୟ ୩୦ ଜଣ ଫୁଟବଲ ଖେଳାଳୀ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସ୍ପୋର୍ଟସ୍ ସାଇନ୍ସ ଇଣ୍ଡିଆ ଛତ୍ରପୁର ଶାଖାର ହୋମିଓପାଥି ଡାକ୍ତର ମାନସ ରଞ୍ଜନ ଦାସ ସଂଯୋଜନା କରିଥିଲେ ।

Leave A Reply