ନିରାକାରପୁର,୧୯/୨: ଖୋର୍ଦ୍ଧା ଜିଲ୍ଲା ଜଂକିଆ ପଞ୍ଚାୟତ ମୁଣ୍ଡାଆମ୍ବ ଖେଳ ପଡ଼ିଆରେ ବାବା ଆମ୍ବେଦକର ଫୁଟବଲ ଆସୋସିଏସନ୍ ତରଫରୁ ବାବା ଆମ୍ବେଦକର ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ପ୍ରଥମ ସେମିଫାଇନାଲ ମ୍ୟାଚରେ ଶରଧାପୁର ଫୁଟବଲ କ୍ଲବ କୁ ମୁଣ୍ଡାଆମ୍ବ ଆମ୍ବେଦକର ,ବାଲିଗାଡିଆ ଫୁଟବଲ ଆସୋସିଏସନ୍ ଭେଟିଥିଲେ। ଏଥିରେ ଶରଧାପୁର ଫୁଟବଲ କ୍ଳବ୍ ୧-୦ ଗୋଲରେ ବାବା ଆମ୍ବେଦକର ଫୁଟବଲ ଆସୋସିଏସନ କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆଜିର ଖେଳକୁ ଶରତ କୁମାର ଛୋଟରାୟ, ସୁକାନ୍ତ କୁମାର ପ୍ରଧାନ ଓ ଚିତ୍ତ ରଞ୍ଜନ ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀନିବାସ ମାଝୀ, ମନୁ ନାୟକ, ସୁଦର୍ଶନ ନାୟକ, ବାଘ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତାକାଲି ଦ୍ଵିତୀୟ ସେମିଫାଇନାଲରେ ଗଡମାଣିତ୍ରୀ ମା ମଙ୍ଗଳା କ୍ଲବ କୁ ଡିହପୁର ତ୍ରିନାଥ କ୍ଲବ ଭେଟିବ।
