Odisha news

ରାଜ୍ୟସ୍ତରୀୟ ମା ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ତରତରା କେଉଁଝର ଚାମ୍ପିଅନ

0

ନିରାକାରପୁର, ୧୨/୨: ଖୋର୍ଦ୍ଧା ଜିଲ୍ଲା ଛଣଗିରି ଆଥଲେଟିକ ଆସୋସିଏସନ୍ ଦ୍ଵାରା ଆୟୋଜିତ ମା ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ଫାଇନାଲ ମ୍ୟାଚ୍ ସନ କ୍ଲବ, ଭୁବନେଶ୍ୱର ଓ ତରତରା , କେଉଁଝର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚର ପ୍ରଥମାର୍ଦ୍ଧର ଶେଷ ପର୍ଯ୍ୟନ୍ତ ଉଭାୟଙ୍କ ଗୋଲ ସ୍କୋର ଶୂନ୍ୟ ଥିବାବେଳେ ସନ କ୍ଲବ , ଭୁବନେଶ୍ୱର କୁ ତରତରା, କେଉଁଝର ୧-୦ ଗୋଲରେ ପରାସ୍ତ କରି ଚାମ୍ପିଅନ ଅର୍ଜନ କରିଛି ।ଆଜିର ଖେଳକୁ ଦିଗବିଜୟ ଦାସ, ବିଜୟ କୁମାର ମଙ୍ଗରାଜ, ପ୍ରିୟବ୍ରତ ବାହିନୀପତି, ସଫିଗୁଲ ଖାଁ ଓ ଅଭିନାଶ ପଟ୍ଟନାୟକ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଆଜିର ମ୍ୟାଚରେ ମୁଖ୍ୟ ଅତିଥିଭାବେ ସାଂସଦ ମୁନା ଖାଁ, ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ସମାଜସେବୀ ପ୍ରକାଶ ଶ୍ରୀଚନ୍ଦନ, ସମାଜସେବୀ ସଚିନ ବଳିଆରସିହ, ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ଗୀତାଞ୍ଜଳି ପାଟ୍ଟଶାଣୀ, ଟାଙ୍କୋଳ ସରପଂଚ ବୀରେଶ ରାଜଗୁରୁ, ସମାଜସେବୀ କୃଷ୍ଣ ଚନ୍ଦ୍ର ନରେନ୍ଦ୍ର, ଛଣଗିରି ସରପଂଚ ପୂର୍ଣ୍ଣିମା ମହାପାତ୍ର, ସମିତି ସଭ୍ୟା ସୁମିତ୍ରା ବରିସଲ ,ଶିକ୍ଷକ ନେତା ରମାକାନ୍ତ ମହାପାତ୍ର, ଯୁବ ନେତା ଚରଣ ମଙ୍ଗରାଜ ଓ ସମାଜସେବୀ ରଞ୍ଜନ ଭୋଳ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ବିଜୟୀ ଓ ରନସ ଅପ୍ ଦଳକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନ୍ ସଭାପତି ମନୋରଂଜନ ସାମନ୍ତରାୟ, ଉପସଭାପତି ସେକ ସରଲି, କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ସୁନ୍ଦରାୟ, ସମ୍ପାଦକ ବିଭୂତି ଭୂଷଣ ଦାଶ, କୋଷାଧ୍ୟକ୍ଷ ଆନନ୍ଦ ପ୍ରଧାନ , ସମାଜସେବୀ ବିରେନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ।

Nalco
Leave A Reply