Odisha news

ତୃତୀୟ ବାର୍ଷିକ ପଞ୍ଚାୟତ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ,:ତ୍ରେତୟା ବିଜୟୀ

0

ଆନନ୍ଦପୁର : ଆନନ୍ଦପୁର ଷ୍ଟାଡିୟମରେ ତୃତୀୟ ବାର୍ଷିକ ପଞ୍ଚାୟତ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ବିଧାୟକ ଭାଗୀରଥି ସେଠୀ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟିତ କରିଥିଲେ। ଆନନ୍ଦପୁର କ୍ରିଡ଼ା ସଂସଦର ସମ୍ପାଦକ ତଥା ରାଜ୍ୟର ବିଶିଷ୍ଟ ଫୁଟବଲ ଖେଳାଳୀ ଶ୍ରୀ ନବରଞ୍ଜନ ପଟ୍ଟନାୟକ ଖେଳାଳି ମାନଙ୍କୁ ସ୍ବାଗତ କରିଥିଲେ। ଉଦଘାଟନୀ ମ୍ୟାଚରେ ଗହଳମୁଣ୍ଡାକୁ ହରାଇ ତ୍ରେତୟା ବିଜୟୀ ହୋଇଥିଲା।ରେଫରୀ ଜିତେନ୍ଦ୍ର ବାରିକ ଓ ଚତୁର୍ଥ ରେଫରୀ ଭାବେ ମନୋଜ କୁମାର ସିଂହ ଦାୟିତ୍ଵ ତୁଲାଇଥିଲେ।ଓ ପ୍ରଦିପ ହଜାରୀ ଧାରାବିବରଣୀ ପ୍ରଦାନ କରିଥିଲେ। କ୍ରିଡ଼ା ସଂସଦର ଉପସଭାପତି ନିରାକାର ଦଳେଇ, ସହ ସମ୍ପାଦକ ଅଖୟ କୁମାର ମହାନ୍ତି ଓ ସଦସ୍ୟଭାବେ ରମେଶ ସିଂହ,ପ୍ରସନ କୁମାର ସିଂହ, ମୁରଲୀଧର ମିଶ୍ର, ବାଇଧର ସେଠୀ, ନରେନ୍ଦ୍ର ସାହୁ, ଅଶୋକ ରାଉଳ, ଅଖିଳ ପଟ୍ଟନାୟକ, ସୁଦର୍ଶନ ରଣା,ମାଧବାନନ୍ଦ ମିଶ୍ର,ଉତ୍ସ ବେହେରା,ବିରଜା ନାୟକ, ଜ୍ୟୋତିରଞ୍ଜନ ଜେନା,ସନ୍ଦିପ ସିଂହ ମ୍ୟାଚ ପରିଚାଳନା କରିଥିଲେ।

Nalco
Leave A Reply