ତାଳଚେର ତା ୨୮/୧୦ ନଭେମ୍ବର ୭ତାରିଖ ଠାରୁ ତାଳଚେର ଏମସିଏଲ ବ୍ଲାକଡ଼ାଇମଣ୍ଡ ଷ୍ଟାଡ଼ିୟମ ଠାରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ ନଭେମ୍ବର ୮ରେ ଉଦଯାପନୀ ଉତ୍ସବ ସହ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ୍ ଆୟୋଜନ କରାଯିବ ଉଦଯାପନୀ ସମାରୋହରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ବିଶିଷ୍ଟ କ୍ରୀଡାବିତ ଓ ସ୍ୱନାମଧନ୍ୟ ବ୍ୟକ୍ତିବିଶେଷମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ସ୍ଥାନୀୟ ଅଞ୍ଚଳର କ୍ରୀଡ଼ା କ୍ଲବ ଓ କ୍ରୀଡା ପ୍ରେମୀଙ୍କ ସହଯୋଗରେ ମ୍ୟାଚକୁ ସୁଚାରୁରୂପେ ଆୟୋଜନ କରିବା ପାଇଁ ହେଉଛି ପ୍ରୟାସ ଯୁବବର୍ଗଙ୍କ ମଧ୍ୟରେ ଫୁଟବଲ କ୍ରୀଡାକୁ ପ୍ରଚାର ପ୍ରସାର କରିବା ହେଉଛି ଆମେ ଓଡ଼ିଆ ସଂଗଠନର ଉଦ୍ଦେଶ୍ୟ ତାଳଚେର, ଅକ୍ଟୋବର ୨୮ – ଢେଙ୍କାନାଳ ଓ ଶିଳ୍ପନଗରୀ ଅନୁଗୋଳ ଜିଲ୍ଲାରେ ଆସନ୍ତା ନଭେମ୍ବର ୩ରୁ ନଭେମ୍ବର ୮ ପର୍ଯ୍ୟନ୍ତ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଂଟ୍ ଆୟୋଜନ କରିବା ପାଇଁ ନିଷ୍ପତି ନିଆଯାଇଛି । ସର୍ବଭାରତୀୟ ଫୁଟବଲ ସଂଘ ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଥିବା ବେଳେ ତାଳଚେର ଏସିଏଲର ବ୍ଲାକ ଡାଇମଣ୍ଡ ଷ୍ଟାଡିୟମ ଠାରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ସଂଗଠନର ସମ୍ପାଦକ ସଂଗ୍ରାମ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ଆଜି ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଡଫୁଟବଲ ସଂଘର ଚୟନକର୍ତା ରଞ୍ଜିତ୍ ଇଗନାଟିଅସ ଟିଗା, କାର୍ଯ୍ୟକ୍ରମର ଉପଦେଷ୍ଟା ବିଶ୍ୱଜିତ୍ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
