Odisha news

ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ।

ନର୍ଲା (ଦୀପକ କୁମାର ଠାକୁର) ପଟାଙ୍ଗପଡା ଶାନ୍ତି ନଗର ପଡା ଫୁଟବଲ ଆସୋସିଏସନ ତରଫରୁ ଏକ ଦିବାସୀୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦୀପକ ମହାନ୍ତି, ସମ୍ମାନିତ ଅତିଥି ଭାବେ ବିଜେଡ଼ି ଯୁବ ନେତା ବିଜୟ କୁମାର ବୁଦ୍ଧିଆ, ବିଜେଡି ଛାତ୍ର ସଭାପତି ଓମ ପ୍ରକାଶ ପୂଜାରୀ ଉପସ୍ଥିତ ରହି ବିଜୟୀ ଡାଙ୍ଗର ତଳ ପଡା ଦଳକୁ ଟ୍ରଫି ପ୍ରଦାନ କରିଥିଲେ l ଅନୁଷ୍ଠିତ ଏହି ଟୁର୍ନାମେଣ୍ଟରେ ଭଟାଙ୍ଗ, ପଟାଙ୍ଗ ପଡା ,ନର୍ଲାରୋଡ଼ କନ୍ଥିଡିଗୀରା ପଡା, ଉଲିସୀର୍କl ,ଫଲସପଡା, ଡଙ୍ଗର ତଲପଡା, ଶାନ୍ତି ନଗରପଡା ଦଳ ଭାଗ ନେଇ ଥିବା ବେଳେ ଫାଇନାଲ ମ୍ୟାଚ ଡ଼ଙ୍ଗରତଳ ପଡା ଦଳ ଏକ ଗୋଲରେ ଭଟାଙ୍ଗ ଦଳକୁ ହରାଇ ଟ୍ରଫି ହାସଲ କରିଛି l ଏହି ଟୁର୍ନାମେଣ୍ଟକୁ ରେଫରୀ ନାରାୟଣ ମାଝୀ, ପ୍ରିୟବ୍ରତ ଚାନ୍ଦ ପରିଚାଳନା କରିଥିବାବେଳେ l ଲାଇନ ମ୍ୟାନ ଗଣପତି ଗଉଡ଼ ଓ ଭକ୍ତ ମାଝୀ ସହଯୋଗ କରିଥିଲେ l
ଆୟୋଜକ ସଭାପତି ଅଜିତ ଭୋଇ ସମ୍ପାଦକ ଗଣପତି ଗଉଡ଼ ସହ ସମସ୍ତ କର୍ମକର୍ତା ସହଯୋଗ କରିଥିଲେ l

Comments are closed.