ଆନନ୍ଦପୁର : ଘଷିପୁରା ବ୍ଲକ ଅନ୍ତର୍ଗତ ଗଡବାନ୍ଧଗୋଡା ପଞ୍ଚାୟତ ଅନ୍ତର୍ଗତ ସାପୁଆସାହି ଗ୍ରାମର ତ୍ରିପୁରା ବିଜୟୀ କ୍ଲବ ତରଫରୁ ଆୟୋଜିତ ୧୩ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ୧୬ଟି ଦଳକୁ ନେଇ ଅନୁଷ୍ଠିତ ହୋଇଥିବା ତିନି ଦିନିଆ ଫୁଟବଲ ମ୍ୟାଚ ରେ ଆଜି ଫାଇନାଲ ମ୍ୟାଚ୍ ବେସ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଫାଇନାଲ ମ୍ୟାଚରେ ହାଡବାହାଳି ଓ ବିଏସ କ୍ଲବ ସାପୁଆସାହି ଟିମ୍ ପରସ୍ପରକୁ ଭେଟିଥିଲେ ।
ମ୍ୟାଚର ନିର୍ଦ୍ଧାରିତ ସମୟରେ ବିଏସ କ୍ଲବ ସାପୁଆସାହି ୨/୦ ଗୋଲ ଦେଇ ବିଜୟୀ ହୋଇଥିଲେ।ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଘଷିପୁରା ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ୧୨ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟ ସଂଜୟ ମଲ୍ଲିକ, ସାଇଁକୁଳ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ବିଭାଷଚନ୍ଦ୍ର ନାୟକ, ଗଡବାନ୍ଧଗୋଡା ପଞ୍ଚାୟତ ର ସରପଞ୍ଚ ଶଶିକାନ୍ତ ଜେନା, ସମିତି ସଭ୍ୟ ବିଜୟ ଜେନା, ରାମଚନ୍ଦ୍ରପୁର ସମିତି ସଭ୍ୟ ମନ୍ମଥ ସାହୁ, ପୂର୍ବତନ ସମିତି ସଭ୍ୟ ଭାରତଭୁଷଣ ନାୟକ, ଯୋଗଦାନ କରି ଚମ୍ପିୟାନ ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ।
ମ୍ୟାଚକୁ ରେଫରି ସଂଜୟ ମୁଣ୍ଡା, ପରିଚାଳନା କରିଥିଲେ । ଧାରାବିବରଣୀ ସୁରେନ୍ଦ୍ର ମୁଣ୍ଡା ପ୍ରଦାନ କରିଥିଲେ। ତ୍ରିପୁରା ବିଜୟୀ କ୍ଲବ ର ଆୟୋଜକ କମଳଲୋଚନ ମୁଣ୍ଡା, ସଭାପତି ମଧୁସୂଦନ ମୁଣ୍ଡା, ସମ୍ପାଦକ ରଘୁନାଥ ମୁଣ୍ଡା, ତରୁଣ ମୁଣ୍ଡା, ଭିମସେନ ମାରାଣ୍ଡି, ନରେନ୍ଦ୍ର ମୁର୍ମୁ, କାଳନ୍ଦୀ ଟୁଡୁ,ମାନସ ଟୁଡୁ ଖେଳ କୁ ପରିଚାଳନା ରେ ସହଯୋଗ କରିଥିଲେ
