Odisha news

୨୬ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବାବା ଧନେଇ କ୍ଲବ କୁ ହରାଇ ଗୁତିକଳା କ୍ଲବ ଚମ୍ପିୟାନ

0
ଆନନ୍ଦପୁର :  ଘଷିପୁରା ବ୍ଲକ ଅନ୍ତର୍ଗତ ରାଧିକାଦେଇପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର (ଧଳାବଣି)ଗ୍ରାମର ଏସ୍ଏସ କ୍ଲବ ତରଫରୁ ଆୟୋଜିତ ୨୬ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ୪୮ଟି ଦଳକୁ ନେଇ ଅନୁଷ୍ଠିତ ହୋଇଥିବା ଚାରି ଦିନିଆ ଫୁଟବଲ ମ୍ୟାଚ ରେ ଆଜି ଫାଇନାଲ ମ୍ୟାଚ୍ ବେସ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଫାଇନାଲ ମ୍ୟାଚରେ ବାବା ଧନେଇ କ୍ଲବ ଓ ଗୁତିକଳା ଟିମ୍ ପରସ୍ପରକୁ ଭେଟିଥିଲେ ।
ମ୍ୟାଚର ନିର୍ଦ୍ଧାରିତ ସମୟରେ ଗୁତିକଳା କ୍ଲବ ୨/୧ ଗୋଲ ଦେଇ ବିଜୟୀ ହୋଇଥିଲେ।ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ କୁନା ମାଝୀ, ୧୦ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟା ମଧୁସ୍ମିତା ଦାସ , ରାଧିକାଦେଇପୁର ପଞ୍ଚାୟତ ର ସରପଞ୍ଚ ପ୍ରତିମା ଜେନା,ବରିପାଳ ପଞ୍ଚାୟତ ର ସରପଞ୍ଚ ପଦ୍ମଲୋଚନ ସା, ସମାଜସେବୀ ରଞ୍ଜନ ସେଠୀ,ବିଜୟ ଦାସ ଯୋଗଦାନ କରି ଚମ୍ପିୟାନ ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ।
ମ୍ୟାଚକୁ ରେଫରି ଝାଡ଼ଖଣ୍ଡ ରାଜ୍ୟର ସୁନିଲ୍ ମହାନ୍ତ, ବିକ୍ରମ ଓରାମ,ବରୁଣ ବେହେରା, ବିନୋଦ ହନନାଗା, ଭଞ୍ଜ ସୋରେନ ପରିଚାଳନା କରିଥିଲେ । ଧାରାବିବରଣୀ ଶ୍ରୀପତି ହେମ୍ରମ, ମୋହନ ମୁର୍ମୁ, ରଞ୍ଜନ ମାରଡି ପ୍ରଦାନ କରିଥିଲେ। ଏସଏସ କ୍ଲବ ର ସଭାପତି ସୂର୍ଯ୍ୟମଣି ହେମ୍ରମ, ସମ୍ପାଦକ ସୁନାରାମ ଟୁଡୁ ଙ୍କ ସହ ଶ୍ୟାମ ହେମ୍ରମ, ଚନ୍ଦ୍ରମଣି ମାରଡ଼ି, ଲକ୍ଷ୍ମଣ ଟୁଡୁ, ଜିତେନ୍ଦ୍ର ହେମ୍ରମ, ରାଉତ ମାରଡ଼ି, ଶ୍ରୀଧର ପାତ୍ର ଖେଳ କୁ ପରିଚାଳନା ରେ ସହଯୋଗ କରିଥିଲେ
Nalco
Leave A Reply