Odisha news

କରୋନାର କ୍ଷୁଧା ପଶୁ ପକ୍ଷୀଙ୍କ ପାଇଁ ଖାଦ୍ୟ ଆଜି ଅପହଂଚ, ଖାଇବାକୁ ଡହଳ ବିକଳର ଦୃଶ୍ୟ ହୃଦ ବିଦାରକ

0

ବରୀ-:  ଆଜି କରୋନାର କ୍ଷୁଧା ପଶୁ ପକ୍ଷୀଙ୍କ ପାଇଁ କେତେ ଯେ ସ୍ପର୍ଷ କାତର ତାହା ଅନୁଭବି ଅନୁଭବ କରିବ । ତାଙ୍କ ଲାଗି ସରକାରଙ୍କର ଖାଇବାକୁ ବ୍ୟବସ୍ଥା ନାହିଁ । ଗୃହପାଳିତ ପଶୁ ମାନଙ୍କ ପାଇଁ ଗୃହକର୍ତ୍ତା ବା ସରକାର କିଛି ବ୍ୟବସ୍ଥା କରି ଛନ୍ତି କିନ୍ତୁ ଏମିତି କିଛି ସ୍ଥାନ ଅଛି ସେଠାରେ ମାଙ୍କଡ , ବୁଲା ଗାଇ ଗୋରୁ ଶହ ଶହ ବର୍ଷ ହେବ ବୁନିଆଦି ସ୍ଥାନରେ ରହିଲା ପରି ରହିଛନ୍ତି । ଆଜି ସେମାନେ ନିରାଶ୍ରୟ । ତାଙ୍କ କଥା କିଏ ବା ବୁଝୁଛି । ସେହି ପରି ଏକ ପୀଠ ଚଣ୍ଡିଖୋଲ ମହାବିନାୟକ ମନ୍ଦିର ଓ ଚଣ୍ଡିଖୋଲର ଭୈରବା ନନ୍ଦ ଆଶ୍ରମ ତଥା ଚଣ୍ଡି ମନ୍ଦିର ଅନୁ୍ୟନ ହଜାର ପାଖା ପାଖି ମାଙ୍କଡ । ପ୍ରତ୍ୟେହ ସେଠାରେ ପ୍ରସାଦ .ହଜାର ହଜାର ଲୋକଙ୍କ ସମାଗମ ଲୋକ ମାନଙ୍କ ଦ୍ୱାରା ବିଭିନ୍ନ ଦ୍ରବ୍ୟ ସେମାନଙ୍କୁ ପ୍ରଦାନ କରାଯଅଇଥିଲା । ଆଜି ସବୁ କିଛି ଠପ୍ । କଣ କରିବେ ସେହି ନିରାଶ୍ରୟ ଜୀବ ମାନେ । ବଂଚିବେ କିପରି । ଆଜି ଦିନରେ ସେଠାରେ ଗୋଟେ ଗାଡି ଶବ୍ଦ ଶୁଣିଲେ ସେମାନେ କିପରି ଚତଃୁପ୍ରାଶ୍ୱର୍ରେ ଘେରି ଯାଉଛନ୍ତି ତାହା ଫଟୋରୁ ବେଶ ବାରି ହୋଇ ପଡୁଥିବ । ଏହି ପରି ସମୟରେ ଯାଜପୁର ଜିଲ୍ଲା ହରିପୁର ଠାରେ ପ୍ରତିଷ୍ଠିତ ନୂଆ ଆଲୋକ ଅନୁଷ୍ଠାନ ୧ କ୍ୱିଣ୍ଟାଲ ମିଠା ଖେଚୁଡି ସହିତ ୨୦ କିଲୋ ଭିଜା ସୋଲା ନେଇ ସେଠାରେ ପହଁଚିଥିଲା । ସାଥିରେ ଥିଲେ , ଅନୁଷ୍ଠାନର ସଭାପତି ଶରତ କୁମାର ଜେନା , ନିଦେ୍ର୍ଦଶକ ଜନ୍ମେଜୟ ମହାନ୍ତି, କୋଷାଧ୍ୟକ୍ଷ ସନାତନ ବରାଳ, ବରିଷ୍ଠ ସଦସ୍ୟ ଜଗବନ୍ଧୁ ସାହୁ, ପ୍ରୟାସ ଜେନା,ଦେବଦତ୍ତ ମହାନ୍ତି , ବିଜେଶ ଦାସ, ଗଦାଧର ବାରିକ, ସନ୍ତୋଷୀ ରାଉତ, ଟିକନ ଦାସ ପ୍ରମୁଖ ସଦସ୍ୟ ମାନେ । କେବଳ ଏହି ମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥିଲା ତାହା ନୁହଁ , ପଥ ମଧ୍ୟରେ ବହୁ ଅସହାୟ , ଭିକାରୀ, ନିରାଶ୍ରୟ ମାନଙ୍କୁ ଖାଦ୍ୟ ଦିଆ ଯାଉଥିବା ବେଳେ ଚଣ୍ଡିଖୋଲ ଛକରେ ବହୁ ନିରାଶ୍ରୟ ଓ ପାଗଳା ପାଗିଳିଙ୍କୁ ପାଉଁରୁଟି ଓ ପାଣି ବୋତଲ ପ୍ରଦାନ କରାଯାଇଥିଲା ।

Leave A Reply