କିଡ୍ନୀ ଷ୍ଟୋନ ରୋଗୀ ଏହିସବୁ ଖାଦ୍ୟ ଠାରୁ ଦୁରେଇ ରହିବା ଜରୁରୀ –
* ଭିଟାମିନ ସି ବେସ୍ଡ ଫୁଡ –
ଷ୍ଟୋନ ରେ ପୀଡିତ ହେବା ରୋଗୀ ଭିଟାମିନ ସି ଖାଦ୍ୟ ଠାରୁ ଦୁରେଇ ରହିବା ଜରୁରୀ, ଭିଟାମିନ ସି ଖାଦ୍ୟ ଦ୍ୱାରା ଷ୍ଟୋନ ଅଧିକ ପ୍ରଭାବିତ ହୋଇଥାଏ, ତେଣୁ ଘରୋଇ ଖାଦ୍ୟ ଲେମ୍ଭୁ, ପାଳଙ୍ଗ, କମଳା, ସୋରିଷ ଶାଗ, ପିଜୁଳି ଇତ୍ୟାଦି ବିଲକୁଲ ବି ଖାଇବା ଉଚିତ ନୁହେଁ l
* କୋଲ୍ଡ଼ ଡ୍ରିଂକ୍ସ ଓ ଚା-କଫି –
ଯେଉଁ ବ୍ୟକ୍ତିମାନେ କିଡ୍ନୀ ଷ୍ଟୋନ ରେ ପ୍ରଭାବିତ ସେମାନେ ଥଣ୍ଡା ପାନୀୟ ସହିତ ଚା-କଫି ଠାରୁ ଦୁରେଇ ରହିବା ଜରୁରୀ, କାହିଁକି ନା କିଡ୍ନୀ ଷ୍ଟୋନ ରୋଗୀ ଡିହାଇଡ୍ରେସନ ସମସ୍ୟାରେ ପୀଡିତ ହୋଇଥାଆନ୍ତି l ଏବଂ କାଫିନ ଜାତୀୟ ଜିନିଷ କିଡ୍ନୀ ଷ୍ଟୋନ ରୋଗୀଙ୍କ ପାଇଁ ବିପଦ ପୁର୍ଣ ହୋଇଥାଏ, କିଡ୍ନୀ ରୋଗୀ ଙ୍କ ପାଇଁ ଚା କଫି ବିଷ ସଦୃଶ l
* ଲୁଣ –
ଯେଉଁ ଲୋକ ମାନେ କିଡ୍ନୀ ରୋଗରେ ପୀଡିତ ହୋଇ ଥାଆନ୍ତି ସେମାନେ କମ ଲୁଣ ଖାଇବା ଜରୁରୀ, ଏବଂ ଲୁଣ ଥିବା ଜିନିଷ ମଧ୍ୟ କମ ଖାଇବା ଜରୁରୀ, ଅଧିକ ସୋଡିୟମ ଯୁକ୍ତ ଖାଦ୍ୟ କିଡ୍ନୀ କୁ ଅଧିକ ପ୍ରଭାବିତ କରିଥାଏ l
* ଆମିଷ ଖାଦ୍ୟ –
ମାଂସ, ମାଛ ଓ ଅଣ୍ଡା କିଡ୍ନୀ ଷ୍ଟୋନ ରୋଗୀ ଙ୍କ ପାଇଁ ଭଲ ନୁହେଁ,କାହିଁକି ନା ଆମିଷ ଖାଦ୍ୟ ରେ ଅଧିକ ମାତ୍ରାରେ ପ୍ରୋଟିନ ରହିଥାଏ, ଏହି ପ୍ରୋଟିନ ଶରୀର ପାଇଁ ଯେତେ ଜରୁରୀ ହୋଇଥିଲେ ସୁଦ୍ଧା କିଡ୍ନୀ ପାଇଁ ଆଦୌ ହିତକର ନୁହେଁ l