Odisha news

ଡବାରେ ପଶିଥିବା ଖାଦ୍ୟ ନା ରାସ୍ତା କଡର ଖାଦ୍ୟ କେଉଁଟି ସ୍ୱାସ୍ଥ୍ୟ ପକ୍ଷରେ ଅଧିକ କ୍ଷତି କାରକ

0

ଯେଉଁ ଖାଦ୍ୟ ରାସ୍ତା କଡରେ ବିକ୍ରି ହୋଇଥାଏ, ଆମେ ତାହାକୁ ଷ୍ଟ୍ରିଟ ଫୁଡ ବା ଫାଷ୍ଟ ଫୁଡ ବୋଲି କହିଥାଉ, ବିଶେଷ ଭାବରେ ଡବା ରେ ପଶି ରହିଥିବା ଖାଦ୍ୟ କୁ ଅଲଟ୍ରା ପ୍ରୋସେସଡ଼ ଫୁଡ ମଧ୍ୟ କୁହାଯାଇ ଥାଏ l ହାଇ ସୁଗାର ଯୁକ୍ତ ଖାଦ୍ୟ କିମ୍ବା ଆର୍ଟିଫିସିଆଲ ସ୍ବିତ୍ନର ଯୁକ୍ତ ଖାଦ୍ୟ କୁ ଆମେ ଅଲଟ୍ରା ପ୍ରୋସେସଡ଼ ଫୁଡ ବୋଲି କହିଥାଉ l

– ଅଲଟ୍ରା ପ୍ରୋସେସଡ଼ ଫୁଡ କୁ ଖାଇବା କାରଣରୁ ୧୩ ପ୍ରତିଶତ ଲୋକ ମୃତ୍ୟୁ ମୁଖକୁ ଯାଉଛନ୍ତି l ହାଇ ସୁଗାର ଡାଏଟ ଦ୍ୱାରା ୯ ପ୍ରତିଶତ ଅଧିକ ମୃତ୍ୟୁର କାରଣ ବୃଦ୍ଧି ପାଉଛି l

– ପ୍ଲାଷ୍ଟିକ ଡବା ରେ ପଶିଥିବା ଖାଦ୍ୟ କୁ ଆମେ ଅଧିକ ସ୍ୱାସ୍ଥ୍ୟକର ବୋଲି ଭାବିଥାଉ, କିନ୍ତୁ ଏହି ଖାଦ୍ୟ ସ୍ୱାସ୍ଥ୍ୟ ପକ୍ଷରେ ଅଧିକ କ୍ଷତିକାରକ l ଯେପରିକି ସ୍ୟାଣ୍ଡ ବୀଚ, ବର୍ଗର, ଓ ପ୍ଲାଷ୍ଟିକ ପଦାର୍ଥ ରେ ଗୁଡା ହୋଇ ରହିଥିବା ଖାଦ୍ୟ ସ୍ୱାସ୍ଥ୍ୟ ପକ୍ଷରେ ଅଧିକ କ୍ଷତି କାରକ ଅଟେ l

– ଯଦି ଫାଷ୍ଟ ଫୁଡ ପ୍ଲାଷ୍ଟିକ ରେ ରିୟାପ ହୋଇଥାଏ, ପ୍ୟାକେଜିଙ୍ଗ ରେ ବ୍ୟବହାର ହୋଇଥିବା ଖାଦ୍ୟ, ପ୍ଲାଷ୍ଟିକ ସ୍ୱାସ୍ଥ୍ୟ ପକ୍ଷରେ ଖୁବ କ୍ଷତି କାରକ ଅଟେ l ଏଥିରେ କେମିକାଲ ର ବ୍ୟବହାର ହୋଇଥାଏ l

– ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ସୂଚନା ଅନୁସାରେ ମାଇକ୍ରୋ ପ୍ଲାଷ୍ଟିକ ଆମ ଶରୀର , ଫୁଡ ଚେନ ଓ ପର୍ଯାବରଣ ରେ ପ୍ରବେଶ କରିଥାଏ l ଯାହାଦ୍ୱାରା ପର୍ଯାବରଣ ଦୂଷିତ ହୋଇଥାଏ l ଆମକୁ ଭିତରୁ ରୁଗ୍ଣ କରିଦେଇ ଥାଏ l

– ଏହିସବୁ ଖାଦ୍ୟ ଯୋଗୁଁ ପ୍ରଜନନ ସମସ୍ୟା ରେ ଅସୁବିଧା ହୋଇଥାଏ l ନ୍ୟୁରୋ ଡେଭେଲପ ମେଣ୍ଟ ର ସୂଚନା ଅନୁସାରେ ଏହାଦ୍ୱାରା ଆସ୍ଥମା ସମସ୍ୟା ମଧ୍ୟ ହୋଇଥାଏ l

Leave A Reply