Odisha news

ନିଜ ଛୁଆ ର କମ୍ ଉଚ୍ଚତା କୁ ନେଇ ଚିନ୍ତିତ ରହୁଛନ୍ତି କି : ଆପଣାନ୍ତୁ ଏହି ସବୁ ଖାଦ୍ୟ

ଆଜିକାଲି ଉଚତାକୁ ନେଇ ବିଭିନ୍ନ ସମସ୍ୟା ଦେଖା ଦେଉଛି । କିଛି ଅଭିଭାବକ ନିଜର ପିଲାର ଉଚ୍ଚତା କୁ ନେଇ ଖୁବ୍ ଅଧିକ ଚିନ୍ତିତ ହୋଇ ଯାଉଛନ୍ତି । ଅନ୍ୟ କୌଣସି ପିଲାର ଉଚ୍ଚତା ଦେଖି ବେଳେବେଳେ ମଧ୍ୟ ପ୍ରଶ୍ନ କରିଥାଆନ୍ତି ଆପଣଙ୍କ ପିଲାର ଏତେ ସୁନ୍ଦର୍ ଉଚ୍ଚତା ପାଇଁ କଣ ଖାଉଛି । ନିକଟରେ ଆମେରିକା ଜର୍ଣାଲ ର ଗବେଷଣା ଅନୁସାରେ ଜଣା ପଡ଼ିଛି ଯେ ପିଲା ର ଖାଦ୍ୟକୁ ନେଇ ତାର ଉଚ୍ଚତା ର ସିଧାସଳଖ ସାମଞ୍ଜସ୍ୟ ରହିଛି । ଏହି ଅଧ୍ୟୟନ ରେ ଆହୁରି ମଧ୍ୟ କୁହାଯାଇଛି ଯେ ଚିକେନ , ଦୁଗ୍ଧ ପ୍ରଭୃତି ଖାଦ୍ୟ ଉଚ୍ଚତା ବଢାଇବାରେ ସାହାଯ୍ୟ କରିଥାଏ ।
ଗବେଷକ ମାନେ କହିଛନ୍ତି ଯେ ପିଲାର ଉଚ୍ଚତା ନ ବଢିବାର ଗୋଟିଏ କାରଣ ହେଉଛି ପୋଷାକ ତତ୍ତ୍ଵ ବିଶିଷ୍ଟ ଖାଦ୍ୟ ।
* ଦୁଗ୍ଧ – ଦୁଗ୍ଧ ରେ ଏଭଳି କିଛି ପୋଷାକ ତତ୍ତ୍ଵ ରହିଛି ଯାହା ଆପଣଙ୍କ ପିଲାର ସ୍ବାସ୍ଥ୍ୟ କୁ ଠିକ୍ ରଖିବା ସହ ଉଚ୍ଚତା ବଢାଇବାରେ ସାହାଯ୍ୟ କରିଥାଏ । ତା ସହିତ ଦୁଗ୍ଧ ହାଡ କୁ ବିକଶିତ କରିବା ସହ ମାଂସପେଶୀ କୁ ମଜବୁତ୍ କରିଥାଏ ।
* ଅଣ୍ଡା – ଅଣ୍ଡା ରେ ପ୍ରୋଟିନ , ଭିଟାମିନ ବି 12, କ୍ୟାଲସିୟମ ପ୍ରଚୁର ମାତ୍ରାରେ ରହିଛି । ଯାହା ଅନ୍ୟ ଖାଦ୍ୟରେ ମିଳିବା କଷ୍ଟକର ଅଟେ । ଅଣ୍ଡା ଗୋଟିଏ ବହୁମୁଖି ଖାଦ୍ୟ ହୋଇଥିବା କାରଣରୁ ଉଚ୍ଚତା ବଢାଇବାରେ ସାହାଯ୍ୟ କରିଥାଏ ।
* ସୋୟବିନ – ଯଦି ଆପଣ ଶାକାହାରୀ ତେବେ ଅଣ୍ଡା ର ଗୋଟିଏ ଭଲ ବିକଳ୍ପ ଶୋୟବିନ ଅଟେ । ଏହା ପ୍ରୋଟିନ , ଭିଟାମିନ ର ଗୋଟିଏ ବଢିଆ ସ୍ରୋତ ଅଟେ ।
* କଦଳୀ – ବିଶେଷ କରି ପାଚିଲା କଦଳୀ ଆପଣଙ୍କ ପିଲା ପାଇଁ ଖୁବ୍ ହିତକର । କାରଣ ପାଚିଲା କଦଳୀ ରେ ଏତେ ଗୁଡିଏ ପୋଷାକ ତତ୍ତ୍ଵ ରହିଛି ଯାହା ପିଲାଙ୍କ ଉଚ୍ଚତା ବଢାଇବାରେ ସାହାଯ୍ୟ କରିଥାଏ ।
* ଡ୍ରାଏ ଫ୍ରୁଟ – ବିକଶିତ ହେଉଥିବା ପିଲା ମାନଙ୍କ ପାଇଁ ଡ୍ରାଏ ଫ୍ରୁଟ୍ ଗୋଟିଏ ଭଲ ବିକଳ୍ପ ଅଟେ । ଏଥିରେ ମିନେରାଲ ଓ ଅମିନୋ ଏସିଡ ରହିଛି ଯାହା ପିଲାଙ୍କୁ ଠିକ୍ ଭାବରେ ବିକଶିତ କରିଥାଏ ।

Comments are closed.