ମହାଦେବ ଙ୍କ ପାଇଁ ସୋମବାର ଦିନ ଟି ଉଦ୍ଧିଷ୍ଟ l ଏହିଦିନ ମହାଦେବ ଙ୍କୁ ଆମେ ବିଧିବଦ୍ଧ ଭାବରେ ପୂଜା କରିଥାଉ l କୁହାଯାଏ ଯେ ମହାଦେବ ଏପରି ଠାକୁର ଯିଏ କି ଖୁବ ଶୀଘ୍ର ସନ୍ତୁଷ୍ଟ ହୋଇ ଥାଆନ୍ତି l ମାନ୍ୟତା ରହିଛି ପ୍ରତ୍ୟେକ ଠାକୁରଙ୍କ ର କିଛିନା କିଛି ପ୍ରିୟ ବସ୍ତୁ ରହିଥାଏ l ସେହି ପ୍ରିୟ ବସ୍ତୁ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଫୁଲ l ଫୁଲ ପ୍ରତ୍ୟେକ ଠାକୁର ଙ୍କ ର ପ୍ରିୟ ଅଟେ l ସେହିଭଳି ମହାଦେବ ଙ୍କ ର ପ୍ରିୟ ତ ବେଲପତ୍ର ଅଟେ , କିନ୍ତୁ ସେହିଭଳି ୫ ଟି ପ୍ରିୟ ଫୁଲ ମଧ୍ୟ ରହିଛି l ଯାହାକୁ ଆମେ ସୋମବାର ଦିନ ମହାଦେବ ଙ୍କ ନିକଟରେ ଅର୍ପଣ କରିବା ଦ୍ୱାରା ଭାଗ୍ୟ ବଦଳି ଯାଇଥାଏ l
* ଅରଖ ଫୁଲ କୁ ଆମେ ସମସ୍ତେ ବିଶାକ୍ତ ଫୁଲ ଭାବରେ ଜାଣିଥାଉ l କିନ୍ତୁ ଏହି ଫୁଲଟି ମହାଦେବ ଙ୍କ ର ସର୍ବ ପ୍ରଥମ ପ୍ରିୟ ଫୁଲ ଅଟେ l ପ୍ରତି ସୋମବାର ଦିନ ମହାଦେବ ଙ୍କ ନିକଟରେ ବେଲ ପତ୍ର ଓ ଅରଖ ଫୁଲ ଅର୍ପଣ କରିବା ଶୁଭ ହୋଇଥାଏ l ଏହି ଫୁଲ କୁ ଅର୍ପଣ କରିବା ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ l ଏହାଦ୍ୱାରା ଜୀବନ ର ସମସ୍ତ ବିପଦ ଦୂରେଇ ଯିବ l
* ଦୁଦୁରା ଫୁଲ ମଧ୍ୟ ମହାଦେବ ଙ୍କ ର ଖୁବ ପ୍ରିୟ ଅଟେ l ଏହି ଫୁଲ ପ୍ରତି ସୋମବାର ଦିନ ମହାଦେବ ଙ୍କ ନିକଟ ରେ ଅର୍ପଣ କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ l ଏହି ଫୁଲ ଟି କୁ ଶ୍ୱେତ ଚନ୍ଦନ ରେ ମହାଦେବ ଙ୍କୁ ଅର୍ପଣ କରନ୍ତୁ l
* ଆଉ ଗୋଟିଏ ପ୍ରିୟ ଫୁଲ ହେଉଛି କନିଅର, ଯାହାକି ମହାଦେବ ଙ୍କୁ ରକ୍ତ ଚନ୍ଦନ ସହିତ ଅର୍ପଣ କରାଯାଇ ଥାଏ l ଏହି ଫୁଲକୁ ଅର୍ପଣ କରିବା ସମୟ ରେ ଶିବ ପଞ୍ଚକ୍ଷରୀ ପାଠ କରନ୍ତୁ l ଏହା ପ୍ରତି ସୋମବାର ରେ କରିବା ଦ୍ୱାରା ଋଣ ଭାରରୁ ମୁକ୍ତି ମିଳିଥାଏ l
* ମାନ୍ୟତା ରହିଛି ଯେ ଶମୀ ବୃକ୍ଷ ଗୋଟିଏ ପବିତ୍ର ବୃକ୍ଷ ଅଟେ l ସୋମବାର ଦିନ ଶମୀ ବୃକ୍ଷ କୁ ପୂଜା କରିବା ସହିତ ଶମୀ ଫୁଲ କୁ ଚାଉଳ ସହିତ ଶିବ ଲିଙ୍ଗ ରେ ଅର୍ପଣ କରନ୍ତୁ l ଏପେରି କରିବା ଦ୍ୱାରା ସମସ୍ତ କାର୍ଯ୍ୟ ରେ ସଫଳତା ପ୍ରାପ୍ତି ହୋଇଥାଏ l
* ପାରିଜାତ ବା ଗଙ୍ଗଶିଉଳି ଫୁଲ ବିଷ୍ଣୁ ଙ୍କ ସହିତ ମହାଦେବ ଙ୍କ ର ଖୁବ ପ୍ରିୟ ଅଟେ l ଏହି ଫୁଲ କୁ ସୋମବାର ଦିନ ବେଲ ପତ୍ର ଓ ଚନ୍ଦନ ସହିତ ଶିବ ଚାଳିଶା ପାଠ କରି ଅର୍ପଣ କରନ୍ତୁ l ଋଣ ଭାର ରୁ ମୁକ୍ତ ହେବେ ଓ ଜୀବନ ର ସମସ୍ତ କଷ୍ଟ ଦୂର ହେବ l