ପ୍ରତିଦିନ ସକାଳୁ ଖାଇ ନିଅନ୍ତୁ ମାତ୍ର ୨ ଚାମଚ ଫ୍ଲାକ୍ସ ସିଡ଼ସ୍ , ରକ୍ତଚାପ କୁ ସନ୍ତୁଳିତ ରଖିବା ସହିତ ହାଡ଼କୁ କରନ୍ତୁ ମଜବୁତ
ଅଳସି ବା ଫ୍ଲାକ୍ସ ସିଡ଼ ଗୋଟିଏ ଏଭଳି ଖାଦ୍ୟ ଯାହାକି ଆମେ ସମସ୍ତେ ନିୟମିତ ଖାଇବା ଜରୁରୀ l ଫ୍ଲାକ୍ସ ସିଡ଼ସ୍ ପୋଷାକ ତତ୍ତ୍ୱରେ ଭରପୁର ଅଟେ, ଏବଂ ଏହାର ହେଲ୍ଥ ବେନିଫିଟସ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ l
ଫ୍ଲାକ୍ସ ସିଡ଼ସ୍ ରେ ଥିବା ପୋଷାକ ତତ୍ୱ ଗୁଡିକ ହେଲା –
– ପ୍ରୋଟିନ
– ଫାଇବର
– ଓ଼ମେଗl 3 ଫ୍ୟାଟି ଏସିଡ
– ମିନେରାଲସ
– ଏବଂ ଅନେକ ଭିଟାମିନ
* ଶରୀରକୁ ଦେଇଥାଏ ଏହିସବୁ ଲାଭ –
– ନିୟମିତ ସକାଳୁ ଫ୍ଲାକ୍ସ ସିଡ଼ସ୍ ଦୁଇ ଚାମଚ ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ, ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ଏବଂ ହାର୍ଟ ସୁସ୍ଥ ରହିଥାଏ l
– ଫ୍ଲାକ୍ସ ସିଡ଼ସ୍ ରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଆପଣ ଙ୍କ ତ୍ୱଚା ଓ କେଶରେ ଚମକ ଆଣିଥାଏ ଏବଂ କେଶ କୁ ସୁନ୍ଦର କରିଥାଏ l
– ଫ୍ଲାକ୍ସ ସିଡ଼ସ୍ ରେ ୨ପ୍ରକାରର ଫାଇବର ରହିଥାଏ , ଧୂଲନଶିଳ ଓ ଅଧୁନଶିଳ , ଯାହାକି ଆପଣଙ୍କ ଗଟ ହେଲ୍ଥ କୁ ସୁରକ୍ଷିତ ରଖିଥାଏ l କୋଷ୍ଠ କାଠିନ୍ୟ ସମସ୍ୟା କୁ ଦୂର କରିଥାଏ l
– ଫ୍ଲାକ୍ସ ସିଡ଼ସ୍ ରେ ଫାଇବର ରହି ଥିବାରୁ ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ l ଏବଂ ଓଜନ ନିୟନ୍ତ୍ରିତ ରହିଥାଏ l
– ଫ୍ଲାକ୍ସ ସିଡ଼ସ୍ ମେଟାବୋଲିଯିମ କୁ ବୁଷ୍ଟ କରିଥାଏ , ଯେଉଁ କାରଣରୁ ଓଜନ ନିୟନ୍ତ୍ରିତ ରହିଥାଏ l
– ଅଳସି ଟାଇପ 2 ମଧୁମେହ କୁ ନିୟନ୍ତ୍ରିତ କରିଥାଏ ଏବଂ ବ୍ଲଡ଼ ସୁଗାର ସନ୍ତୁଳିତ ରହିଥାଏ l
– ଫ୍ଲାକ୍ସ ସିଡ଼ସ୍ ନିୟମିତ ସେବନ ଦ୍ୱାରା ହାଡ଼ ମଜବୁତ ରହିଥାଏ , ଏଥିରେ ଥିବା ଓ଼ମେଗl 3 ଫ୍ୟାଟି ଏସିଡ ହାଡ଼ ର ଜଏଣ୍ଟ ଗୁଡିକୁ ସୁରକ୍ଷିତ ରଖେ l