Odisha news

ଆମେରିକାର ନୁ୍ୟୟର୍କ ସ୍ଥିତ ଟାଇମ୍ସ ସ୍କେ୍ୱୟାରରେ ଭାରତର ତ୍ରିରଙ୍ଗା ଉଡ଼ିବ

0

ଭାରତ ସ୍ୱାଧୀନତାର ୭୩ ବର୍ଷ ପରେ ପ୍ରଥମ ଥର ସ୍ୱାଧୀନତା ଦିବସ ଅବସରରେ ଆମେରିକାର ନୁ୍ୟୟର୍କ ସ୍ଥିତ ଟାଇମ୍ସ ସ୍କେ୍ୱୟାରରେ ଭାରତର ତ୍ରିରଙ୍ଗା ଉଡ଼ିବ । ଦିନେ ପୂର୍ବରୁ ଐତିହାସିକ ସ୍ଥାନ ଏମ୍ପାୟର୍‌ ଷ୍ଟେଟ୍‌ ବିଲïିଂକୁ ତ୍ରିରଙ୍ଗାର ତିନି ରଙ୍ଗରେ ରଙ୍ଗାୟିତ କରାଯିବ । ଦ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆନ୍‌ ଆସୋସିଏସନ୍‌ (ଏଫ୍‌ଆଇଏ) କାର୍ଯ୍ୟକ୍ରମ ଆୟୋଜନ କରିବ । ଆମେରିକାରେ ଭାରତର କନସଲଫ ଜେନେରାଲ ରଣଧୀର ଜୟସୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେବେ । ଏଫ୍‌ଆଇଏ ଆମେରିକାରେ ରହୁଥିବା ଭାରତୀୟଙ୍କ ସବୁଠୁ ପୁରୁଣା ଓ ବଡ଼ ଆସୋସିଏସନ୍‌ । ଏହି ସଂଗଠନ ୧୯୭୦ରେ ସ୍ଥାପନା କରାଯାଇଥିଲା । ଏଫ୍‌ଆଇଏ ଅନୁସାରେ ଚଳିତ ବର୍ଷ ଆସୋସିଏସନ୍‌ର ସୁବର୍ଣ୍ଣ ଜୟନ୍ତୀ । ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥର ଭର୍ଚୁଆଲ ଫର୍ମରେ କାର୍ଯ୍ୟକ୍ରମ କରାଯାଇ ଲାଇଭ୍‌ ଟେଲିକାଷ୍ଟ କରାଯିବ ।

IEC 2 years
Leave A Reply