Odisha news

ବୋରିଗୁମ୍ମା : ଆଇସୋଲେସନ ପରିଚାଳନା ପାଇଁ ପାଞ୍ଚ ଜଣିଆ ଟିମ ଗଠିତ।

0
ବୋରିଗୁମ୍ମା (K.sakil Dora)– କରୋନା ଭାଇରସ ଯୋଗୁଁ ରାଜ୍ୟ ସରକାର ବିଭିନ୍ନ ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଯେଉଁ ପ୍ରବାସୀ ଓଡ଼ିଆ ଭାଇ ଭଉଣୀ ମାନେ ନିଜ ଅଞ୍ଚଳ କୁ ଫେରିବେ, ସେମାନେ ପ୍ରଥମେ ନିଜ ନାଁ ରେଜିଷ୍ଟ୍ରେସନ କରିବେ। ପରେ ନିଜ ଅଞ୍ଚଳ ଜୁ ଫେରିବା ପରେ ସେମାନଙ୍କ ସ୍ୱାବ ଟେଷ୍ଟ ହେବା ସହ ସେମାନେ ୧୪ ଦିନ ପାଇଁ ଆଇସୋଲେସନ ସେଣ୍ଟର ରେ କ୍ଵରେନଟାଇନ  ରହିବେ। କିନ୍ତୁ ଆଇସୋଲେସନ ସେଣ୍ଟର କୁ କିଭଳି ଭାବେ ପରିଚାଳନା କରାଯିବ ସେଥି ପାଇଁ ବ୍ଲକ ବିଡିଓ ପ୍ରଣୟ ରଞ୍ଜନ ବେହେରା ଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଯେତେବେଳେ ପ୍ରବାସୀ ଓଡିଆମାନେ ଫେରିବେ ସେତେବେଳେ ସେମାନେ କଣ କଣ ଖାଇବେ। ତାହାର ତାଲିକା ପ୍ରସ୍ତୁତ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ। ପ୍ରବାସୀ ଓଡ଼ିଆ ମାନେ ଯେମିତି ଆଇ ସୋଲେସନ ସେଣ୍ଟର ରେ ସୁବିଧା ରେ ରହିବେ ,ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ପ୍ରତି ପଂଚାୟତ ରେ ଥିବା ଆଇସୋଲେସନ ସେଣ୍ଟର କୁ ସୁପରିଚାଳନା ପାଇଁ ସରକାରୀ କର୍ମଚାରୀ ମାନଙ୍କୁ ନେଇ ଏକ ପାଞ୍ଚ ଜଣିଆ ଟିମ ଗଠନ କରାଯାଇଛି।ପଂଚାୟତ ନିର୍ବାହୀ ଅଧିକାରୀ ଏହି ଟିମ ର ନୋଡାଲ ଅଧିକାରୀ ରହିବେ।
ଏଥିସହ ପଞ୍ଚାୟତ ର ଗ୍ରାମ ରୋଜଗାର ସହାୟକ, ଯୋଗାଣ ସହାୟକ ଓ ଦୁଇ ଶିକ୍ଷକ ଆଇସୋଲେସନ ସେଣ୍ଟର ର ଦାୟିତ୍ୱ ନେବେ। ଏହି ପାଞ୍ଚ ଜଣିଆ ଟିମ ରୋଷ୍ଟର ରେ ଆଇସୋଲେସନ ସେଣ୍ଟର କୁ ପରିଚାଳନା କରିବେ।ପ୍ରକାଶ ଥାଉକି ଏପର୍ଯ୍ୟନ୍ତ ବୋରିଗୁମ୍ମା ବ୍ଲକ ର ୩୧ ଗୋଟି ପଂଚାୟତ ରେ ମାତ୍ର ସାତ ଜଣ ଆଇସୋଲେସନ ସେଣ୍ଟର ରେ ରହିଥିବା ଜି ପି ଇ ଓ ସୁବାସ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।
Leave A Reply