Odisha news

ଓଡ଼ିଶା ମତ୍ସ୍ୟ ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠି କୁ ୩ ଲକ୍ଷ ଟଙ୍କା ପ୍ରଦାନ

0

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‍-୧୯)ର ମୁକାବିଲା ନିମନ୍ତେ ଓଡ଼ିଶା ମତ୍ସ୍ୟ ସେବା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠି କୁ ୩ ଲକ୍ଷ ଟଙ୍କାର ଏକ ଚେକ୍‍ ପ୍ରଦାନ କରାଯାଇଛିା ଆଜି କୃଷି ଭବନଠାରେ ଏହି ଅର୍ଥ ରାଶିକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଜରିଆରେ ସଂଘ ତରଫରୁ କୋଭିଡ୍‍-୧୯ ପରିଚାଳନା ନିମନ୍ତେ ପ୍ରଦାନ କରାଯାଇଛିା ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ଶାସନ ସଚିବ ଶ୍ରୀ ଆର୍‍. ରଘୁପ୍ରସାଦ ଓ ମତ୍ସ୍ୟ ନିର୍ଦ୍ଦେଶକ ଇଂ ସ୍ମୃତିରଞ୍ଜନ ପ୍ରଧାନ ଉପସ୍ଥିତ ଥିଲୋ ସଂଘ ପକ୍ଷରୁ ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ରାଉତ ଓ ସାଧାରଣ ସଂପାଦକ ଶ୍ରୀ ମଧୁମୟ ସାମଲ ମନ୍ତ୍ରୀ ଡ. ସାହୁଙ୍କୁ ଉକ୍ତ ଚେକ୍‍ ପ୍ରଦାନ କରିଥିଲୋ

Leave A Reply