ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ଜଣେ ବୃଦ୍ଧା କୌଣସି ବ୍ୟାଙ୍କ କିମ୍ବା ଲଟେରୀ ଟିକଟର ସାହାଯ୍ୟ ନନେଇ ରାତାରାତି ଧନୀ ହୋଇଯାଇଛନ୍ତି ,ଯାହାର କାରଣ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ l ଘଟଣାଟି ଘଟିଛି ଏହିପରି ବୃଦ୍ଧା ଜଣକ ଶନିବାର ଦିନ ଗୋଟିଏ ବଡ ମାଛ ଧରିଥିଲେ ଯାହାକୁ ସିଏ ୩ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ l ମିଳିଥିବା ସୂଚନା ଅନୁସାରେ ଚବିଶି ପରଗଣl ଜିଲ୍ଲାର ସୁନ୍ଦରବନ ଅଂଚଳରେ ସାଗର ଦୀପରେ ରହୁଥିବା ବୃଦ୍ଧା ପୁଷ୍ପାକର ନଦୀରେ ମାଛ ଧରୁଥିବା ସମୟରେ ଗୋଟିଏ ୫୨ କେଜିର ମାଛ ଧରିଥିଲେ l ଏହି ବିଶାଳକାୟ ମାଛ ଟିକୁ ସେ କିଲୋପ୍ରତି ୬୨୦୦ ଟଙ୍କାରେ ବିକ୍ରି କରିଥିଲେ l ବୃଦ୍ଧା ଜଣଙ୍କ ଏହି ମାଛ ବାବଦରେ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ରୋଜଗାର କରିଥିଲେ l
ଯାହା ତାଙ୍କ ଭାବନାର ବାହାରେ ରହିଛି l ଗାଁ ଲୋକ କହିଛନ୍ତି ଯେ ଏହି ବିଶାଳକାୟ ମାଛଟି ବୋଧହୁଏ କୌଣସି ଜାହାଜ ସହିତ ଧକା ଲାଗି ମୃତ୍ୟୁ ବାରଣ କରିଥିଲା l ଭାଗ୍ୟର କଥା ଏହା ହେଉଛି ଯେ ମାଛଟିକୁ କୌଣସି ଅନ୍ୟ ଜଳଚର ଜୀବ ଖାଇନାହାନ୍ତି l ପୁଷ୍ପା ମାଛଟିକୁ ନଦୀ ଭିତରୁ ଆଣିବା ପାଇଁ କଠିନ ପରିଶ୍ରମ କରିଥିଲେ ,କିନ୍ତୁ ଯାହାବି ହେଉ ସେ ପାଣିରୁ ବାହାର କରି ମାଟି ଉପରକୁ ଆଣିଥିଲେ l ଦକ୍ଷିଣ ପୂର୍ବ ଏସିଆ ମହାଦେଶର ସାମୁଦ୍ରିକ ମାଛ ଗୁଡିକ ଏହି ପରି ବିଶାଳ କାୟ ଅଟନ୍ତି l ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଡ୍ରାୟ ବ୍ଳବ୍ବର ଯାହାର ମୂଲ୍ୟ କିଲୋ ପ୍ରତି ୮୦ ହଜାର ଅଟେ l ଏହି ବିଶାଳକାୟ ମାଛଟିକୁ ମଧ୍ୟ ସେହି ପ୍ରଜାତିର କୁହାଯାଉଛି l
ଏହି ପ୍ରକାରର ମାଛ ମାନଙ୍କର ବ୍ୟବହାର ବିଭିନ୍ନ ପ୍ରକାରର ଔଷଧ ପାଇଁ ବ୍ୟବହାର କରାଯାଇଥାଏ l ଯାହାବି ହେଉନା କାହିଁକି ଏହି ମାଛଟି ଆର୍ଥିକ ଅନାଟନ ଭିତରେ ବୃଦ୍ଧାଙ୍କର ପରିସ୍ଥିତି ବଦଳାଇ ଦେଇଛି l
