ଅନୁଗୁଳ: କରୋନା ଭୂତାଣୁ ସାରା ବିଶ୍ୱରେ ବ୍ୟାପୁଥିବା ବେଳେ ସରକାର ଅନ୍ୟ ରାଜ୍ୟରେ ଥିବା ପ୍ରବାସୀ ଓଡିଆ ମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ତା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗୁଜୁରାଟରେ ରହିଥିବା ଓଡିଆ ମାନଙ୍କ ପାଇଁ ଆଜି ପ୍ରଥମ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଅନୁଗୁଳରେ ପହଁଚିଂଛି । ଗୁଜୁରାଟର ଭଲସାତ ଅନ୍ତର୍ଗତ ବାପି ରେଲୱେ ଷ୍ଟେସନରୁ ଚଳିତ ମାସ ୨୩ ତାରିଖରେ ୧୬୫୩ ଜଣ ପ୍ରବାସୀ ଓଡିଆ ମାନଙ୍କୁ ନେଇ ଏହି ଟ୍ରେନ ଆଜି ସକାଳ ୮ ଘଟିକାରେ ଅନୁଗୁଳ ରେଲୱେ ଷ୍ଟେସନରେ କହଁଚିଂଥିଲା । ଏହି ଟ୍ରେନରେ ଅନୁଗୁଳର ସର୍ବାଧିକ ୩୪୯ ଜଣ ପ୍ରବାସୀ ଓଡିଆ ଥିଲେ । ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ତରଫରୁ ଅନୁଗୁଳ ଷ୍ଟେସନ ମଧ୍ୟରେ ୧୨ଟି କାଉଟଂର ଖୋଲାଯାଇ ପ୍ରବାସୀ ମାନଙ୍କର ପଜିଂକରଣ, ଥର୍ମାଲ ସ୍କାନିଂ ଓ ଷ୍ଟାମ୍ପିଂ ବ୍ୟବସ୍ଥା କରାଯାଇ ବସ ଯୋଗେ ନିଜ ନିଜ ଅଚଂଳର ଅସ୍ଥାୟୀ ମେଡିକାଲ କ୍ୟାମ୍ପକୁ ପଠାଇ ଦିଆଯାଇଛି ।
ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ପୁଲିସ ପ୍ରଶାସନ ତରଫରୁ ଆବଶ୍ୟକ ପୁଲିସ କର୍ମଚାରୀ ନିୟୋଜିତ କରାଯାଇଥିଲା । ଅନୁଗୁଳ ଜିଲ୍ଲାର ୮ଟି ବ୍ଲକ ଓ ଅନ୍ୟ ୨୬ଟି ଜିଲ୍ଲା ପାଇଁ ଅନୁଗୁଳ ଓ ତାଳଚେର ଆଚଂଳିକ ପରିବହନ କାର୍ଯ୍ୟାଳୟ ତରଫରୁ ୪୫ଟି ବସର ବ୍ୟବସ୍ଥା କରାଯାଇଥିଲା । ଅନୁଗୁଳ ପୋ÷ରପରିଷଦ ତରଫରୁ ପ୍ରବାସୀ ମାନଙ୍କ ପାଇଁ ସ୍ନାକ୍ସ ଓ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା । ପ୍ରଥମ ସ୍ୱତନ୍ତ୍ର ଶ୍ରମିକ ଯ୍ରେନରେ ୨୨ଟି ବଗିରେ ଏହି ୧୬୫୩ ଜଣ ପ୍ରବାସୀ ଆସିଥିଲେ । ପ୍ରବାସୀ ମାନେ କିପରି ସୁରୁଖୁରୁରେ ନିଜ ଅଚଂଳରେ ପହଁଚିଂ ପାରିବେ ସେଥିପାଇଁ ଗତକାଲି ଠାରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସମସ୍ତ ପ୍ରକାର ଆନୁସଙ୍ଗୀକ ବ୍ୟବସ୍ଥାକୁ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି, ଉତର କେନ୍ଦ୍ରାଚଂଳ ଆଇ.ଜି ନରସିଂହ ଭୋଳ, ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା, ଅତିରିକ୍ତ ଜିଲ୍ଲାପାଳ ତପନ କୁମୋର ଶତପଥି ଓ ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥି ପ୍ରମୁଖ ପ୍ରତ୍ୟକ୍ଷ ଭାବରେ ତଦାରଖ କରିଥିଲେ । ଏହି ପ୍ରବାସୀ ମାନେ ନିଜ ଅଚଂଳର ଅସ୍ଥାୟୀ ମେଡିକାଲ ଶିବିରରେ ୧୪ ଦିନ ସଙ୍ଗରୋଧରେ ରହିବେ ।
ଅନୁଗୁଳ ବ୍ୟତୀତ ଏହି ଟ୍ରେନରେ ଗଜାଂମର ୧୦୧ ଜଣ, ମୟୁରଭଜଂର ୧୩୫ ଜଣ, ବାଲେଶ୍ୱରର ୧୩୦ ଜଣ, ଭଦ୍ରକର ୪୮ ଜଣ, ପୁରୀ ଓ ସମ୍ବଲପୁର ଯଥାକ୍ରମେ ୯୧ ଜଣ ଓ ୯୪ ଜଣ, ଖୋର୍ଦ୍ଧାର ୮୦ ଜଣ, ବରଗଡ଼ର ୪୭ ଜଣ, ବଲାଙ୍ଗୀରର ୪୭ ଜଣ, କଟକର ୨୮ ଜଣ, ଦେବଗଡ଼ର ୧୪ ଜଣ, ଢ଼େଙ୍କାନାଳର ୬୨ ଜଣ, ଯାଜପୁରର ୩୭ ଜଣ, ନୟାଗଡ଼ର ୨୫ ଜଣ ଓ କେନ୍ଦୁଝରର ୧୦ ଜଣ ପ୍ରବାସୀ ଓଡିଆ ଆସିଥିଲେ । ଏହାଛଡା ବୈାଦ୍ଧର ୭ ଜଣ, ନବରଙ୍ଗପୁରର ୨ ଜଣ, ସୁନ୍ଦରଗଡ଼ର ୨୪ ଜଣ, କେନ୍ଦ୍ରାପଡାର ୭୩ ଜଣ, କନ୍ଧମାଳର ୫ ଜଣ, କଳାହାଣ୍ଡିର ୧୩୨ ଜଣ ସୋନପୁରର ୨୯ ଜଣ, ଗଜପତିର ୪୫ ଜଣ, ରାୟଗଡ଼ାର ୨ ଜଣ, ଜଗସିଂହପୁରର ୩୩ ଜଣ ଓ ପଶ୍ଚିମବଙ୍ଗର ୩ ଜଣ ପ୍ରବାସୀ ଆସିଥିଲେ ।
୧୬୩୭ ଜଣଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଇଛି । ପଛରେ ରହିଯାଇଥିବା ରାୟଗଡ଼ାର ୨ ଜଣ ଓ ସୁନ୍ଦରଗଡ଼ର ୧୪ ଜଣଙ୍କୁ ସରକାରୀ ବାଳିକା ଉଚ ବିଦ୍ୟାଳୟ ଠାରେ ରଖାଯାଇଛି । ଆଜି ରାତିରେ ସେମାନଙ୍କୁ ତାଙ୍କର ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯିବ । ପ୍ରବାସୀ ମାନଙ୍କର ସମସ୍ତ ପ୍ରକାର ଆନୁସଙ୍ଗୀକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରକିବାରେ ଅନୁଗୁଳ ଏସ.ଡି.ପି.ଓ ଅଶ୍ୱିନୀ କୁମାର ସାହୁ, ଅନୁଗୁଳ ଆଇ.ଆଇ.ସି ରମେଶ ବିଶୋଇ, ଡେପୁଟି କଲେକ୍ଟର ବଇତୁରା ଦୀପ, ଅନୁଗୁଳ ପୋ÷ରପାଳିକାର ନିର୍ବାହୀ ଅଧିକାରୀ ବିନୋଦ ପଣ୍ଡା, ଅନୁଗୁଳ ଆଚଂଳିକ ପରିବହନ ଅଧିକାରୀ ଜିତେନ୍ଦ୍ର କୁମାର ଭୋଇ, ତାଳଚେର ଆଚଂଳିକ ପରିବହନ ଅଧିକାରୀ ସମରେନ୍ଦ୍ର ପଟ୍ଟନାୟକ, ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଂଶୁମାନ ଶତପଥି, ଏମ.ସି.ଏଲ ସ୍ୱତନ୍ତ୍ର ଭୂ–ଅର୍ଜନ ଅଧିକାରୀ ରତନ କୁମାର ଆଚାର୍ଯ୍ୟ, ଆସିଷ୍ଟାଣ୍ଡ କଲେକ୍ଟର ସୁବ୍ରତ ବେହେରାଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ମାନେ ସହଯୋଗ କରିଥିଲେ ।