Odisha news

ନଡା ଟ୍ରକ୍ ରେ ନିଆଁ , ଉଦ୍ଧାର କଲେ ଅଗ୍ନିଶମ ବିଭାଗ

0

ଗୋପ,୧୦/୦୫ଡ୍ରାଇଭରଙ୍କ ଉପସ୍ଥିତ ଯୋଗୁଁ ଅଳ୍ପକେ ବର୍ତିଗଲା ନଡା ବୋଝେଇ ଟ୍ରକ୍ । ଗୋପ ବ୍ଲକ ଅନ୍ତର୍ଗତ ଛଇତନା ପଂଚାୟତର ଗଇଣ୍ଡଳ ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ନଡା ବୋଝେଇ ଟ୍ରକ୍ ରେ ନିଆଁ ଲାଗିଯାଇଥିଲା । ଏହା ଜାଣିପାରି ଟ୍ରକ୍ ର ଡ୍ରାଇଭର ଗାଡିଟିକୁ ପୋଖରୀ ଖୋଜି ଖୋଜି ପାଇବା ପରେ ଶେଷକୁ ଗାଡିଟିକୁ ପୋଖରୀ ଭିତରେ ଭର୍ତି କରିଦେଇଥିଲେ ।

ଫଳରେ ଗ୍ରାମବାସୀଙ୍କ ସହିତ ସେଠାରେ ଉପସ୍ଥିତ ଅନ୍ୟ ଲୋକମାନେ ତୁରନ୍ତ ପଂହଚି ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ଗୋପ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଗୋପ ଅଗ୍ନିଶମ ବିଭାଗର ଅଧିକାରୀ ମାନଙ୍କ ସହିତ ଆଗ୍ନିକମାନେ ପଂହଚି ପୋଖରୀ ଭିତରେ ଥିବା ନଡା ଗାଡିକୁ ଠାବ କରିବା ସହିତ ସେଥିରେ ହୁତୁ ହୁତୁ ହୋଇ ଜଳୁଥିବା ନଡା ଗୁଡିକ ଉପରେ ପାଣି ମାଡ କରିବାକୁ ସୌଭାଗ୍ୟ କ୍ରମେ ଟ୍ରକ୍ ଟି ଜଳିବାରୁ ବର୍ତି ଯାଇଥିଲା ।

IEC 2 years
Leave A Reply