Odisha news

ରାଜ୍ୟ ଉଭିଦଉଦ୍ୟାନ(ବଟାନିକାର୍ଲାଗର୍ଡେନରେ)ର ନିଆଁଲାଗି ୪ହେକ୍ଟର ଜଙ୍ଗଲ ଜଳିଗଲା

ବାରଙ୍ଗ : ରାଜ୍ୟ ଉଭିଦଉଦ୍ୟାନ(ବଟାନିକାର୍ଲାଗର୍ଡେନରେ)ରବିବାରଦିନ ଦ୍ୱିହିପହର ସମୟରେ ନିଆଁ ଲାଗି ପ୍ରାୟ ୪ହେକ୍ଟର ପରିମିତ ଜଙ୍ଗଲ ଜଳିଯାଇଛି ।ନିଆଁ ଲାଗିଥିବା ସ୍ଥାନରେ ବିଶେଷକରି ବେଶୀ ପରିମାଣର ବାଉଁଶ ଗଛ ରହିଥିଲା ।ବାଉଁଶ ଗଛ ସହିତ ଅନ୍ୟାନ୍ୟ ଗଛସବୁ ଜଳି ଯାଇଛି ।ନିଆଁ ଲାଗିଥିବାର ପକୃତ କାରଣ ଜଣାପଡିନଥିବାବେଳେ ଶାଗୁଣାପ୍ରଜଜନକେନ୍ଦ୍ର ପଛପଟ ଓ ବାରଙ୍ଗ-ଚନ୍ଦକାମୁଖ୍ୟରାସ୍ତା ଠାରୁ ଅଳ୍ପଦୁରରେ ଏହି ନିଆଁ ଲାଗି ସବୁଆଡେ ବ୍ୟାପି ଯାଇଥିଲା ।ଜଙ୍ଗଲ ସବୁ ସୁଖି ରହିଥିବାରୁ ନିଆଁ ଖୁବଶିଘ୍ର ବ୍ୟାପିଯାଇଥିଲା ।ଖବରପାଇ ବାରଙ୍ଗ ଓ ଚନ୍ଦ୍ରଶେଖରପୁରରୁ ତିନଟି ଦମକଳ ଆସି ଥିଲେ ମଧ୍ୟ ନିଆଁ ଲାଗିଥିବା ସ୍ଥାନକୁ ଯିବାରେ କଷ୍ଟସାଧ୍ୟ ହୋଇଥିଲା । ତେବେ ଦୀର୍ଘ୪ଘଂଟା ପରେ ନିଆଁ ଦମକଳ ବାହିନିର କର୍ମଚାରୀମାନେ ନିଆଁକୁ ଆୟତକରିବାରେ ସକ୍ଷମ ହୋଇଥିଲେ । ତେବେ ନିଆଁ ଲାଗିଥିବା ସ୍ଥାନକୁ ପର୍ଯ୍ୟଟକମାନେ ଆସିବା କଷ୍ଟସାଧ୍ୟ ହୋଇଥିବାବେଳେ କେହି ଦୁର୍ବୁତ ନିଆଁ ଲଗାଇଦେଇଥିବାର ଅନୁମାନ କରାଯାଉଛି ।ଏଥିରେ ବାଉଁଶ ଗଛ ସହ ଅନ୍ୟାନ୍ୟ କିଛି ଗଛ ନଷ୍ଟ ହୋଇଛି ବୋଲି ନନ୍ଦନକାନନ ଉପନିଦେ୍ର୍ଦଶକ ବିମଳପ୍ରସନ୍ନଆଚାର୍ଯ୍ୟ କହିଛନ୍ତି ।

Comments are closed.