Odisha news

ଜରିମାନା ବାବଦକୁ ମଇଁଷି ଓ କୁମ୍ଭୀର

0

ମାଲେସିଆ : ମାଲେସିଆର ଜଣେ ମୂଳ ନିବାସୀଙ୍କୁ ଅପମାନ କରିଥିବାରୁ ଜନୈକ ପାକିସ୍ତାନ ନାଗରିକଙ୍କୁ ବୋର୍ନିଓର ଏକ ଅଦାଲତ ଅଦାଲତ ଦଣ୍ଡସ୍ୱରୂପୁ ୮ ମଇଁଷି ଓ ୮ କୁମ୍ଭୀର ଦେବାଲାଗି ଆଦେଶ ଦେଇଛନ୍ତି । ଭାରତ ମହାସାଗରରେ ଥିବା ବୋର୍ନିଓ ଦ୍ୱୀପରେ କଲେଇଡୋସ୍କୋପ ଆଦିବାସୀ ବସବାସ କରନ୍ତି । ସେମାନଙ୍କ ରୀତିନୀତି ଓ ପରମ୍ପରା ସମ୍ବନ୍ଧୀୟ ବିବାଦର ସମାଧାନ ପାଇଁ ମାଲେସିଆ ଏକ ବିଶେଷଅଦାଲତ ଗଠନ କରିଛି । ପାକିସ୍ତାନୀ ନାଗରିକ ଆମିର ଅଲୀ ଖାନ୍‌ ନବାତୟଙ୍କ ଉପରେ ସବହ ରାଜ୍ୟର ଏହି ଅଦାଲତ ଉପରଲିଖିତ ଜରିମାନା ଲଗାଇଛନ୍ତି । ଆମିର ସ୍ଥାନୀୟ ଲୋକଙ୍କୁ ଆପତ୍ତିଜନକ ଟିªଣୀ ଦେଇଥିଲେ । ୫୦ ବର୍ଷୀୟ ବ୍ୟବସାୟୀ ଆମିରଙ୍କ ଅପମାନଜନକ ବୟାନର ରେକର୍ଡ ସୋସାଲ ମିଡିଆରେ ଭାଇରାଲ ହୋଇଛି । ଆମିର ମାଲେସିଆର ସ୍ଥାୟୀ ବାସିନ୍ଦା । ମାସକ ଭିତରେ ଜରିମାନା ନ ଦେଲେ ତାଙ୍କୁ ୯୪୦ ଡଲାର ଦେବାକୁ ହେବ ବା ୧୬ ମାସ ଜେଲ୍‌ ନଚେତ୍‌ ଉଭୟ ଦଣ୍ଡ ଭୋଗିବାକୁ ପଡ଼ିପାରେ । ଉକ୍ତ ଆଦିବାସୀ ସମୁଦାୟ ମଇଁଷି ଓ କୁମ୍ଭୀର ଯୌତୁକ ଆକାରରେ ଦେଇଥାନ୍ତି ।

Leave A Reply