ପୁରୁଷ ମାନଙ୍କର ସ୍ପର୍ମ କାଉଣ୍ଟ ବଢାଇବା ସହିତ ମହିଳା ମାନଙ୍କର ଫର୍ଟିଳିଟି ବୃଦ୍ଧି କରିଥାଏ ରୋଷେଇ ଘରର ଏହିସବୁ ସାମଗ୍ରୀ
ବିଶ୍ୱ ବୈଜ୍ଞାନିକ ଙ୍କ ଅଧ୍ୟୟନ ଅନୁସାରେ ବର୍ତମାନ ଦିନକୁ ଦିନ ବିଶ୍ୱରେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି, କାହିଁକି ଅନେକ ମହିଳା ଓ ପୁରୁଷ ବନ୍ଧ୍ୟାକରଣ ର ଶିକାର ହେଉଛନ୍ତି l ଏହାର ମୁଖ୍ୟ କାରଣ ଜୀବନଶୈଳୀ ସହିତ ଖାଦ୍ୟପେୟ କୁ ଦାୟୀ କରାଯାଉଛି l କାହିଁକିନା ଆମ ଦିନଚର୍ଯ୍ୟା ସହିତ ଆମ ଖାଦ୍ୟପେୟ ମଧ୍ୟ ଆମ ଶରୀର ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ l ଯାହାକି ଆଜିର ଯୁବପିଢିଙ୍କର ସ୍ପର୍ମ କାଉଣ୍ଟ ଓ କ୍ୱାଲିଟି କୁ ମଧ୍ୟ ପ୍ରଭାବ ପକାଉଛି l ତେଣୁ ବୈଜ୍ଞାନିକ ମାନଙ୍କ ମତରେ ଆମ ଦୈନଦିନ ଭୋଜନ ରେ ଏଭଳି କିଛି ଜିନିଷ ରହିଛି ଯାହାକି ଆମର ଫର୍ଟିଲିଟି କୁ ବୃଦ୍ଧି କରିଥାଏ ତାହାକୁ ଭୋଜନ ରେ ସାମିଲ କରିବା ଜରୁରୀ
– ସୂର୍ଯ୍ୟମୁଖୀ ମଞ୍ଜି –
ସୂର୍ଯ୍ୟମୁଖୀ ମଞ୍ଜି କୁ କେବଳ ତେଲ ପାଇଁ ବ୍ୟବହାର କରାଯାଏ ନାହିଁ, ଏହାକୁ ଫର୍ଟିଲିଟି ବୃଦ୍ଧି ପାଇଁ ମଧ୍ୟ ପ୍ରୟୋଗ କରାଯାଇ ଥାଏ l ପୋଟାସିୟମ, ଫାଇବର ଓ ପ୍ରୋଟିନ ରେ ଭରପୁର ସୂର୍ଯ୍ୟମୂଖି ମଞ୍ଜି ସ୍ପର୍ମ କାଉଣ୍ଟ ବଢାଇବାରେ ସାହାଯ୍ୟ କରିଥାଏ l
– କଖାରୁ ମଞ୍ଜି –
କଖାରୁ ମଞ୍ଜିକୁ ଚୋପା ଛଡାଇ ମିଠା ରେ ବ୍ୟବହାର ହୋଇଥାଏ, ଏବଂ ମସଲା ରେ ମଧ୍ୟ ବ୍ୟବହାର ହୁଏ, ଯାହାକୁ ଆମେ ଚାରମଗଜ କହିଥାଉ l କିନ୍ତୁ ଯଦି ନିୟମିତ ଭାବରେ ଉଭୟ ପୁରୁଷ ଓ ମହିଳା ପ୍ରତିଦିନ ଗୋଟିଏ ମୁଠା କଖାରୁ ମଞ୍ଜି ସେବନ କରିବେ ତେବେ ସ୍ପର୍ମ କାଉଣ୍ଟ ବୃଦ୍ଧି ହେବା ସହିତ ଫର୍ଟିଲିଟି ସମସ୍ୟା ମଧ୍ୟ ଦୂର ହୋଇ ଥାଏ l
– ଗାଜର –
ଗାଜର କେବଳ ଭିଟାମିନ ସି ରେ ଭରପୁର ନୁହେଁ, ନିୟମିତ ନିଜ ଖାଦ୍ୟରେ ଗାଜର କୁ ଶାମିଲ କରିବା ଦ୍ୱାରା ସ୍ପର୍ମ ର ପ୍ରଡକ୍ସନ ବୃଦ୍ଧି ହେବା ସହିତ ଫର୍ଟିଲିଟି ସମସ୍ୟା ଦୂର ହୋଇଥାଏ l
– ଅଣ୍ଡା –
ଅଣ୍ଡା ର ବ୍ୟବହାର କେବଳ କ୍ୟାଲସିୟମ ବୃଦ୍ଧି ପାଇଁ ସେବନ କରାଯାଇ ନଥାଏ, ଅଣ୍ଡା ନିୟମିତ ନିଜ ଭୋଜନ ରେ ସାମିଲ କରିବା ଦ୍ୱାରା ସ୍ପର୍ମ କ୍ୱାଲିଟି ବୃଦ୍ଧି ହେବା ସହିତ କ୍ଵାଣ୍ଟିଟି ମଧ୍ୟ ବୃଦ୍ଧି ହୋଇଥାଏ l
– ପାଳଙ୍ଗ –
ପାଳଙ୍ଗ ଶାଗ ଆଇରନ, କ୍ୟାଲସିୟମ ଓ ଫୋଲିକ ଏସିଡ ରେ ଭରପୁର ଅଟେ, ତେଣୁ ନିୟମିତ ଭୋଜନ ରେ ଏହାକୁ ଶାମିଲ କରିବା ଜରୁରୀ l ଏହା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଆବଶ୍ୟକ ନିୟମିତ ନିହାତି ସେବନ କରନ୍ତୁ l
