ବୁଗୁଡ଼ା ୧୦/୫ : ଏବେ କରୋନା ଭୟରୁ କିଏ ପାଦରେ ଓ କିଏ ବାଇକ୍ ରେ ଅଥବା କିଏ ସାଇକେଲରେ ଦିନ ଦିନ ଧରି ଯାତ୍ରା କରି ନିଜ ଜନ୍ମଭୂମିକୁ ଅଗ୍ରସର ହେଉଥିବା ଦେଖାଯାଉଛି। ଏ ପରିପ୍ରେକ୍ଷିର ଉତ୍ତର ପ୍ରଦେଶ ର ୬ ଜଣ ଯୁବକଙ୍କ ଦୁଃ ସାହସିକ ସାଇକେଲ୍ ଯାତ୍ରା ସୁଦୂର ହାଇଦ୍ରାବାଦରୁ ୟୁ ପି ପର୍ଯ୍ୟନ୍ତ ହେଉଥିବା ଘଟଣା ଯେତିକି ଆଲର୍ଯ୍ୟ ଲାଗୁଛି ସେତିକି ସହାନୁଭୂତି ମଧ୍ଯ ସୃଷ୍ଟି କରିଛି। ଏହି ଯୁବକ ମାନେ ୬ ଟି ନୂଆଁ ସାଇକେଲ ସଂଗ୍ରହ କରି ବାଧ୍ୟ ହୋଇ ଗତ ୫ ତାରିଖରୁ ସେଠାରୁ ବାହାରି ଆସି ୧୦ ତାରିଖ ଦିନ ବୁଗୁଡ଼ା ସହରରେ ପହଞ୍ଚିଥିଲେ। ଖବର ପାଇ ପୌରଆରକ୍ଷୀ ବିଭାଗ ପକ୍ଷରୁ ସେମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ ପୂର୍ବକ ଯାତ୍ରାର ମଙ୍ଗଳ କାମନା କରାଯାଇଥିଲା। ତହସିଲଦାର ପ୍ରତ୍ୟେକ ଯୁବକଙ୍କ ବିବରଣୀ ଓ ମୋବାଇଲ୍ ନଂ ରଖି ସେମାନଙ୍କୁ ବୁଗୁଡ଼ା ବାହାରକୁ ନିରାପଦରେ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ, ଏ ଘଟଣା ସମସ୍ତଙ୍କ ମନରେ ଏକ ସହାନୁଭୂତିର ପ୍ରଶଂସାର ଭାବ ସୃଷ୍ଟି କରିଛି।