ଛତ୍ରପୁର ୨୧/୬; ମା ସିନା ଜନ୍ମ ଦେଇ ଦୁନିଆ ର ଆଲୋକ ଦେଖାଇଥାନ୍ତି ହେଲେ ବାପା ଭଲ ମଣିଷଟିଏ ହେବାର ମାର୍ଗ ଦର୍ଶନ ଦେଇଥାନ୍ତି । ଆଜି ପିତା ତଥା ବାପା ଦିବସ ।
ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୂଲାଙ୍ଗେ ନିଜ ବାପାଙ୍କୁ ମନେ ପକାଇଛନ୍ତି । ଜଣେ ଆଦର୍ଶ ବ୍ୟକ୍ତିଙ୍କ ସୁଯୋଗ୍ୟ ସନ୍ତାନ ଶ୍ରୀ କୁଲାଙ୍ଗେ ନିଜ ବାପାଙ୍କ ମାର୍ଗ ଦର୍ଶନ ଓ ସ୍ନେହାଶୀଷ ବିଷୟ ସ୍ମୃତିଚାରଣ କରିଛନ୍ତି ।
ଏକ ଟ୍ୱିଟରେ ଶ୍ରୀ କୁଲାଙ୍ଗେ ନିଜ ବାପାଙ୍କ ସହ ଥିବା ଫଟୋ ସହ ଉଲ୍ଲେଖ କରିଛନ୍ତି ଯେ ” ବାପା ମୋତେ ଅତ୍ୟାବଶ୍ୟକୀୟ ଏବଂ ଅଣ ଅତ୍ୟାବଶ୍ୟକୀୟ ମଧ୍ୟରେ ପାର୍ଥକ୍ୟ ସର୍ବଦା ବୁଝାଇଥିଲେ । ତେଣୁ ଜୀବନରେ କେବେ ଅତ୍ୟାବଶ୍ୟକୀୟ ଜିନିଷର ଅଭାବ ଅନୁଭବ କରିନାହିଁ