Odisha news

ଏତେ ମୋଟା ଯେ କ୍ରେନ୍‌ରେ ଟେକାଗଲା

0

ବ୍ରିଟେନ୍‌ର ସବୁଠୁ ମୋଟା ଲୋକ ୩୦ ବର୍ଷୀୟ ଜେସନ୍‌ ହୋଲଫନ୍‌ଙ୍କୁ ଚିକିତ୍ସା ପାଇଁ ବାହାରକୁ ଆଣିବା ଲାଗି ଏକ ବଡ଼ କ୍ରେନ୍‌ ବ୍ୟବହାର କରାଯାଇଛି । ତାଙ୍କ ଓଜନ ୩ କୁଇଣ୍ଟାଲ ୧୮ କେଜି । ସେ ତୃତୀୟ ମହଲାରେ ରହୁଥିଲେ । ତାଙ୍କୁ ବେଡରୁମ୍‌ରୁ କ୍ରେନ୍‌ ସାହାଯ୍ୟରେ ବାହାର କରିବା ପାଇଁ ଝରକା କାଟିବାକୁ ପଡ଼ିଥିଲା । ଜେସନ୍‌ କହିଛନ୍ତି, ମାତ୍ରାଧିକ ମେଦବହୁଳତା ମୋତେ ୫ ବର୍ଷ ହେବ ଘରେ ବନ୍ଦ କରି ରଖିଛି । ମୁଁ ପ୍ରତିଦିନ ୧୦,୦୦୦ କ୍ୟାଲୋରି ଖାଦ୍ୟ ଯଥା ଚକୋଲେଟ୍‌, କ୍ରିସ୍ପ, ସାଣ୍ଡୱିଚ୍‌ ଓ ଫିଜି ଡ୍ରିଙ୍କ୍‌ସ ନେଇ ଆସୁଥିଲି । ଏତେ ଖାଇବାର ପରିଣାମସ୍ୱରୂପ ବସିବା ଜାଗାରୁ ଏକ ଇଞ୍ଚ ବି ଘୁଞ୍ଚି ପାରିଲିନି । ମୋତେ ଲାଗିଲା ମୋ ଜୀବନରେ ଆଉ କିଛି ନାହିଁ । ପରିଶେଷରେ ହାର୍‌ ମାନି ନିଜକୁ ମରିବା ପାଇଁ ଛାଡ଼ିଦେଲି । ୨୦୧୪ରେ ହୋମ୍‌-ଡେଲିଭରି ଟେକ୍‌େୱ ସର୍ଭିସ୍‌ ଜଷ୍ଟଇଟ୍‌ରେ ହସ୍ତାକ୍ଷର କରିବା ପରଠୁ ତାଙ୍କ ସ୍ଥିତି ଗମ୍ଭୀର ରୂପ ନେଲା । ଏହାପରଠୁ ସେ ପ୍ରତିଦିନ ଟେକ୍‌େୱରେ ୩୦ ପାଉଣ୍ଡ ଖର୍ଚ୍ଚ କରୁଥିଲେ ଯାହାର ବାର୍ଷିକ ମୂଲ୍ୟ ୧୦,୦୦୦ ପାଉଣ୍ଡ । ଜେସନ୍‌ ପ୍ରତିଦିନ ବଡ଼ ଡୋନର୍‌ ଓ ଚି« ବ୍ରଞ୍ଚ୍‌ରେ ଖାନ୍ତି । ଭୋକିଲା ଥିଲେ ଏକ୍ସଟ୍ରା ରେଗୁଲାର୍‌ ପୋର୍ସନର ଡୋନର୍‌ ମିଟ୍‌ ଅର୍ଡର କରନ୍ତି । ମଧ୍ୟାହ୍ନରେ ଚାଇନିଜ୍‌ ଟେକ୍‌େୱରୁ ୩ଟି ଲାର୍ଜ ଟବ୍‌ ଚିକେନ୍‌ ଚାଉମିନ୍‌, ପ୍ରନ୍‌ କ୍ରାକର୍‌ ଓ ପ୍ରନ୍‌ ଟୋଷ୍ଟ ଖାଇଥାନ୍ତି । ସନ୍ଧ୍ୟାରେ ଦୁଇଟି ଚିଜ୍‌ ସାଣ୍ଡୱିଚ୍‌, ଦୁଇଟି ଚକୋଲେଟ୍‌ ବାର୍‌ ଓ ୩ ପ୍ୟାକେଟ୍‌ କ୍ରିସ୍ପ ନିଅନ୍ତି । ତାଙ୍କ ଡ୍ରିଙ୍କ୍‌ରେ ସାମିଲ ଦେଢ଼ଲିଟର କମଳା ଜୁସ୍‌ ଓ ୫ କେନ୍‌ ଡାଏଟ୍‌ କୋକ୍‌ । ଏସବୁ ଖାଦ୍ୟ କିଣିବା ପାଇଁ ସେ ହାତରୁ ଖର୍ଚ୍ଚ କରନ୍ତି ନାହିଁ, ସରକାର ଦିଅନ୍ତି ।

Nalco
Leave A Reply