ନୁଆଦିଲୀ : ଖାସ କରି ଅଧିକ ମୋଟା ଲୋକଙ୍କୁ ଖାଇବା ଜିନିଷ ନିକଟରୁ ଦୂରେଇ ରହିବା ପାଇଁ କୁହାଯାଏ , କିନ୍ତୁ କଣ ଆପଣ ଜାଣିଛନ୍ତି ବ୍ରିଟେନ ରେ ଅଧିକ ମୋଟା ଲୋକଙ୍କୁ ସୁପର ମାର୍କେଟ ରେ ରିହାତି ମିଳିବ l କେବଳ ଏତିକି ନୁହେଁ ତାଙ୍କୁ ଗିଫ୍ଟ ଭାଉଚର ମଧ୍ୟ ଉପହାର ମିଳିବ l ବ୍ରିଟେନ ରେ ଅଧିକ ଓଜନ ଥିବା ଲୋକଙ୍କୁ ୬ ମିଲିୟନ ପାଉଣ୍ଡ ଅର୍ଥାତ ୬୧ ,୮୧ ,୫୧ ,୮୦୦ ଟଙ୍କାର ରିହାତି ମଧ୍ୟ ମିଳିବ l ଆହୁରି ଅଧିକ ପୁରସ୍କାର ମଧ୍ୟ ଦିଆଯିବ l ଏହା ସେମାନଙ୍କୁ ପ୍ରୋତ୍ସାହନ ରାଶି ସ୍ଵରୂପ ଓଜନ କମାଇବା ପାଇଁ ମିଳିବ l
ସୁପରମାର୍କେଟ ଓ ଫିଟନେସ କମ୍ପାନୀ ଗୁଡିକୁ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଯୋଜନା ଚଳାଇବା ପାଇଁ ବ୍ରିଟେନ ସରକାରଙ୍କ ପକ୍ଷରୁ ଆମନ୍ତ୍ରିତ କରାଯାଇଛି l ଯଦି ଏହି ଯୋଜନା ସଫଳ ହିଲା ତେବେ ଏହା ସମ୍ପୂର୍ଣ ଇଂଲଣ୍ଡ ରେ ଲାଗୁ କରାଯିବ l ଏହି ଟ୍ରାଏଲ ଯୋଜନା ୨୦୨୨ ଜାନୁଆରୀରେ ଆରମ୍ଭ କରାଯିବ l ସେଥିପାଇଁ କିଛି ମାପଦଣ୍ଡ ମଧ୍ୟ ନିର୍ଧାରିତ କରାଯିବ l ଏହାପରେ ଦେଖାଯିବ ସେମାନଙ୍କ ଓଜନ କେତେ କମୁଛି l ସିଙ୍ଗାପୁର ରେ ମଧ୍ୟ ଏହିଭଳି କିଛି ଯୋଜନା ଆରମ୍ଭ କରାଯାଇଥିଲା l
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ଗବେଷଣା ଅନୁସାରେ ପ୍ରତେକ ୩ ଟି ମଧ୍ୟରୁ ୨ ଜଣ ବ୍ରିଟିଶ ନାଗରିକ ଅଜା ଅଧିକ ଅଟେ l ସଂଯୁକ୍ତ ରାଜ୍ୟ ଆମେରିକା ତୁଳନାରେ ବ୍ରିଟେନ ରେ ମୋଟାପା ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଉଛି l ଜଙ୍କ ଫୁଡ ମୋଟାପା ର ଗୋଟିଏ କାରଣ ହୋଇଥିବା ଯୋଗୁଁ ବ୍ରିଟେନ ସ୍ୱାସ୍ଥ୍ୟ ବବିଭଗ ଗତ ମାସରେ ଘୋଷଣା କରିଛନ୍ତି ଯେ ଜଙ୍କ ଫୁଡ଼ କମ୍ପାନୀ ଗୁଡିକ ୨୦୨୩ ପର୍ଯ୍ୟନ୍ତ ରାତି ୯ ଟା ପୂର୍ବରୁ ଓ ଅନଲାଇନ ମାଧ୍ୟମରେ ବିଜ୍ଞାପନ ଦେବାକୁ ନେଇ ପ୍ରତିବନ୍ଧକ ଲଗାଇ ଦିଆଯିବ l
Comments are closed.