Odisha news

ମହିଳା ମାନଙ୍କର ପ୍ରଜନନ କ୍ଷମତାକୁ ବାଧା ଦେଉଛି ବେଲି ଫ୍ୟାଟ : ରିସର୍ଚ୍ଚ

0

ବର୍ତମାନର ସମୟରେ ମୋଟାପା ଓ ବେଲି ଫ୍ୟାଟ ବଢିବା ଗୋଟିଏ ସାଧାରଣ ସମସ୍ୟା ହୋଇଯାଇଛି, ଛୋଟ ପିଲା, ଯୁବକ, ମହିଳା ଓ ବୟସ୍କ ସମସ୍ତେ ଏହାର ଶିକାର ହେଉଛନ୍ତି, ଏବଂ ଅନେକ ଗୁଡିଏ ତଥ୍ୟ ଅନୁସାରେ ମୋଟାପା କେବଳ ଗୋଟିଏ ସମସ୍ୟା ନୁହେଁ, ଅନେକ ଗମ୍ଭୀର ରୋଗର ମଧ୍ୟ କାରଣ ଅଟେ, ବିଶେଷଜ୍ଞ ଙ୍କ ମତରେ ଶରୀରରେ ବଢୁଥିବା ଫ୍ୟାଟ କେବଳ ହାର୍ଟ, ମଧୁମେହ ଓ କ୍ୟାନ୍ସର ର କାରଣ ହୋଇ ନପାରେ, ଏହା ମା ହେବାର ସମ୍ଭାବନା କୁ ମଧ୍ୟ ହ୍ରାସ କରିଥାଏ, ଆଜି ଆସନ୍ତୁ ଜାଣିବା ମହିଳା ମାନଙ୍କର ବେଲି ଫ୍ୟାଟ ସେମାନଙ୍କ ପାଇଁ ମା ହେବାରେ କି ଅସୁବିଧା ଆଣିଥାଏ l

* ପୂର୍ବେ ଇନ୍ଫରଟିଲିଟୀ କେବଳ ଗୋଟିଏ ସମସ୍ୟା ଥିଲା, ଯାହା ଅଧିକ ବୟସରେ ବିବାହ କରିଥିବା ମହିଳାଙ୍କ ନିକଟରେ ଦେଖା ଯାଉଥିଲା, କିନ୍ତୁ ବର୍ତମାନ ଖୁବ ବୟସ ର ମହିଳାମାନେ ଏହାର ସମୁଖୀନ ହେଉଛନ୍ତି, ଆଧୁନିକ ଜୀବନଶୈଳୀ, ମାନସିକ ଚାପ, ଖାଦ୍ୟ ଖାଇବାର ଶୈଳୀ ହର୍ମୋନ ଅସନ୍ତୁଳନ ର ମୁଖ୍ୟ କାରଣ, ଏହା ସହିତ ଏକ୍ସପର୍ଟ ଙ୍କ ମତରେ ଆଜିର ମହିଳା ମାନଙ୍କୁ ବେଲି ଫ୍ୟାଟ ଇନ୍ଫରଟିଲିଟୀ ର ଶିକାର ଅଧିକ କରୁଛି l

* ଗବେଷଣା ଅନୁସାରେ ଯେଉଁ ମହିଳା ମାନଙ୍କର ବେଲି ଫ୍ୟାଟ ସମସ୍ୟା ରହିଥାଏ, ସେମାନଙ୍କ ଠାରେ ପ୍ରଜନନ ସମ୍ବନ୍ଧିତ ସମସ୍ୟା ଅଧିକ ରହିଥାଏ, ଆମେରିକାରେ ୧୮ରୁ ୪୫ ବର୍ଷର ଆୟୁର ମହିଳାଙ୍କୁ ନେଇ ହୋଇଥିବା ଗୋଟିଏ ରିସର୍ଚ୍ଚ ଅନୁସାରେ ପ୍ରତ୍ୟେକ ଏକ୍ସଟ୍ରା ସେଣ୍ଟିମିଟର ଫ୍ୟାଟ ବାଂଝ ପଣର ଶିକାର କରାଇ ଥାଏ, ଯାହାକି ୩ ପ୍ରତିଶତ ପର୍ଯ୍ୟନ୍ତ ବଢି ଯାଇଥାଏ l

* ଚୀନ ର ଗୋଟିଏ ଅଧ୍ୟୟନ ଅନୁସାରେ ଅଣ୍ଟାର ଚର୍ବି ହ୍ରାସ ଗର୍ଭ ଧାରଣାରେ ସାହାଯ୍ୟ କରିଥାଏ, ଯଦି ମହିଳାମାନେ ଏଥିପ୍ରତି ଧ୍ୟାନ ଦେବେ ଓ ଫିଜିକାଲ ଆକ୍ଟିଭିଟି ବଢ଼ାଇବେ ତେବେ ସାହାଯ୍ୟ ମିଳିବ l

* କାହିଁକି ଦେଖା ଯାଇଥାଏ ଏଭଳି ଅସୁବିଧା ?

– ଅଧିକ ରାତ୍ରି ଅନିଦ୍ରା ହେବା
– ଅଧିକ ମାତ୍ରାରେ ପ୍ରୋସେସଡ଼ ଜିନିଷ ଖାଇବା
– ମୋଟାପା ମହିଳାଙ୍କ ହର୍ମୋନ ଅସନ୍ତୁଳିତ ରହିଥାଏ
– ଯାହାକି ଓବ୍ୟୁଲେସନ ଉପରେ ପ୍ରଭାବ ପକାଇଥାଏ , ଏବଂ ଗର୍ଭ ଧାରଣ ପାଇଁ ଅସୁବିଧା ଆଣିଥାଏ l
– ଅଧିକ ମାନସିକ ଚାପରେ ରହିବା ଦ୍ୱାରା ପିରିଅଡଶ ଇରେଗୁଲାର ହୋଇଥାଏ l

Leave A Reply