Odisha news

ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ଯୋଦ୍ଧାର ମାନ୍ୟତା ମିଳୁ: ରାଜଶେଖର ଲାହା

0

ଭୁବନେଶ୍ୱର, ୨୪ ।୪: ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ଯୋଦ୍ଧାର ମାନ୍ୟତା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କଲେ ଯୁବପ୍ରତିଭା ରାଜଶେଖର ଲାହା । ରାଜଶେଖର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରଛନ୍ତି ଯେ, ଗଣମାଧ୍ୟମରେ କାର୍ଯ୍ୟରତ ଭାଇ, ଭଉଣୀମାନେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜ ଜୀବନକୁ ବାଜି ଲଗାଇ ନିଜ ପରିବାରକୁ ପଛରେ ପକାଇ ଖରାବର୍ଷାକୁ ଖାତିର ନକରି ଏ ସମାଜର ଦୈନନ୍ଦିନ କରୋନା ସଂକ୍ରମିତର ସଠିକ୍ ଏବଂ ଟିକ୍ନିକ୍ ଖବର ଆମମାନଙ୍କ ପାଖରେ ପହଞ୍ଚାଉଥିବା ସାମ୍ବାଦିକ ଭାଇ, ଭଉଣୀମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯାଉ । ଏହି କରୋନା ଯୁଦ୍ଧରେ ପ୍ରତ୍ୟେକ ଗଣମାଧ୍ୟମ ଭାଇଭଉଣୀମାନେ ଜଣେ ଜଣେ ସକ୍ରିୟ ଯୋଦ୍ଧା । ସେମାନଙ୍କ କାର୍ଯ୍ୟ ଯୋଗୁଁ ଆମେ ଘରେ ସୁରକ୍ଷିତ ରହି ସରକାରୀ ସ୍ତରର ଖବର ସହ ଅନ୍ୟ ସମସ୍ତ ଖବର ଜାଣିପାରୁଛୁ, ତତ୍ ସହିତ ଆମମାନଙ୍କ କଥା ସରକାରଙ୍କ ନିକଟରେ ପହଞ୍ଚô ପାରୁଛି । ନିକଟରେ ମହାରାଷ୍ଟ୍ରରେ କାର୍ଯ୍ୟରତ ଗଣମାଧ୍ୟମ ଭାଇଭଉଣୀମାନେ ଯେଭଳି କରୋନାରେ ଆକ୍ରାନ୍ତ ହେଲେ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ ନିବେଦନ କରୁଛି ଯେ, ଗଣମାଧ୍ୟମରେ କାର୍ଯ୍ୟରତ ସମସ୍ତ ଭାଇ,ଭଉଣୀଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବା ସହ ସୁରକ୍ଷା ନିମନ୍ତେ ପଦକ୍ଷେପ ନିଅନ୍ତୁ । ଏହି ଦାବିକୁ ସମାଜର ବହୁ ବୁଦ୍ଧିଜୀବୀ ଓ ସଂଗଠନ ସମର୍ଥନ ଜଣାଇଛନ୍ତି ।

Leave A Reply