Odisha news

ମତ୍ସ୍ୟ ଚାଷ ଓ ପଶୁ ପାଳନ ବ୍ୟବସାୟ ପାଇଁ କେସିସି ମାଧ୍ୟମରେ ଋଣ ପ୍ରଦାନ

0

କେନ୍ଦ୍ରାପଡା : ମହାମାରୀ କରୋନା ସମୟରେ ଚାଷୀ ମାନଙ୍କର ଆର୍ଥିକ ମାନଦଣ୍ଡ ଭାଙ୍ଗି ଯାଇଥିବାରୁ ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ କିସାନ କ୍ରେଡିଟ କାର୍ଡ ମାଧ୍ୟମରେ ଚାଷୀ ମାନଙ୍କୁ ଋଣ ପ୍ରଦାନ କରାଯିବ । ଏନେଇ ମଙ୍ଗଳବାର ଦିନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ମାଛଚାଷ ନିମନ୍ତେ ଏକର ପିଛା ୧ ଲକ୍ଷରୁ ୧ଲକ୍ଷ ୨୫ ହଜାର, ସାମୁଦ୍ରିକ ମତ୍ସ୍ୟ ଜୀବିଙ୍କ ପାଇଁ ମାସିକ ୨୮ ହଜାର , ମାଁ ବିକ୍ରି ନିମନ୍ତେ ଦୈନିକ ୭ ହଜାର, ପଶୁ ପାଳନ ନିମନ୍ତେ ମାସିକ ୩୦ ହଜାର, ଇନଲ୍ୟାଣ୍ଡ ମାଁଚାଷ ପାଇଁ ମାସିକ ୧୬ ହଜାର , ବୁଲା ବିକାଳୀ ମାଛ ବ୍ୟବସାୟୀ ପାଇଁ ଦୈନିକ ୭ ହଜାର ଟଙ୍କା ଋଣ ପ୍ରଦାନ କରାଯିବ ।

ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରକ୍ତ ଜିଲ୍ଲାପାଳ (ରାଜସ୍ୱ) ନରହରି ସେଠୀ, ନାବାର୍ଡ ର ଅଧିକାରୀ ଅଶୋକ କୁମାର ଆଚାର୍ଯ୍ୟ , ଜିଲ୍ଲା ପଶୁ ସଂପଦ ଅଧିକାରୀ ଡ଼ଃ ପ୍ରଶନ୍ନ କୁମାର ପଟ୍ଟନାୟକ, ସିସିସିବି ର ପରିଚାଳକ ସମୀର ରଞ୍ଜନ ସାହୁ, ସିସିବି କେନ୍ଦ୍ରାପଡା ତାପସ ପ୍ରସାଦ ସିଂହ, ଜିଲ୍ଲା ମସô ଅଧିକାରୀ ମମତା ମହାପାତ୍ର ।

Nalco

Leave A Reply