Odisha news

ଧାନ ବିହନ ପାଇଁ ଚାଷୀଙ୍କ ଚିନ୍ତା; ପଛ ହୋଇଯାଉଛି ଚାଷ କାର୍ଯ୍ୟ

0

ଡେରାବିଶ ୮ା୫ – ଲକ୍ଡାଉନ୍ ସମୟରେ ଚାଷ କାର୍ଯ୍ୟ କରିବାକୁ ସରକାରଙ୍କ ଅନୁମତି ଥାଇବି ଚାଷୀଙ୍କ ପାଇଁ ଧାନ ବିହନ ଯୋଗାଇ ଦେବାରେ ବିଳମ୍ବ ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଅଖିମୁଠୀ ଠାରୁ ଚାଷୀ ତାର ଖରିଫ୍ ଚାଷର ଶୁଭାରମ୍ଭ କରିଥାଏ । ତଳୁଆ ଖାଲ ଜମିପାଇଁ ତଳି ପକାଇବା କାର୍ଯ୍ୟ ଆରମ୍ଭ କରିଥାଏ ।

ତେବେ ତଳି ପକାଇବାର ୧୫ ଦିନ ପୂର୍ବରୁ ଚାଷୀବିହନ ସଂଗ୍ରହ କରିଥାଏ । ହେଲେ ଏବେ ସୁଦ୍ଧା ଚାଷୀମାନେ ବିହନ ପାଇଁ ନିର୍ଭର କରୁଥିବା କୌଣସି ସମବାୟ ସମିତିମାନଙ୍କୁ ଧାନ ବିହନ ଆସିନାହିଁ । ଚଳିତ ରବିି ଋତୁରେ ଅନିୟମିତ ବର୍ଷା ଓ କାଳବୈଶାଖିରେ ଚାଷୀ ବିହନ ମୁଠାଏ ଅମଳ କରିପାରିନଥିବା ବେଳେ କରୋନା ଜନିତ ଲକ୍ଡାଉନ୍ ସମୟରେ ଚାଷୀ ହାତବାନ୍ଧି ବସିଲା ।

ଏବେ ଖାଲୁଆ ଜମି ପାଇଁ ତଳି ପକାଇ ପାରୁନାହିଁ । ଡେରିହେଲେ ସେହି ଖାଲୁଆ ଜମି ବର୍ଷା ଓ କେନାଲ୍ ଜମିରେ ବୁଡ଼ି ରହିଲେ ରୁଆ ବେଉସଣ ହୋଇ ପାରିବ ନାହିଁ । ଶିଘ୍ର ଖାଲୁଆ ଜମି ପାଇଁ ଉପଯୋଗୀ ବିହନସେବାା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ଯୋଗାଇ ଦେବାକୁଦାନପୁର ସେବା ସମିତିର ପୂର୍ବତନ ସଭାପତି ନିଶାମଣୀ ବେହେରା ଦାବି କରିଛନ୍ତି ।

Leave A Reply