ବରଗଡ଼(ସୁବୋଧ କୁମାର) : ଆଜି କପଶିରା ଗ୍ରାମପଞ୍ଚାୟତ କାର୍ଯ୍ଯାଳୟଠାରେ ଚାଷ ବିଭିଧିକରଣ ପ୍ରକଳ୍ପ ମାଧ୍ୟମରେ ମାହାଶକ୍ତି ଫାଉଣ୍ଡେଶନ୍ ଓ କୃଷି ବିଭାଗ ତରଫରୁ ଏକ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଅମ୍ବାଭୋନ ବ୍ଲକ ର ବ୍ଲକ କୃଷି ଅଧିକାରୀ ଶ୍ରୀ ବନମାଳୀ ସାହୁ ପ୍ରଦ୍ବୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ । ଏହି ତାଲିମ ଶିବିର ରେ କପଶିରା ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମ ର ୫୦ ଜଣ ଚାଷି ଅଂଶଗ୍ରହଣ କରିଥିଲେ । ଶ୍ରୀ ବନମାଳୀ ସାହୁ ଏବଂ ଉଦ୍ୟନ କୃଷି ବିଭାଗ ତରଫରୁ ଓଭରସିର୍ ପଦ୍ମଲୋଚନ ଭୋଇ ଚାଷି ମାନଙ୍କୁ ବିଭିନ୍ନ ପ୍ରକାର ଚାଷ ପ୍ରଣାଳୀ, ରୋଗ ପୋକ ନୟନ୍ତ୍ରଣ ଏବଂ ତାର ସମାଧାନ ବିଷୟରେ ତାଲିମ ଦେଇଥିଲେ । ମାହାଶକ୍ତି ଫାଉଣ୍ଡେସନ ର କୃଷି ପରାମର୍ଶଦାତା ଶ୍ରୀ ମିହିର ରଞ୍ଜନ ସାଗର ମଧ୍ୟ ଚାଷ ବିଭିଧିକରଣ ମାଧ୍ୟମରେ ଚାଷି କିପରି ଲାଭବାନ୍ ହୋଇପାରିବେ ଏବଂ ଏଗ୍ରୀନେଟ୍ ଓ ଆଇଟି ବିଷୟ ରେ ଶିକ୍ଷା ଦେଇଥିଲେ । କାର୍ଯ୍ୟକ୍ରମ କୁ ପ୍ରକଳ୍ପ ପରିଚାଳକ ପ୍ରିୟମ ଲୁହା ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ।