Odisha news

ଚାଷ ଉଜାଡ଼ିଲା ଶିଳ୍ପାୟନ : ଚାଷୀ ହେଲେ ନିକମା

0

ତାଳଚେର ତା ୦୧/୦୬ ଶିଳ୍ପ ସମୃଦ୍ଧ ତାଳଚେର ଉପଖଣ୍ଡ ଅଂଚଳରେ ରାସ୍ତା, କୋଠା, ଟ୍ରାଫିକ ଜନସଂଖ୍ୟା ସହ ପ୍ରଦ୍ୟୁଷଣ ସାଙ୍ଗକୁ ଜଳକଷ୍ଟ ବୃଦ୍ଧି ପାଇବାରେ ଲାଗିଛି । ଏକଦା ପାରମ୍ପାରିକ କୃଷି ଓ ପନିପରିବା ଚାଷ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ତାଳଚେର ବ୍ଲକର କୁମୁଣ୍ଡା ଠାରୁ ଆରମ୍ଭକରି ପ୍ରାୟ ୨୧ଟି ପଂଚାୟତରେ ଭିନ୍ନ ଭିନ୍ନ ପନିପରିବା, ଡ଼ାଲି ଜାତୀୟ ଶସ୍ୟ, ଏପରିକି, ପିଆଜ ରସୁଣ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ତତ୍ ସହିତ ତାଙ୍କ ଆବଶ୍ୟକତା ଠାରୁ ବଳକା ଜିନିଷକୁ ଆଣି ହାଟ ବଜାରରେ ବିକ୍ରି କରି ବେଶ ଦି’ପଇସା ରୋଜଗାର କରି ସୁସ୍ଥ ବାତାବରଣ ଭିତରେ ଚଳିଆସୁଥିଲେ । ମାତ୍ର ତାଳଚେର ଭଳି ଏକ ଅଂଚଳରେ ଚିରୋସ୍ରୋତା ବ୍ରାହ୍ମଣୀ ନଦୀ ସହ ଅପର୍ଯ୍ୟପ୍ତ କୋଇଲା ମହଜୂଦ ଥିବାରୁ ଏହାକୁ ଆଖି ଆଗରେ ରଖି ବିଭିନ୍ନ ରାଷ୍ଟ୍ରାଉଦ୍ୟୋଗ କଳକାରଖାନା ସହ ଆଖପାଖ ଅଂଚଳରେ ଛୋଟବଡ଼ କଳକାରଖାନାମାନ ମୁଣ୍ଡ ଟେକିଛି । ଫଳରେ ଦ୍ରୁତ ଶିଳ୍ପାୟନ ଯୋଗୁଁ ଜନସଂଖ୍ୟା ବୃଦ୍ଧି, ରାସ୍ତା, କୋଠା, ହଜାର ହଜାର ସଂଖ୍ୟକ କ୍ୱାର୍ଟର ନିର୍ମାଣ, ସରକାରୀ ବେସରକାରୀ କାର୍ଯ୍ୟାଳୟ ହେବା ସହ ପୂର୍ବରୁ ଚାଷ ଉପଯୋଗୀ ପାଇଁ ରହିଥିବା ପ୍ରକୃତିଦତ ପାଣିମାହାରା ନାଳ, ଝରଣା ଇତ୍ୟାଦି ବନ୍ଦ ହୋଇଯିବା ଫଳରେ ଓ ମାତ୍ରାଧିକ ପ୍ରଦ୍ୟୁଷଣ ହେବାରୁ ଚାଷ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ିଗଲା । ଏପରିକି ଶ୍ରବଣମାସରେ ହଜାର ହଜାର ଏକର ଚାଷଜମି ପଡ଼ିଆ ରହିଥିବା ଦେଖିବାକୁ ମିଳିଛି । ଏହି ଜମି ଗୁଡ଼ିକ ଗାଈଗୋରୁମାନଙ୍କର ଏବେ ଚରାଭୂଇଁ ପାଲଟିଥାଏ ।
୪୦ବର୍ଷ ପୂର୍ବେ ତାଳଚେର ଭୌଗଳିକ ସ୍ଥିତିରୁ ଜଣାପଡ଼େ ଏହାଏକ କୃଷି ପ୍ରଧାନ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଭରପୁର ହୋଇ ରହିଥିଲା । ସ୍ଥାନୀୟ ଅଂଚଳବାସୀ ଚାଷ ଓ ଜଙ୍ଗଲ ଉପରେ ନିର୍ଭରକରି କେଉଁ ଆବାହମାନ କାଳରୁ ଚଳି ଆସୁଥିଲେ । ମାତ୍ର ତାଳଚେର ବ୍ଲକର କୁମଣ୍ଡା ଠାରୁ ଆରମ୍ଭ କରି ବର୍ତମାନ ୬ଟି ପଂଚାୟତର ହଜାର ହଜାର ଏକର ଚାଷଜମି ଓ ଜଙ୍ଗଲଜମି ଏମସିଏଲ ଅଧିଗ୍ରହଣ କରି କୋଇଲା ଉତୋଳନ କରିସାରିବା ପରେ ଏହି କୋଇଲାକୁ ସଡ଼କ ପଥରେ ଓ ଟ୍ରେନ ଯୋଗେ ବାହାରକୁ ରପ୍ତାନୀ କରାଗଲା । ଫଳରେ ମାତ୍ରଧିକ ପ୍ରଦ୍ୟୁଷଣ ସହ ସର୍ବାଧିକ ତାପମାତ୍ରା ବୃଦ୍ଧିପାଇ ଚାଷଜମିର ଉର୍ବରତା ନଷ୍ଟ କରିବା ସହ ଜଳସ୍ତର ନିମ୍ନଗାମୀ ରହିଥିବାରୁ ଏହା ଚାଷ ଉପଯୋଗୀ ହୋଇ ପାରୁ ନାହିଁ ଚାଷୀମାନେ ମତବ୍ୟକ୍ତ କରିଛନ୍ତି । ବହୁପୂରାତନ ହଜାର ହଜାର ଜଙ୍ଗଲ ଧ୍ୱଂସ ପାଇବାରୁ ଜଙ୍ଗଲରୁ ବୋହି ଆସିଥିବା ଝରଣା ବିଲୋପ ଘଟିଲା । ତତ୍ ସହିତ ଋତୁର ପରିବର୍ତନ ହେବା ସାଙ୍ଗକୁ ନିଅଂଟିଆ ବର୍ଷା, ତାଳଚେର ସହର ଦେଇ ଯାଇଥିବ କେନାଲ ଓ ଶାଖା କେନାଲ ଗୁଡ଼ିକ ପୂର୍ଣ୍ଣାଙ୍ଗ ହୋଇ ପାରିନଥିବାରୁ ଚାଷି ଚାଷରୁ ମୁହଁ ଫେରାଇ ନେଉଛନ୍ତି । ଅପରପକ୍ଷେ ଟଙ୍କାକିଆ ଚାଉଳ ସହ ମୁଲିଆ ମଜୁରୀଆଙ୍କ ମୂଲ୍ୟ ୪ଶହଟଙ୍କା ରହୁଥିବାରୁ ଚାଷୀ ଅମଳ ତୁଳନାରେ ଏଥିନେଇ ବ୍ୟବୟବହୁଳ ଖର୍ଚ୍ଚ ଚାଷି ମେରୁଦଣ୍ଡକୁ ଦୋହାଲାଇ ଦେଇଥାଏ ଓ ଚାଷ ଜମିିରେ ପଶି ହାତୀପଲ, ବାରାହା ପଲ, ବ୍ୟାପକ କ୍ଷୟକ୍ଷତି କରିଥାନ୍ତି । ଏପରିକି, ଯୋଗାଇ ଦିଆଯାଉଥିବା ବିହନ ଉନ୍ନତମାନର ହୋଇ ନଥିବାରୁ କେଉଁଠାରେ ଏହି ବିହନ ଗଜା ହେଉନଥିବା ବେଳେ ଆଉଁ କେଉଁଠି ଧାନ ଗଛରେ ଫଳ ରହୁ ନାହିଁ ଓ ସାରର ଆହେତୁକ ମୂଲ୍ୟ ବୃଦ୍ଧି ଏହି ସବୁ କାରଣରୁୁ ଚାଷୀ ଆଉ ଚାଷ କରିବାକୁ ମନ ବଳାଉ ନାହିଁ ବୋଲି ଚାଷୀମାନେ ଏହା ଦୁଃଖର ସହ ପ୍ରକାଶ କରିଛନ୍ତି ।

Leave A Reply