ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଦେଶବ୍ୟାପୀ ୩ ଘଣ୍ଟିଆ ଚକାଜାମ୍ ଘୋଷଣା କରାଯାଇଛି। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚକାଜାମ୍ ଆନ୍ଦୋଳନ ହେବ ବୋଲି ଚାଷୀ ନେତାମାନେ ଘୋଷଣା କରିଛନ୍ତି। ଏହି ଆନ୍ଦୋଳନ ଯୋଗୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମହୋରାଷ୍ଟ୍ରର ସିନ୍ଧୁ ଦୁର୍ଗ ଜିଲ୍ଲାକୁ ତାଙ୍କର ଗସ୍ତ ବାତିଲ କରିଛନ୍ତି। ତେବେ ଦିଲ୍ଲୀ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶରେ ଚକାଜାମ୍ ଆନ୍ଦୋଳନ ହେବନାହିଁ ବୋଲି ଚାଷୀ ନେତା ରାକେଶ ଟିକାୟତ ସ୍ପଷ୍ଟ କରିଛନ୍ତି। ଏହି ସବୁ ରାଜ୍ୟରେ ଚାଷୀମାନେ କେବଳ ଜିଲ୍ଲାପାଳମାନଙ୍କୁ ସେମାନଙ୍କ ସ୍ମାରକପତ୍ର ପ୍ରଦାନ କରିବେ। ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ୟୁପି, ହରିୟାଣା ଏବଂ ଦିଲ୍ଲୀ ସରକାର ଚାଷୀ ନେତାଙ୍କ ସହ ଆଲୋଚନା କରିଛନ୍ତି ଏବଂ ସାଧାରଣ ଜନତାଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ନକରିବାକୁ କହିଛନ୍ତି।

Comments are closed.