ନୂଆଦିଲ୍ଲୀ :ସାଧାରଣତଃ ବିବାହ କାର୍ଡରେ ଲୋକମାନେ ଦେବଦେବୀଙ୍କ ନାମ ଛପାଇ ଥାନ୍ତି କିମ୍ବା ନିଜ ଧର୍ମ ଓ ବରକନ୍ୟାଙ୍କୁ ନେଇ କିଛି ଛପାଇ ଥାନ୍ତି l କିନ୍ତୁ ବର୍ତମାନ ଦେଶରେ ଚାଷୀ ଆନ୍ଦୋଳନକୁ ଆଖି ଆଗରେ ରଖି ଲୋକମାନେ ଗୋଟିଏ ଅଦ୍ଭୁତ ଉପାୟ ଆପଣେଇ ଛନ୍ତି l ଯେବେଠୁଁ ଚାଷୀ ଆନ୍ଦୋଳନ ଚାଲିଛି ସେବେଠୁ ଲୋକମାନେ ଚାଷୀ ମାନଙ୍କ ସହିତ ଯୋଡି ହୋଇଥିବା ସ୍ଲୋଗାନ “ନୋ ଫାର୍ମର – ନୋ ଫୁଡ “ଭଳି ନାରାକୁ ଆପଣାଉଛନ୍ତି l ବର୍ତମାନ ଚାଷୀ ଆନ୍ଦୋଳନର ଝଣ୍ଡା ବଡ଼ ବଡ଼ ଲୋକମାନେ ନିଜ ଗାଡ଼ିରେ ଲଗାଇ ବୁଲୁଛନ୍ତି l
ବର୍ତମାନ କିନ୍ତୁ ଦେଖିବାକୁ ମିଳୁଛି ଲୋକମାନେ ଚାଷୀ ଆନ୍ଦୋଳନ ସହିତ ଜଡିତ ବିଭିନ୍ନ ସ୍ଲୋଗାନକୁ ନିଜ ବିଭାହ କାର୍ଡରେ ଛପାଇବାରେ ଲାଗିଛନ୍ତି l ବିଶେଷ କରି ପଞ୍ଜାବର ଲୋକମାନେ ଏହି ଉପାୟକୁ ଆପଣାଇ ଛନ୍ତି l ସେମାନେ କାର୍ଡ ଉପରେ ନୋ ଫାର୍ମର ନୋ ଫୁଡ ଛପାଇବା ସହିତ ସହିଦ ଭଗତ ସିଂହ ଓ ସାର ଛୋଟୁ ରାମ ଙ୍କର ଫୋଟ ମଧ୍ୟ ଛପାଉଛନ୍ତି l ସୂଚନା ଯୋଗ୍ୟ ଯେ ପ୍ରିଣ୍ଟିଂ ପ୍ରେସକୁ ଏହି ବିଷୟରେ ପଚାରିବାରୁ କହିଥିଲେ ଯେ ବର୍ତମାନ ପ୍ରାୟ ସମସ୍ତ କାର୍ଡ ରେ ଏହା ଛପା ଯାଉଛି l
ଜଣେ ବର ବେଶ ସାଜିଥିବା ବ୍ୟକ୍ତି କହିଥିଲେ ଆମର ଜନ୍ମ ଚାଷୀ ପରିବାରରେ ହୋଇଛି ,ତେଣୁ ଏହା ଲେଖିବା ମୋ ପାଇଁ ଗୋଟିଏ ଗୌରବର ବିଷୟ ଅଟେ l ଆମେ ଦିଲ୍ଲୀରେ ଯାଇ ରହି ପାରିବୁନି କିନ୍ତୁ ଆମେ ସର୍ବଦା ଚାଷୀ ମାନଙ୍କ ସହିତ ରହିଛୁ l ବରଙ୍କ ପିତା କହିଛନ୍ତି ଯେ ଆମର ଚାଷୀ ମାନଙ୍କୁ ସହଯୋଗ କରିବାର ମାଧ୍ୟମ ଏହା ଅଟେ l କାରଣ ପ୍ରାୟ ସବୁଠି ପ୍ରତିବନ୍ଧକ ଲାଗିପାରେ ,କିନ୍ତୁ ବିବାହ କାର୍ଡ ଉପରେ କେହିବି ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ l
Comments are closed.