Odisha news

ଭାରତ ସରକାରଙ୍କ ଚାଷ ନୀତି ଓ ଚାଷୀ ଆନ୍ଦୋଳନ

0

ଆମଦେଶ ଗୋଟିଏ କୃଷି ପ୍ରଧାନ ଦେଶ l  ଭାରତରେ କୃଷକ ମାନଙ୍କର ସ୍ଥାନ ଖୁବ ଉର୍ଧରେ l କିନ୍ତୁ ଆଜି ସେହି କୃଷକ ବସିଛି ରାଜରାସ୍ତରାରେ ଧାରଣାରେ l ସମୟ ଥିଲା ଅତୀତରେ ଶାସ୍ତ୍ରୀ ଜି କହିଥିଲେ କୃଷକ ଓ ସୈନିକ ହେଉଛନ୍ତି ଆମ ଭାରତର ଗର୍ବ l ଏହି ଦୁଇ ଜଣଙ୍କ ବିନା ଭାରତ ଅସ୍ତିତ୍ବ ଶୂନ୍ୟ l ଜଣେ ଆମକୁ ଆହାର ଦେଇ ଜୀବନ ରକ୍ଷା କରୁଛି ଓ ଆଉଜଣେ ବାହ୍ୟ ସ୍ଟ୍ରି ଆକ୍ରମଣରୁ ଦିନରାତି ସୀମାରେ ଜଗିରହି ଆମର ଜୀବନ ରକ୍ଷା କରୁଛି l  ସେଥିପାଇଁ ଶାସ୍ତ୍ରିଜୀ ସ୍ୱତନ୍ତ୍ର ଭାରତରେ “ଜୟ ଯବାନ ଓ ଜୟ କିସାନ” ନାରା ଦେଇଥିଲେ l

କୃଷି ନିୟମ କଣ ?

ନଭେମ୍ବର ୨୬ ତାରିଖରେ ପଞ୍ଜାବ ଓ ହରିୟାନର ଚାଷୀମାନେ ଭାରତ ସରକାରଙ୍କ ଚଷିନୀତି ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କଲେ l ନଭେମ୍ବର ୨୬ ତାରିଖରେ ଚାଷୀମାନେ ଦିଲ୍ଲୀ ସୀମାରେ ଧାରଣା ଦେବା ଆରମ୍ଭ କରିଦେଲେ l ଏହି ନିୟମ ଅନୁସାରେ ଯେ କୌଣସି ପ୍ୟାନ କାର୍ଡ ଧାରକ ଥିବା ବ୍ୟକ୍ତି କମ୍ପାନୀ ,ସୁପର ମାର୍କେଟ ରୁ  ଯେକୌଣସି ଉତ୍ପାଦନ ସାମଗ୍ରୀ ଯେଉଁଠୁ ଚାହିଁବେ କିଣି ପାରିବେ l କାରଣ ଭାରତ ସରକାର  APMC ରେ ହୋଇଥିବା ସର୍ତ୍ତକୁ ପ୍ରତ୍ୟାହାର କରିନେଇଛନ୍ତି l ଯେଉଁମାନେ ମଣ୍ଡି ବାହାରୁ କିଣିବେ ସେମାନଙ୍କୁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡ଼ିବନାହିଁ l

ଏହି ଆତ୍ମସ ନିୟମକୁ ପ୍ରତ୍ୟାହାର କରାଯିବା ଦ୍ୱାରା ଚାଷୀମାନେ ଚିନ୍ତିତ ଆଛନ୍ତି l କାରଣ ତାଙ୍କୁ ତାଙ୍କର ସର୍ବ ନିମ୍ନ ମୂଲ୍ୟ ଦେବାକୁ ଭାରତ ସରକାର କୌଣସି ଚୂକ୍ତି  କରିନାହାନ୍ତି l ଯେତେବେଳେ ଚାଷୀ ମାନଙ୍କର ଉତ୍ପାଦନ ସାମଗ୍ରୀ କୌଣସି ମଣ୍ଡିରେ କିଣାଯିବନାହିଁ ସେତେବେଳେ ଚାଷୀ ମାନଙ୍କୁ ସର୍ବନିମ୍ନ ମୂଲ୍ୟ ଦେବାପାଇଁ ଭାରତ ସରକାର କୌଣସି ନିୟମ କରିନାହାନ୍ତି l ଚାଷୀ ମାନଙ୍କର ଉତ୍ପାଦନ ସାମଗ୍ରୀର ସର୍ବନିମ୍ନ ମୂଲ୍ୟ ଭାରତ ସରକାର ନିର୍ଦ୍ଧାରଣ କରନ୍ତୁ l ଚାଷୀ ମାନେ ଚାହୁଁଛନ୍ତି ଯଦି କୌଣସି ବ୍ୟକ୍ତି ନିର୍ଦ୍ଧାରଣ ମୂଲ୍ୟ ଠାରୁ କାମ ଦରରେ ଜିନିଷ କିଣିବେ ସେମାନଙ୍କ ପାଇଁ ଭାରତ ସରକାର ଜେଲ ଦଣ୍ଡର ନିୟମ ଆଣନ୍ତୁ l

ଚାଷୀମାନଙ୍କର ସବୁଠୁ ବଡ ଦ୍ୱାଡର  ହେଉଛି ଯଦି କମ୍ପାନୀ ଓ ଚାଷୀ ମାନଙ୍କ ମଧ୍ୟରେ କୌଣସି ବିବାଦ ହୁଏ ଚାଷୀ ମାନେ ନ୍ୟୟାଳୟର ଦ୍ୱାରସ୍ଥ ହୋଇପାରିବେ ନାହିଁ l  SDM ଓ DM ଯିଏ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଛନ୍ତି ସେମାନେ ଏହାକୁ ସମାଧାନ କରିବେ l ଏଠାରେ ପ୍ରଶ୍ନ ଉଠୁଛି ଯେ କଣ ଏହି ସରକାରୀ ଅଧିକାରୀ ଚାପମୁକ୍ତ ମୁକ୍ତ ହୋଇ ଚାଷୀମାନଙ୍କୁ ସଠିକ ନ୍ୟାୟ ଦେଇପାରିବେ ?

ବ୍ୟବସାୟୀ ମାନେ କହୁଛନ୍ତି ଯେ ସରକାରଙ୍କ ନୂଆ ନିୟମରେ ସିଧା ଦର୍ଶା ଯାଇଛି ଯେ ମଣ୍ଡି ଭିତରକୁ ଉତ୍ପାଦନ ସାମଗ୍ରୀ ଆସିଲେ ଶୁଳ୍କ ଲାଗିବ l କିନ୍ତୁ ମଣ୍ଡି ବାହାରେ ଉତ୍ପାଦନ ସାମଗ୍ରୀ

ବିକ୍ରି ହେଲେ ଉତ୍ପାଦନ ଶୁଳ୍କ ଲାଗିବ ନାହିଁ l ଏହାଦ୍ୱାରା ଆସ୍ତେ ଆସ୍ତେ ମଣ୍ଡିକୁ କୌଣସି ବ୍ୟକ୍ତି ଆସିବେ ନାହିଁ  ଏବଂ ମନ୍ଦିର ପରମ୍ପରା ଧୀରେ ଧୀରେ ଉଭାନ ହୋଇଯିବ l ଚାଷୀ ମାନଙ୍କୁ ଲାଗୁଚି ଏହା ଗୋଟିଏ ଦେଶରେ ଦୁଇଟି ବଜାରୀ କରଣକୁ ପ୍ରଶ୍ରୟ ଦିଆଯାଉଛି l

ଏସେନସିଆଲ କମୋଡିଟି ଅଧିନିୟମକୁ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦନ –

ସରକାରଙ୍କ ଅନୁସାରେ ଦେଶରେ ଆଶା ଠାରୁ ଅଧିକ କୃଷି ଉତ୍ପାଦନ ହେଉଛି ,ଏହା ସତ୍ୱେ ମଧ୍ୟ ଶୀତଳ ଭଣ୍ଡାର ଓ ପ୍ରୋସେସିଂ ର ଅଭାବ ଦ୍ୱାରା ଚାଷୀମାନେ ନିଜର ଉତ୍ପାଦନର ଉଚିତ ମୂଲ୍ୟ ପାଇବା ପାଇଁ ଅସମର୍ଥ ହେଉଛନ୍ତି l କାରଣ ଆବଶ୍ୟକ ବସ୍ତୁ ଅଧିନିୟମ ସର୍ବଦା ଖଣ୍ଡା ଧାରାରେ ରହିଛି l ଏପରି ପରିସ୍ଥିତିରେ ଯେତେବେଳେ ମଧ୍ୟ କୃଷି ଉତ୍ପାଦନ ସାମଗ୍ରୀ ଅଧିକ ଉତ୍ପାଦନ ହେଲେ ନଷ୍ଟ ହେବାକୁ ବସେ ସେତେବେଳେ ଚାଷୀ ମାନଙ୍କୁ ଅଧିକ କ୍ଷତି ସହିବାକୁ ପଡିଥାଏ l ସେଥିପାଇଁ ଆବଶ୍ୟକୀୟ ବସ୍ତୁ ଅଧିନିୟମରେ ସଂଶୋଧନ କରାଯାଇ ଚାଉଳ ,ଖାଇବା ତେଲ,ପିଆଜ ଓ ଆଳୁ କୁ ଏହି ନିୟମରୁ ବାହାର କରାଯଇଛି l

ଚାଷୀମାନେ କଣ ପାଇଁ ଭୟ କରୁଛନ୍ତି –

ଏହି ଅଧି ନିୟମ ରେ ସଂଶୋଧନ ଦ୍ୱାରା ବଡ଼ ବଡ଼ କମ୍ପାନୀ ଓ ବ୍ୟବସାୟୀ ମାନେ ଲାଭାନ୍ବିତ ହେବେ l ଏହାଦ୍ୱାରା କମ୍ପାନୀ ଓ ବଡ଼ ବଡ଼ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ଶସ୍ତା ଦରରେ ଉତ୍ପାଦନ ସାମଗ୍ରୀକୁ କିଣି ଭଣ୍ଡାରରେ ଗଛିତ ରଖି ପରେ ଏହାକୁ ସେମାନେ ଚଢା ଦରରେ ଗ୍ରାହକଙ୍କୁ ବିକ୍ରି କରିବେ l

ସରକାରଙ୍କ ସାଙ୍ଗରେ ଦୁଇ ଦୁଇ ଥର ଆଲୋଚନାରେ ବିଫଳ ହେବା ପରେ ପଞ୍ଜାବ ଓ ହରିୟାଣା ର ଚାଷୀ ମାନଙ୍କ ସହିତ ଦେଶର ଅନ୍ୟ ରାଜ୍ୟର ଚାଷୀମାନେ ଏହି ଆନ୍ଦୋଳନରେ ଧୀରେ ଧୀରେ ସାମିଲ ହେଉଛନ୍ତି l

IEC 2 years
Leave A Reply