Odisha news

ରୋହିତ ଅସାଧାରଣ ବ୍ୟାଟ୍ସମ୍ୟାନ: ଫର୍ଗୁସନ୍‌

0

ନୂଆଦିଲ୍ଲୀ,୩୦ା୭(ଏଜେନ୍ସି): କ୍ରିକେଟ୍‌ର ସଂକ୍ଷିପ୍ତ ଫର୍ମାଟ୍‌ରେ ରୋହିତ ଶର୍ମାଙ୍କ ଧମାକାଦାର ପ୍ରଦର୍ଶନ ସମସ୍ତଙ୍କୁ ଜଣା । ଖାସ୍‌ କରି ଦିନିକିଆରେ ୩ଥର ଦ୍ୱିଶତକୀୟ ଇନିଂସ୍‌ ଖେଳି ରୋହିତ ନିଜ ଶ୍ରେଷ୍ଠତ୍ୱର ପରିଚୟ ଦେଇଛନ୍ତି । ଏଦୃଷ୍ଟିରୁ ସାରାବିଶ୍ୱରେ ରୋହିତଙ୍କ ପ୍ରଶଂସକ ସଂଖ୍ୟା ବଢ଼ିଛି । ସ୍ପୋର୍ଟ୍ସକୀଡାେ ୱବସାଇଟ୍‌ ସହ ସାକ୍ଷାତକାର ଅବସରରେ ନୁ୍ୟଜିଲାଣ୍ଡ ଦ୍ରୁତ ବୋଲର ଲୋକି ଫର୍ଗୁସନ୍‌ ହିଟ୍‌ମ୍ୟାନ୍‌ ରୋହିତଶର୍ମାଙ୍କୁ ଜଣେ ଅସାଧାରଣ କ୍ରିକେଟ୍‌ର ବୋଲି କହିଛନ୍ତି । ମୁଁ ରୋହିତଙ୍କ ଜଣେ ପ୍ରଶଂସକ । ତାଙ୍କୁ ବୋଲିଂ କରିବା କଷ୍ଟସାଧ୍ୟ । ଯଦି ରୋହିତଙ୍କୁ ଶୀଘ୍ର ଆଉଟ୍‌ କରାନଯାଏ । ତେବେ ତାଙ୍କ ଭୟଙ୍କର ବ୍ୟାଟିଂ ଦେଖିବାକୁ ମିଳିଥାଏ । ଥରେ ସେ ପଡ଼ିଆରେ ସେଟ୍‌ ହୋଇଗଲେ । ତାଙ୍କ ଉପରେ ଲଗାମ୍‌ ଲଗାଇବା ସମ୍ଭବ ହୋଇନଥାଏ । ଯେକୌଣସି ବଲ୍‌କୁ ବାଉଣ୍ଡାରୀ ବାହାରକୁ ପଠାଇବା ଦକ୍ଷତା ରୋହିତଙ୍କ ପାଖରେ ଅଛି । ସେ ଜଣେ ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ୍‌ ବୋଲି ଫର୍ଗୁସନ କହିଛନ୍ତି । ଏତଦ୍‌ଭିନ୍ନ ସେ ଅଷ୍ଟ୍ରେଲିଆର ଦୁଇ ତାରକା ଷ୍ଟିଭେନ୍ସ ସ୍ମିଥ୍‌ ଓ ଡେଭିଡ ୱାର୍ଣ୍ଣରଙ୍କ ସହ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଏହି ତାଲିକାରେ ରଖିଛନ୍ତି । ସ୍ମିଥ୍‌, ୱାର୍ଣ୍ଣର ଓ କୋହଲି ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ୍‌ ହେବା ପଛରେ କାରଣ ରହିଛି । ଏମାନେ ଟପ୍‌ ଅର୍ଡରରେ ବୋଲରଙ୍କ ପାଇଁ ବିଧ୍ୱଂସକ ସାଜନ୍ତି । ଏମାନେ ଆଉଟ୍‌ ହେବାପରେ ମଧ୍ୟମକ୍ରମ ଓ ଟେଲଏଣ୍ଡରଙ୍କୁ ବୋଲିଂ କରିବା ସହଜ ହୋଇଥାଏ ବୋଲି ଫର୍ଗୁସନ୍‌ କହିଛନ୍ତି ।

Leave A Reply