ବର୍ଷା ଋତୁରେ ବାରମ୍ବାର ଫଙ୍ଗାଲ ଇନଫେକ୍ସନ କିମ୍ବା ଯାଦୁ ଏକଜିମା ରେ ପୀଡିତ ହେଉଛନ୍ତି କି ? ଏହିସବୁ କଥାକୁ ଦିଅନ୍ତୁ ଧ୍ୟାନ
ବର୍ଷା ଋତୁରେ ସାଧାରଣ ଭାବରେ ବିଭିନ୍ନ ପ୍ରକାରର ତ୍ୱଚା ଜନିତ ସଂକ୍ରମଣ ମିଳେ l ଏଭଳି ସମସ୍ୟା ରେ କୁଣ୍ଡାଇ କୁଣ୍ଡାଇ ଆମେ ବ୍ୟସ୍ତ ହୋଇ ଯାଇଥାଉ l ଅନେକ ସମୟରେ ଏଭଳି ସମସ୍ୟା ଡାକ୍ତର ଙ୍କ ପରାମର୍ଶ ଦ୍ୱାରା ଠିକ ମଧ୍ୟ ହୋଇ ଯାଇଥାଏ , କିନ୍ତୁ ପୁନର୍ବାର ଏହା ଫେରି ମଧ୍ୟ ଆସିଥାଏ l ଅନେକ ସମୟରେ ଆମେ ଔଷଧ ଖାଇବା ଦ୍ୱାରା କମି ଯାଏ ଓ ଔଷଧ ଛାଡିଲେ ପୁଣି କୁଣ୍ଡାଇ ହେବା ଆରମ୍ଭ ହୋଇଯାଏ l ବିଶେଷ ଭାବେ ଭାରତ ରେ ଫଙ୍ଗାଲ ଇନ୍ଫେକ୍ସନ ଗୋଟିଏ ବଡ଼ ସମସ୍ୟା ଅଟେ l ଏଠାରେ ୬୧. ୫ ପ୍ରତିଶତ ଲୋକେ ଏହି ସମସ୍ୟା ଦ୍ୱାରା ଆକ୍ରାନ୍ତ ହୋଇ ଥାଆନ୍ତି l କିନ୍ତୁ ବର୍ତମାନ ପ୍ରଶ୍ନ ଉଠୁଛି ଏହା ପଛରେ କଣ ରହିଛି କାରଣ l
ଥରେ ଠିକ ହେବା ପରେ କାହିଁକି ହୋଇଥାଏ ଫଙ୍ଗାଲ ଇନ୍ଫେକ୍ସନ ?-:
କିଛି ଲୋକ ଙ୍କୁ ଏଭଳି ଲାଗିଥାଏ କି କିଛଟା ଘରୋଇ ଉପଚାର କରିବା ଦ୍ୱାରା ଫଙ୍ଗାଲ ଇନ୍ଫେକ୍ସନ ଠିକ ହୋଇ ଯାଇଥାଏ l କିନ୍ତୁ ଏହା ସମ୍ପର୍ଣ୍ଣ ଭୁଲ , ଏହାର ସଠିକ ଚିକିତ୍ସା କରିବା ନିହାତି ଜରୁରୀ l ସର୍ବ ପ୍ରଥମେ ଜାଣିବା ଜରୁରି ଆପଣଙ୍କୁ କେଉଁ ପ୍ରକାରର ଫଙ୍ଗାଲ ଇନ୍ଫେକ୍ସନ ହୋଇଛି l କାହିଁକି ନା ଭାରତରେ ସମସ୍ତ ସ୍ଥାନ ର ଜଳବାୟୁ ଅଲଗା ଅଲଗା ରହିଥାଏ l ବସେଶ ଭାବରେ ସାମୁଦ୍ରିକ ଜଳବାୟୁ କିମ୍ବା ଅଧିକ ଆର୍ଦ୍ରତା ଥିବା ସ୍ଥାନ ରେ ଯାଦୁ ଅଧିକ ହୋଇଥାଏ l ଏବଂ ଅତ୍ୟଧିକ ଥଣ୍ଡା ଥିବା ସ୍ଥାନରେ ରିଙ୍ଗ ୱାର୍ମ ଅଧିକ ଦେଖିବାକୁ ମିଳିଥାଏ l
ପ୍ରାରମ୍ଭିକ ପର୍ଯ୍ୟାୟ ରେ କିପରି ରହିବେ ସୁସ୍ଥ -:
* ଫଙ୍ଗାଲ ଇନ୍ଫେକ୍ସନ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନ କୁ ବ୍ୟାପିବା ପାଇଁ ଖୁବ କମ ସମୟ ନେଇଥାଏ l ତେଣୁ ପ୍ରାଥମିକ ପର୍ଯ୍ୟାୟ ରେ ନିଜକୁ ସଫା ସୁତୁରା ରଖିବା ଖୁବ ଜରୁରୀ l
* ଫଙ୍ଗାଲ ଇନ୍ଫେକ୍ସନ ହୋଇଥିବା ବ୍ୟକ୍ତି ଙ୍କ ଲୁଗା ପଟା ସହିତ ସୁସ୍ଥ ରୋଗୀ ଙ୍କ ଲୁଗା ପଟା ମିଶାଇବା ଜରୁରୀ ନୁହେଁ l ନିଜର ତଉଲିଆ , ପନିଆ, ଇତ୍ୟାଦି କେହି ବ୍ୟବହାର କରିବା ଉଚିତ ନୁହେଁ l
* ନିୟମିତ ନଡ଼ିଆ ତେଲ ମାଲିସ ହେବା ଖୁବ ଆବଶ୍ୟକ l ଯାହା ଆପଣଙ୍କୁ ଇନ୍ଫେକ୍ସନ ଠାରୁ ଦୂରେଇ ରଖିବ l
* ଏଲର୍ଜି ସୃଷ୍ଟି କରୁଥିବା ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ l ବିଶେଷ ଭାବେ ସି-ଫୁଡ଼ ଜାତୀୟ ଜିନିଷ ଚିଙ୍ଗୁଡ଼ି , କଙ୍କଡା ଇତ୍ୟାଦି ଠାରୁ ଦୂରେଇ ରହିବା ଉଚିତ l
* ଇନ୍ଫେକ୍ସନ କୁ ନିୟନ୍ତ୍ରଣ ରଖିବା ପାଇଁ ଡାକ୍ତର ଙ୍କୁ ପରାମର୍ଶ କରି ଯଥା ଶୀଘ୍ର ଔଷଧ ସେବନ କରିବା ଉଚିତ l ଏବଂ ସମ୍ପୂର୍ଣ ମେଡ଼ିସିନ କୁ ଅଧା ରୁ ବନ୍ଦ ନକରି ପୁରା କୋର୍ସ ଖାଇବା ଉଚିତ l
