Odisha news

ଫେକ୍‌ ଫ୍ଲାଇଟ୍‌

0

ଲକ୍‌ଡାଉନ୍‌ ଯୋଗୁ ପର୍ଯ୍ୟଟକଙ୍କ ଯାତାୟାତ ବନ୍ଦ ହୋଇଯାଇଥିବା ବେଳେ ତାଇୱାନ୍‌ ଆରମ୍ଭ କରିଛି ‘ଫେକ୍‌ ଫ୍ଲାଇଟ୍‌ ପୋଗ୍ରାମ୍‌’ । ଏହା ଜରିଆରେ ଲୋକଙ୍କୁ ଯାତ୍ରା କରିବାର ଅନୁଭବ ମିଳିବ । ତାଇପେଇର ଶୋଙ୍ଗସାନ୍‌ ଏୟାର୍‌ପୋର୍ଟରେ ୬୦ ଜଣ ଲୋକ ପ୍ରଥମେ ଏହାର ମଜା ନେଇଛନ୍ତି। କାର୍ଯ୍ୟକ୍ରମରେ ସାମିଲ ଲୋକଙ୍କୁ ଏୟାର୍‌ ପୋର୍ଟରେ ଚେକ୍‌ ଇନ୍‌ କରିବା ପରେ ପାସ୍‌ପୋର୍ଟ ଓ ସୁରକ୍ଷା ଯାଂଚ୍‌ ପରେ ବୋଡିଂ ପାସ୍‌ ଜାରି କରାଯାଏ । ଏହା ପରେ ସମସ୍ତେ ପ୍ଳେନ୍‌ରେ ବସନ୍ତି । ଯଦିଓ ପ୍ଲେନ୍‌ ଉଡିବ ନାହିଁ କି;ୁ ଯାତ୍ରା ସମୟରେ ଯେମିତି ସେବା ମିଳିବା କଥା ସବୁପ୍ରକାର ସୁବିଧା ପର୍ଯ୍ୟଟକଙ୍କୁ ଦିଆଯିବ । କର୍ଯ୍ୟକ୍ରମରେ ସାମିଲ୍‌ ହେବା ପାଇଁ ୭ ହଜାର ଲୋକ ଆବେଦନ କରିଥିଲେ । ସେଥିରୁ ୬୦ ଲୋକଙ୍କୁ ମନୋନୀତ କରାଯାଇଥିଲା । ଆଗାମୀ ଦିନରେ ଏଭଳି ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ତେବେ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସ୍ୱାସ୍ଥ୍ୟ ପ୍ରମାଣପତ୍ର ନିତାନ୍ତ ଆବଶ୍ୟକ ।

Leave A Reply