ମନୁଷ୍ୟ ସବୁବେଳେ ଚାହିଁଥାଏ ଭାଗ୍ୟଶାଲୀ ହେବ ପାଇଁ l ଏହା ତାର କର୍ମ ଓ ପରିସ୍ଥିତି ଉପରେ ନିର୍ଭର କରିଥାଏ ଯେ ସେ କେତେ ଭାଗ୍ୟଶାଲୀ ଅଟେ l ଯେତେବେଳେ ଭାଗ୍ୟ ଆମ ସାଙ୍ଗ ଦେଇଥାଏ ସେତେବେଳେ ସମସ୍ତ କାମ ଆମର ସହଜରେ ହୋଇଯାଏ l ମଣିଷ ସବୁବେଳେ ନିଜ କର୍ମ ଉପରେ ଭରସା ରଖିବା ଆବଶ୍ୟକ l ଶାସ୍ତ୍ର ଅନୁସାରେ ଏପରି କିଛି ତଥ୍ୟ ଦିଆଯାଇଛି ଯାହା ଦ୍ୱାରା ଜାଣି ପାରିବେ ଆପଣ କେତେ ଭାଗ୍ୟବାନ l
* ଭାଗ୍ୟଶାଲୀ ହେବାର ପ୍ରଥମ ଲକ୍ଷଣ ହେଲେ ସୁସ୍ଥ ଶରୀର -ଶାସ୍ତ୍ର ଅନୁସାରେ କୁହାଯାଇଛି ଯେଉଁ ବ୍ୟକ୍ତି ଯେତେ ଅଧିକ ସୁସ୍ଥ ସେ ସେତେ ଭାଗ୍ୟଶାଲୀ ,କାରଣ ନିରୋଗୀ ଶରୀରରେ ସୁଖ ସମୃଦ୍ଧି ବାସ କରିଥାଏ l ସୁସ୍ଥ ଶରୀରର ମାଧ୍ୟମରେ ଆପଣ ପ୍ରତେକ କାମକୁ ମନଲାଗି କରି ପାରିବେ l
* ଭାଗ୍ୟଶାଲୀ ହେବାର ଦୁତୀୟା ଲକ୍ଷଣ ହେଲା ଭଲ ଗୁରୁ- କାରଣ ଗୁରୁ ସବୁବେଳେ ଭଲ ମାର୍ଗ ଓ ଜୀବନରେ ଉନ୍ନତି କରିବା ପାଇଁ ପ୍ରବର୍ତ୍ତାଇ ଥାନ୍ତି l ଗୁରୁ ଆହ୍ୱାନର ମୁକାବିଲା କରି ଆତ୍ମନିର୍ଭ ହେବାର ଜ୍ଞାନ ଦେଇଥାନ୍ତି l ଗୁରୁ ନିଜର ଶିଷ୍ୟକୁ ସବୁବେଳେ ଭଲ ସଂସ୍କାର ଦେଇ ତାର ଭବିଷ୍ୟତ ସୁଧାରିବାକୁ ଚେଷ୍ଟା କରିଥାନ୍ତି l
* ଭାଗ୍ୟଶାଲୀ ହେବାର ତୃତୀୟ ଲକ୍ଷଣ ହେଲା ଧନ -ଆପଣଙ୍କ ନିକଟରେ ଧାନର ସାଧନ ବା ରାସ୍ତା ରହିବା ଗୋଟିଏ ଭାଗ୍ୟଶାଲୀ ବ୍ୟକ୍ତିର ଚିହ୍ନ ଅଟେ l ସବୁବେଳେ ଜୀବନରେ ପରିଶ୍ରମ କରି ଧନ ଉପାର୍ଜନ କରିବାକୁ ଚେଷ୍ଟା କରନ୍ତୁ l ପରିଶ୍ରମ ଦ୍ୱାରା ଧନ ଅର୍ଜିତ କଲେ ଆପଣ ଭାଗ୍ୟଶାଲୀ ବୋଲି ନିଜକୁ ଭାବିବେ l
* ଭାଗ୍ୟଶାଲୀ ହେବାର ଚତୁର୍ଥ ଲକ୍ଷଣ ହେଲା ସଦାଚାରୀ ସ୍ୱାମୀ ଓ ସ୍ତ୍ରୀ ଶାସ୍ତ୍ର ଅନୁସାରେ ଗୋଟିଏ ପୁରୁଷ ପାଇଁ ତାର ସ୍ତ୍ରୀ ଯଦି ଶାନ୍ତ ,ସ୍ଥିର ଓ ମିଷ୍ଟଭାଷୀ ହୋଇ ପାରିଲା ସେହି ପୁରୁଷ ଭାଗ୍ୟଶାଲୀ ଅଟେ l ନାରୀ ପାଇଁ ଯଦି ପୁରୁଷ ସହିଷ୍ଣୁ ହୋଇ ପାରିଲା ତେବେ ନାରୀ ଭାଗ୍ୟଶାଲୀ ଅଟେ l
* ଭାଗ୍ୟଶାଲୀ ହେବାର ପଞ୍ଚମ ଲକ୍ଷଣ ହେଲା -ଯେଉଁ ବ୍ୟକ୍ତିଙ୍କର ସନ୍ତାନ ସଂସ୍କରୀ ହୋଇଥାନ୍ତି ସେ ଭାଗ୍ୟଶାଲୀ ଅଟନ୍ତି l ସର୍ବଦା କୁହାଯାଇଛି ଯେ ଯଦି ଗୋଟେ ବ୍ୟକ୍ତିର ବୃଦ୍ଧ ଅବସ୍ଥା ସୁଖ ଶାନ୍ତିରେ କାଟିଲା ତେବେ ତାର ସନ୍ତାନ ମାନେ ସଂସ୍କରୀ ହୋଇ ଥାନ୍ତି l ବ୍ୟକ୍ତିକୁ ସବୁବେଳେ ନିଜ ସନ୍ତାନ ମଧ୍ୟରେ ଭଲ ଶିକ୍ଷା ଓ ସଂସ୍କାର ଦେବା ଆବଶ୍ୟକ ଯାହା ତାର ବୃଦ୍ଧ ଅବସ୍ଥାରେ ବଞ୍ଚିବାର ସହର ଦେଇଥାଏ l

Comments are closed.